ଟ୍ରେନ୍‌ ଯାତ୍ରୀଙ୍କୁ ଝଟ୍‌କା! ଏୟାରପୋର୍ଟ ଭଳି ଏବେ ରେଳ ଷ୍ଟେସନରେ ବି ଲାଗୁ ହେବ ୟୁଜର ଚାର୍ଜ

ଟ୍ରେନ୍‌ରେ ଯାତ୍ରା କରିବା ପାଇଁ ଏବେ ରେଳ ଯାତ୍ରୀଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।  ଭାରତୀୟ ରେଳ ବିଭାଗ ଏବେ ଏୟାରପୋର୍ଟ ଭଳି ରେଳ ଷ୍ଟେସନ୍‌ରେ ବି ୟୁଜର ଚାର୍ଜ ଆଦାୟ କରିବାକୁ ପ୍ରସ୍ତୁତି ଚଳାଇଛି। ଏନେଇ ରେଳ ବିଭାଗ ତରଫରୁ ଖୁବ୍‌ଶୀଘ୍ର ନୋଟିଫିକେସନ୍‌ ଜାରି କରାଯିବ। ଏନେଇ ଆଜି ରେଳ ବିଭାଗ ତରଫରୁ ଆୟୋଜିତ ପ୍ରେସ୍‌ କନ୍‌ଫରରେନ୍ସରେ ସୂଚନା ଦିଆଯାଇଛି।

ୟୁଜର ଚାର୍ଜକୁ ନେଇ ରେଲୱେ ବୋର୍ଡର ଚେୟାରମ୍ୟାନ୍‌ ଓ ସିଇଓ ବିକେ ଯାଦବ କହିଛନ୍ତି ଏବେ ଏୟାରପୋର୍ଟ ଭଳି ରେଲୱେ ବି ୟୁଜର ଚାର୍ଜ ଆଦାୟ କରିବ। ଦିଲ୍ଲୀ, ମୁମ୍ବାଇ ଭଳି ବଡ଼ ବଡ଼ ଷ୍ଟେସନ୍‌ରେ ୟୁଜର ଚାର୍ଜ ଲାଗୁ ହେବ। ତେବେ ୟୁଜର ଫିସ୍‌ ଭାବେ କେତେ ଟଙ୍କା ଆଦାୟ କରାଯିବ ସେ ନେଇ ଖୁଲାସା ହୋଇନାହିଁ। ଯାତ୍ରୀଙ୍କ ଠାରୁ ୟୁଜର ଚାର୍ଜ ଟିକେଟ ଅର୍ଥ ସହ ମିଶାଇ ଆଦାୟ କରାଯିବ। ୧୦ରୁ ୧୫ ପ୍ରତିଶତ ବଡ଼ ବଡ଼ ଷ୍ଟେସନ୍‌ରୁ ଏହି ଫିସ୍‌ ଆଦାୟ କରାଯିବ।

train-99

ସୂଚନାଯୋଗ୍ୟ ଯେ ଦେଶରେ ଭାରତୀୟ ରେଳ ବିଭାଗର ମୋଟ ୭୦୦୦ଟି ରେଳ ଷ୍ଟେସନ୍‌ ରହିଛି। କିନ୍ତୁ ଯେଉଁଠାରେ ଯାତ୍ରୀ ସଂଖ୍ୟା ଅଧିକ କେବଳ ସେଠାରେ ହିଁ ୟୁଜର ଚାର୍ଜ ଲାଗୁ ହେବ। ୟୁଜର ଚାର୍ଜରୁ ମିଳିଥିବା ଟଙ୍କାକୁ ଷ୍ଟେସନ୍‌ର ଆଧୁନିକୀକରଣରେ ବ୍ୟବହାର କରାଯିବ। ୟୁଜର ଚାର୍ଜକୁ ନେଇ ଖୁବ୍‌ଶୀଘ୍ର ବିଭାଗ ତରଫରୁ ନୋଟିଫିକେସନ୍‌ ଜାରି କରାଯିବ। ଯାତ୍ରୀଙ୍କୁ ଭ୍ୟାଲୁ ଆଡେଡ୍‌ ସର୍ଭିସ ଯୋଗାଇବା ଉପରେ ରେଳ ବିଭାଗ ଗୁରୁତ୍ୱ ଦେଉଥିବା ନେଇ ଏ ଅବସରରେ ଶ୍ରୀ ଯାଦବ କହିଛନ୍ତି।

Leave A Reply

Your email address will not be published.