ଏହି ପରିସ୍ଥିତିରେ ଆପଣଙ୍କ ରାସନ କାର୍ଡ ହୋଇଯିବ ରଦ୍ଧ, ଜାଣନ୍ତୁ ସରକାରଙ୍କ ନୂଆ ନିୟମ

ଯଦି ଆପଣ ବି ଜଣେ ରାସନ କାର୍ଡ ଧାରକ ତେବେ ଏହି ଖବର ଆପଣଙ୍କ ପାଇଁ। ଏବେ ସମସ୍ତ ରାସନ କାର୍ଡ ଧାରକଙ୍କ ପାଇଁ ଏକ ଜରୁରୀ ସୂଚନା ଆସିଛି। ସରକାରଙ୍କ ତରଫରୁ ଅପାତ୍ର ରାସନ କାର୍ଡ ଧାରକଙ୍କଠୁ କାର୍ଡ ପୁନଃ ସରେଣ୍ଡର କରିବା ପାଇଁ ଅପିଲ କରାଯାଇଛି। କାର୍ଡ ସରେଣ୍ଡର କରିନଥିବା ଲୋକ ଯଦି ସରକାରଙ୍କ ସତ୍ୟାପନରେ ଧରାପଡ଼ନ୍ତି ତେବେ ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାସହ ଅବୈଧ ରୂପେ ନେଇଥିବା ସମସ୍ତ ରାସନକୁ ପୁନଃ ଫେରାଇବାକୁ ନଷ୍ପେତ୍ତି ନିଆଯାଇଛି।

ସମସ୍ତ ରାସନ କାର୍ଡ ଧାରକ ଏହି ଖବରକୁ ଜାଣିବା ନିହାତି ଜରୁରୀ। ପୂର୍ବରୁ କରୋନା ମହାମାରୀ ସମୟରେ ସରକାର ଗରିବଙ୍କ ପାଇଁ ଫ୍ରି ରାସନ ବ୍ୟବସ୍ଥା ଆରମ୍ଭ କରିଥିଲେ। କିନ୍ତୁ ଗତ କିଛି ଦିନ ପୂର୍ବରୁ ଶୁଣିବାକୁ ମିଳିଛି ଯେ ସରକାରଙ୍କ ଏହି ଲାଭର ଫାଇଦା କିଛି ଅପାତ୍ର ଲୋକ ବି ଉଠାଉଛନ୍ତି। ଯେଉଁମାନେ ଏଥିପାଇଁ ଯୋଗ୍ୟ ନୁହଁନ୍ତି। ମାନେ ଅଯୋଗ୍ୟ ପ୍ରାର୍ଥୀ ମାନେ ଏହି ସୁବିଧାର ଲାଭ ଉଠାଉଥିବାରୁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାର ସୂଚନା ସାମ୍ନାକୁ ଆସିଛି।

card
pc: TOI

ଏମିତିରେ ବହୁତ ଜଲ୍ଦି ସେମାନଙ୍କର ଯାଞ୍ଚ କରାଯିବ। ଏଥିପାଇଁ ଦଣ୍ଡ ଦେବା ପୂର୍ବରୁ ସରକାରଙ୍କ ତରଫରୁ ଲୋକଙ୍କୁ ଅପିଲ ଦିଆଯାଇଛି। ଆଉ ପରେ ଯଦି ଯାଞ୍ଚରେ ଧରାପଡ଼ନ୍ତି ତେବେ ଖାଦ୍ୟ ବିଭାଗ ଟିମ ଏହି କାର୍ଡକୁ ରଦ୍ଧ କରିଦେବେ। ଏହାସହ ଦଣ୍ଡ ମଧ୍ୟ ମିଳିବ।

ଏବେ ଜାଣନ୍ତୁ କଣ ରହିଛି ନିୟମ:

ଯଦି କୌଣସି କାର୍ଡ ଧାରକଙ୍କ ପାଖରେ ଆୟ ଅର୍ଜିତ ୧୦୦ ବର୍ଗ ମିଟରର ଫ୍ଲାଟ କିମ୍ବା ଘର , କାର କିମ୍ବା ଟ୍ରାକ୍ଟର ଲାଇସେନ୍ସ , ଗାଁରେ ୨ଲକ୍ଷ ଓ ସହରରେ ତିନି ଲକ୍ଷ ପାରିବାରିକ ଆୟ ଥିବ ତେବେ ଏହି ପରିସ୍ଥିତିରେ ଲୋକଙ୍କୁ ନିଜ ରାସନ କାର୍ଡ ତହସିଲ ଓ ଡିଏସଓରେ ସରେଣ୍ଡର କରିବାକୁ ପଡ଼ିବ।

ସରକାରଙ୍କ ନିୟମ ଅନୁସାରେ ଯଦି ରାସନ କାର୍ଡ ଧାରକ କାର୍ଡକୁ ସରେଣ୍ଡର ନକରନ୍ତି ତେବେ ଏମାନଙ୍କ କାର୍ଡ ଯାଞ୍ଚ ପରେ ଏସବୁକୁ ରଦ୍ଧ କରାଯିବ। ଏହାସହ ଉକ୍ତ ପରିବାର ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାସହ ସେମାନଙ୍କୁ ଜରିମାନା ଦେବାକୁ ପଡ଼ିବ।

ତେଣୁ ଯଦି ଆପଣ ଏହି କାର୍ଡ ଧାରକ ହୋଇଥାନ୍ତି ତେବେ ନିଶ୍ଚିତ ଭାବେ ଏହି ନିୟମ ସମ୍ପର୍କରେ ଅବଗତ ରୁହନ୍ତୁ। ଅବୈଧ ରୂପେ କାର୍ଡରୁ କୌଣସି ଜିନିଷ ଆଣନ୍ତୁ ନାହିଁ। ସରକାରଙ୍କ ଆଦେଶକୁ ପାଳନ କରିବା ସହିତ କାର୍ଡକୁ ନ୍ୟାୟୋଚିତ ଭାବେ ସରେଣ୍ଡର କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.