୩୦ ଜୁନ ଯାଏ କରିପାରିବେ ରାସନ-ଆଧାର କାର୍ଡ ଲିଙ୍କ

ଯଦି ଆପଣଙ୍କ ପାଖରେ ରାସନ କାର୍ଡ ଅଛି ଓ ଆପଣ ପ୍ରତି ମାସରେ ସରକାରଙ୍କଠାରୁ ମାଗଣା ରାସନ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ଅପଡେଟ୍ । ରାସନ କାର୍ଡ ସହିତ ଆଧାର କାର୍ଡ ଲିଙ୍କ ପାଇଁ ବଢ଼ିଲା ସମୟ ସୀମା।୩୦ ଜୁନ ପର୍ଯ୍ୟନ୍ତ ସମୟ ଦେଲେ ସରକାର।

ରାସନ କାର୍ଡ଼କୁ ନେଇ ସରକାର ଆଣିଲେ ବହୁତ ବଡ଼ ଖବର। ଏବେ ରାସନ କାର୍ଡ ସହିତ ଆଧାର ଲିଙ୍କ ପାଇଁ ସମୟ ସୀମାକୁ ବଢ଼ାଇ ଦେଇଛନ୍ତି। ସମସ୍ତ ରାସନ କାର୍ଡ ଧାରୀ ଏବେ ଆଗାମୀ ୩୦ ଜୁନ ଭିତରେ ଏହି କାମକୁ ସହଜରେ କରିପାରିବେ। ଜାଣନ୍ତୁ ଏହାକୁ ନେଇ ବଡ଼ ଅପଡେଟ..

ଯଦି ଆପଣଙ୍କ ପାଖରେ ରାସନ କାର୍ଡ ଅଛି ଓ ଆପଣ ପ୍ରତି ମାସରେ ସରକାରଙ୍କଠାରୁ ମାଗଣା ରାସନ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ଅପଡେଟ୍ । ନିକଟରେ ପ୍ରତ୍ୟେକ ରାସନ କାର୍ଡକୁ ଆଧାର ସହିତ ଲିଙ୍କ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ୩୧ ମାର୍ଚ୍ଚ ୨୦୨୩ ଶେଷ ତାରିଖ ଥିଲା । ବର୍ତ୍ତମାନ ଆଧାର ଏବଂ ରାସନ କାର୍ଡକୁ ଲିଙ୍କ କରିବାର ତାରିଖ ୩୦ ଜୁନ୍ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ତାରିଖ ପର୍ଯ୍ୟନ୍ତ ଆପଣ ଉଭୟକୁ ଲିଙ୍କ କରି ମାଗଣା ରାସନର ଫାଇଦା ଦୀର୍ଘ ସମୟ ପର୍ଯ୍ୟନ୍ତ ଉଠାଇ ପାରିବେ ।

ଖାଦ୍ୟ ଏବଂ ସାର୍ବଜନିକ ବିତରଣ ବିଭାଗ ମଧ୍ୟ ଆଧାର ଏବଂ ରାସନ କାର୍ଡକୁ ଲିଙ୍କ କରିବାର ତାରିଖ ବଢ଼ାଇବାକୁ ବିଜ୍ଞପ୍ତି ଜାରି କରିଛି । ଆଧାର-ରାସନ କାର୍ଡ ଲିଙ୍କ ପାଇଁ ଶେଷ ତାରିଖ ୩୦ ଜୁନ କରିଦେଇଛନ୍ତି କେନ୍ଦ୍ର ସରକାର । ସରକାରଙ୍କ ବିଶ୍ୱାସ ରହିଛି ଯେ, ରାସନ କାର୍ଡ ଓ ଆଧାର କାର୍ଡ ଲିଙ୍କ କରିବା ଦ୍ୱାରା ଗରିବ ଲୋକଙ୍କୁ ରାସନ ମିଳିଛି କି ନାହିଁ ଜାଣିବା ଆହୁରି ସହଜ ହୋଇଯିବ ।

୩୧ ମାର୍ଚ୍ଚ ୨୦୨୩ ପୂର୍ବରୁ ଆଧାର ଏବଂ ରାସନ କାର୍ଡକୁ ଲିଙ୍କ କରିବା ପାଇଁ ୩୧ ଡିସେମ୍ବର ୩୧ ୨୦୨୨ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା । ଏହା ହେଉଛି ଦ୍ୱିତୀୟ ଥର ଯେତେବେଳେ ଶେଷ ତାରିଖ ବଢ଼ାଯାଉଛି । ସରକାର ଯେବେଠାରୁ ରାସନ କାର୍ଡକୁ ୱାନ୍ ନେସନ-ୱାନ ରାସନର ଘୋଷଣା କରିଛନ୍ତି, ସେହି ଦିନଠାରୁ ଆଧାର ସହିତ ରାସନ କାର୍ଡକୁ ଲିଙ୍କ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ।

ଏହିପରି କରନ୍ତୁ ଲିଙ୍କ୍ :-
ଯଦି ଆପଣ ଅଫଲାଇନ୍ ରାସନ୍ କାର୍ଡ ଏବଂ ଆଧାର କାର୍ଡକୁ ଲିଙ୍କ୍ କରିବାକୁ ଚାହୁଁଛନ୍ତି, ତେବେ କିଛି ଷ୍ଟେପ୍ ଦିଆଯାଇଛି । ଏହି ଷ୍ଟେପ୍ ମାଧ୍ୟମରେ ଆପଣ ରାସନ କାର୍ଡ ସହ ଆଧାରକୁ ଲିଙ୍କ କରିପାରିବେ..

– ସମସ୍ତ ପ୍ରମାଣପତ୍ରକୁ ନିକଟସ୍ଥ ପବ୍ଲିକ୍ ବିତରଣ ସିଷ୍ଟମ୍ ପିଡିଏସ କିମ୍ବା ରାସନ ଦୋକାନ ଆଣନ୍ତୁ
– ପିଡିଏସ / ରାସନ୍ ଦୋକାନରେ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଦାଖଲ କରନ୍ତୁ
– ଆପଣଙ୍କର ଆଧାର କାର୍ଡ ଯାଞ୍ଚ କରିବାକୁ, ପିଡିଏସ/ ରାସନ୍ ଦୋକାନ ପ୍ରତିନିଧୀ ଫିଙ୍ଗର ପ୍ରିଣ୍ଟ ପ୍ରାମାଣିକରଣ ପାଇଁ ଅନୁରୋଧ କରିପାରନ୍ତି
– ଡକ୍ୟୁମେଣ୍ଟ ଦାଖଲ କରିବା ପରେ ଆପଣଙ୍କୁ ଏସଏମଏସ ମାଧ୍ୟମରେ ସୂଚନା ଦିଆଯିବ
– ଆଧାର କାର୍ଡ ସହ ରାସନ କାର୍ଡରେ ଲିଙ୍କ ହୋଇଛି ବୋଲି ଆପଣଙ୍କୁ ଆଉ ଏକ ଏସଏମଏସ ମିଳିବ

Leave A Reply

Your email address will not be published.