ଖୁବଶୀଘ୍ର ମାର୍କେଟକୁ ଆସିବ ରାଜଦୂତ ବାଇକ୍, ବାଇକ୍ ପ୍ରେମୀଙ୍କ ମଧ୍ୟରେ ବଢ଼ୁଛି କ୍ରେଜ୍
ରାଜଦୂତ ବାଇକର ନୂଆ ଭର୍ସନକୁ କ୍ଲାସିକ୍ ଲୁକ ଦିଆଯାଇଛି । ଏହି ବାଇକ୍ କୁ ଆଧୁନିକ ଡିଜାଇନ୍ ରେ ଲ୍ୟାସ୍ କରାଯିବ । ଏଥିରେ ମଜବୁତ ଇଞ୍ଜିନ୍ ରହିବ, ଯାହା ଦ୍ୱାରା ଆପଣ ଖରାପ ରାସ୍ତାକୁ ବି ସହଜରେ ଅତିକ୍ରମ କରିପାରିବେ ।

ବାଇକ୍ ପ୍ରେମୀମାନେ ନୂଆ ନୂଆ ବାଇକ୍ ଲଞ୍ଚ ହେଲେ କିଣିବାକୁ ଇଚ୍ଛା କରନ୍ତି । ଯଦି ଆପଣ ବି ଜଣେ ବାଇକ୍ ପ୍ରେମୀ ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଖୁସି ଖବର । ୭୦ ଦଶକର ପୁରୁଣା ରାଜଦୂତ ବାଇକ୍ କଥା ଆପଣଙ୍କର ମନେ ଅଛି କି ? ଏହି ବାଇକ୍ କଥା ମନକୁ ଆସିଲେ ବାଇକ୍ ପ୍ରେମୀଙ୍କ ମଧ୍ୟରେ କ୍ରେଜ୍ ଦେଖାଯାଏ । କାରଣ ଏହି ବାଇକ୍ ର ଦମଦାର ଲୁକ୍ ସହ ଷ୍ଟ୍ରଙ୍ଗ କ୍ୱାଲିଟି ବାଇକ୍ ପ୍ରେମୀଙ୍କୁ ଆକର୍ଷିତ କରେ । ଡିଜାଇନ୍ ଓ ଲୁକ୍ ପାଇଁ ଏହି ବାଇକ୍ ବହୁତ ଖାସ । ତେବେ ଏହି ଦମଦାର ବାଇକ୍ ଭାରତୀୟ ବଜାରରେ ଖୁବଶୀଘ୍ର ଫେରିବ ବୋଲି ସୂଚନା ମିଳିଛି ।
ରାଜଦୂତ ବାଇକର ନୂଆ ଭର୍ସନକୁ କ୍ଲାସିକ୍ ଲୁକ ଦିଆଯାଇଛି । ଏହି ବାଇକ୍ କୁ ଆଧୁନିକ ଡିଜାଇନ୍ ରେ ଲ୍ୟାସ୍ କରାଯିବ । ଏଥିରେ ମଜବୁତ ଇଞ୍ଜିନ୍ ରହିବ, ଯାହା ଦ୍ୱାରା ଆପଣ ଖରାପ ରାସ୍ତାକୁ ବି ସହଜରେ ଅତିକ୍ରମ କରିପାରିବେ । ଏଥିରେ ବଢ଼ିଆ ବ୍ରେକିଂ ସିଷ୍ଟମ୍ ଦିଆଯାଇଛି । ରିୟର ଓ ଫ୍ରଣ୍ଟ ଚକରେ ଡିସ୍କ ବ୍ରେକ ରହିବ ।
