କେନ୍ଦ୍ର ସରକାରଙ୍କ ଠାରୁ ରାଶନ କାର୍ଡ ଧାରକଙ୍କୁ ମିଳିବ ଏକ କିଲୋ ଲେଖାଏଁ ଅତିରିକ୍ତ ଚିନି, ଗହମ ଏବଂ ଚାଉଳ

କେନ୍ଦ୍ର ସରକାର ଜଲଦି ଦାରିଦ୍ର ରେଖା ତଳେ ଥିବା ରାଶନ କାର୍ଡ ଧାରକଙ୍କୁ ପ୍ରତି ମାସ ଏକ କିଲୋ ଅତିରିକ୍ତ ଚିନି, ଗହମ ଏବଂ ଚାଉଳ ଦେଇପାରନ୍ତି। ସରକାର ଏହି ଯୋଜନାର ପ୍ରସ୍ତାବ ପ୍ରସ୍ତୁତ କରୁଛନ୍ତି। ଏହାସହିତ ଏକ୍ସଟ୍ରା ଶସ୍ୟ ଏବଂ ଚିନି ମଧ୍ୟ ସବସିଡିରେ ଦିଆଯିବ।

୧୬.୩ କୋଟି ଲୋକଙ୍କୁ ମିଳିବ ଫାଇଦା

ଏହି ଯୋଜନାରେ ୧୬.୩ କୋଟି ଲୋକଙ୍କୁ ଫାଇଦା ହେବ। ୨.୫ କୋଟି ପରିବାରଙ୍କୁ ଅନ୍ତୋଦୟ ଅନ୍ନ ଯୋଜନା ଦ୍ବାରା ୧୩.୫ ଟଙ୍କା ପ୍ରତି କିଲୋ ଦରରେ ଚିନି ମିଳିଥାଏ। ଅବଶ୍ୟ ପୂରା ଦେଶରେ ରାଶନ ଦୋକାନରେ ଶସ୍ଥାରେ ଶସ୍ୟ ଏବଂ ଚିନି ନେଉଥିବା ଲୋକଙ୍କୁ ମୋଟ ସଂଖ୍ୟା ୮୦ କୋଟି।

ଟ୍ରେଜେରୀରେ ଆସିବ ୪୭୨୭ କୋଟିର ଅତିରିକ୍ତ ଭାର

ଏହି ପ୍ରସ୍ତାବକୁ ପୂର୍ବ ସପ୍ତାହରେ ହୋଇଥିବା କ୍ୟାବିନେଟ ବୈଠକରେ ଅଲୋଚନା ହୋଇଥିଲା। ଖାଦ୍ୟ ମନ୍ତ୍ରାଳୟ ତରଫରୁ ଏହି ପ୍ରସ୍ତାବ ସେହି ସମୟରେ ସହମତି ହୋଇନଥିଲା। ସେତେବେଳେ କ୍ୟାବିନେଟ ଏହି ପ୍ରସ୍ତାବରେ ଚର୍ଚ୍ଚା କରିଥିଲେ କିନ୍ତୁ କୌଣସି ପ୍ରକାରର ନିର୍ଣ୍ଣୟ ହୋଇପାରିଲା ନାହିଁ। କ୍ୟାବିନେଟ ମନ୍ତ୍ରାଳୟ ଏହି ପ୍ରସ୍ତାବ ଉପରେ ପୁଣି ଥରେ କାମ କରିବା ପାଇଁ କୁହିଛନ୍ତି। ଯଦି ଏହି ପ୍ରସ୍ତାବ ପାସ ହୁଏ ତେବେ ଟ୍ରେଜେରୀରେ ୪୭୨୭ କୋଟି ଟଙ୍କା ଏକ୍ସଟ୍ରା ଭାର ପଡିବ।

ମିଳୁଛି ପାଞ୍ଚ କିଲୋ ରାଶନ

କେନ୍ଦ୍ର ସରକାର ପକ୍ଷରୁ ସବୁ ମାସ ରାଶନ କାର୍ଡ ଧାରକ ଗରୀବ ଲୋକଙ୍କୁ ପାଞ୍ଚ କିଲୋ ଚିନି, ଗହମ ଏବଂ ଚାଉଳ ଦିଆଯାଇଥାଏ। ଗହମ ଦୁଇ ଟଙ୍କା ପ୍ରତି କିଲୋ ଏବଂ ଚାଉଳ ତିନି ଟଙ୍କା ପ୍ରତି କିଲୋ ଦରରେ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.