ଏହି ମୋଟରସାଇକେଲର ଫିଚର ପାଇଁ ଏହା ବେଶ୍ ଜଣାଶୁଣା । ବର୍ତ୍ତମାନ ଖବର ଆସୁଛି ଯେ ଏହି ବାଇକ୍ ଭାରତୀୟ ବଜାରରେ ନୂଆ ଭାରିଆଣ୍ଟ ଏବଂ ନୂଆ ଫିଚର ସହିତ ଫେରି ଆସିବ । ଏହି ବାଇକରେ ୧୨୫ ସିସି ଇଞ୍ଜିନ୍ ରହିବ ବୋଲି ଆଶା କରାଯାଉଛି । ୭୦ ଦଶକର ଏହି ବାଇକର ସମସ୍ତ ଡିଟେଲ୍ସ ବିଷୟରେ ଆସନ୍ତୁ ଜାଣିବା ।
ରାଜଦୂତ ବାଇକ୍ ର ଫିଚର ବଢ଼ିଆ ରହିଛି, ଏଥିରେ ନୂଆ ଟେକ୍ନୋଲୋଜି ବ୍ୟବହାର କରାଯାଇଛି । ଏହି ବାଇକରେ ଅନ୍-ଅଫ୍, ଡିଜିଟାଲ୍ ସ୍ପିଡୋମିଟର, ଡିଜିଟାଲ୍ ଓଡୋମିଟର, ଡିଜିଟାଲ୍ ଟ୍ରିପ୍ ମିଟର, ଡିଜିଟାଲ୍ ଟାକୋମିଟର, USB ଚାର୍ଜିଂ ପୋର୍ଟ, ମୋବାଇଲ୍ କନେକ୍ଟିଭିଟି ସୁବିଧା ଭଳି ଅପ୍ସନ ଦିଆଯାଇଛି । ଏହା ବ୍ୟତୀତ ଏହି ବାଇକରେ ଏଲଇଡି ଲାଇଟିଂ, ହାଲୋଜେନ୍ ଲାଇଟିଂ ଏବଂ ଷ୍ଟାଇଲିସ୍ ସିଟ୍ ଦିଆଯାଇଛି ।
ରାଜଦୂତ ବାଇକର ଇଞ୍ଜିନ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ, କିନ୍ତୁ ଖବର ଅନୁଯାୟୀ ଏହିବ ବାଇକରେ ୧୨୫ ସିସି ର ସିଙ୍ଗଲ୍ ସିଲିଣ୍ଡର ଲିକ୍ୱିଡ୍ କୁଲିଂ ଇଞ୍ଜିନ ଦିଆଯିବ ବୋଲି ଆଶା କରାଯାଉଛି । ଏହା ବ୍ୟତୀତ ଏହି ବାଇକ୍ ଭଲ ମାଇଲେଜ୍ ଦେବ । ଯଦି ଆପଣ ପ୍ରାୟ ୩୫ ରୁ ୪୦ କିଲୋମିଟର ଯାତ୍ରା କରନ୍ତି ତେବେ ଏହା ଆପଣଙ୍କୁ ଜବରଦସ୍ତ ମାଇଲେଜ୍ ଦେବ ।
ବାଇକ୍ ଦାମ୍ ବିଷୟରେ କହିବାକୁ ଗଲେ କମ୍ପାନୀ ଦାମକୁ ନେଇ କୌଣସି ଅଫିସିଆଲ୍ ସୂଚନା ପ୍ରକାଶ କରିନାହିଁ କିନ୍ତୁ ମିଳିଥିବା ସୂଚନା ଅନୁସାରେ ଏହି ବାଇକ୍ ପ୍ରାୟ ୧ ଲକ୍ଷ ଟଙ୍କା ବଜେଟରେ ଆରମ୍ଭ ହେବ । ତେବେ ଏହି ବାଇକର ଲଞ୍ଚକୁ ନେଇ କୌଣସି ଅଫିସିଆଲ ସୂଚନା ଦିଆଯାଇ ନାହିଁ, କିନ୍ତୁ ଆଶା କରାଯାଉଛି ଏହା ୨୦୨୪ ଶେଷ ସୁଦ୍ଧା ଲଞ୍ଚ ହେବ ।