ଏବେ ଆହୁରି ସହଜ ହେଲା KYC ପ୍ରୋସେସ! ମୋବାଇଲ ଭିଡିଓ ଜରିଆରେ ଫର୍ମ ପୂରଣ ନେଇ RBI ଦେଲା ମଞ୍ଜୁରୀ

ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ବିଭିନ୍ନ ବ୍ୟାଙ୍କ ଓ ଅର୍ଥନୀତି ସହ ଜଡିତ ଥିବା କମ୍ପାନୀ ମାନଙ୍କ ପାଇଁ kyc ନେଇ ନୂଆ ନିୟମ ଜାରି କରାଯାଇଛି । ଏହି ନୂଆ ବ୍ୟବସ୍ଥା ଅନୁଯାୟୀ ଏଣିକି ସଂସ୍ଥା ମାନେ ମୋବାଇଲ ଭିଡିଓ ମାଧ୍ୟମରେ ନିଜ ନିଜ kyc ପ୍ରକ୍ରିୟାକୁ ପୂରା କରିପାରିବେ । ରିପୋର୍ଟ ଅନୁଯାୟୀ ସରକାର ‘ଧନ ଶୋଧନ ନିବାରଣ ନିୟମ ୨୦୦୫’ରେ ସଂଶୋଧନ ଆଣିବା ପରେ ଅରବିଆଇ ଦ୍ୱାରା ପ୍ରଚଳିତ ପୂର୍ବ ନିୟମରେ ପରିବର୍ତ୍ତନ ଆଣି ଭିଡିଓ କେବଇଶି ପାଇଁ ଅନୁମତି ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ ଏକ ଘରୋଇ ବେସରକାରୀ ଅର୍ଥନୈତିକ ସଂସ୍ଥାର ଅଧ୍ୟକ୍ଷ ବହୁ ଦିନ ହେବ ଏହି ନୂଆ ନିୟମ ଜାରି ନେଇ ପ୍ରୟାସ କରିଆସୁଥିଲେ ।

rbi

ନିଜ ପ୍ରତିକ୍ରିୟାରେ ସେ ଏହା ମଧ୍ୟ କହିଛନ୍ତି କି ବିଶ୍ୱରେ ହୁଏତ ପ୍ରଥମ ଥର ଦେଶ ଭାବେ  ଭିଡିଓ kyc ପରି ବ୍ୟବସ୍ଥାକୁ ଅନୁମତି ମିଳିଛି । ବ୍ୟାଙ୍କ ମଧ୍ୟ ଏକ ଆପ ସାହାଯ୍ୟରେ ଭିଡିଓ kyc ମାଧ୍ୟମରେ ଲୋକଙ୍କ ଠାରୁ ଆଧାର ଓ ପ୍ୟାନ କାର୍ଡ ତଥ୍ୟ ନେଇ ନିଜର ନୂଆ ଗ୍ରାହକ ତିଆରି କରିପାରିବ । ଯେଉଁ ବ୍ୟାଙ୍କ ପାଖରେ ଏହି ନୂଆ ବ୍ୟବସ୍ଥା ଉପଲବ୍ଧ ନଥିବ ସେମାନେ ଅସଲି ଆଧାର ବା କ୍ୟୁଆର କୋର୍ଡର ଉପଯୋଗ କରି ଏହି ପ୍ରକ୍ରିୟାକୁ ପୂରା କରିପାରିବେ । ସୂଚନା ଦେବା ଯୋଗ୍ୟ କି ସୁପ୍ରିମ କୋର୍ଟଙ୍କ ଏକ ରାୟ ଅନୁଯାୟୀ ହିଁ ଆଧାରର ବ୍ୟବହାର କରୁଥିବା ଇକେବଇଶିକୁ କିଛି ଦିନ ହେବ ବନ୍ଦ କରିଦିଆଯାଇଥିଲା ।

କିନ୍ତୁ ଗୁରୁବାର ଆରବିଆଇ ଦ୍ୱାରା ଜାରି କରାଯାଇଥିବା ଏକ ସରକୁଲାରରୁ ଜଣାଯାଇଛିଯେ ଅଫଲାଇନ ଭେରିଫିକେସନ ହୋଇନପାରୁଥିବା ସ୍ଥାନରେ ଏହି ବ୍ୟବସ୍ଥାକୁ ସହଜରେ ଉପଯୋଗ କରାଯାଇପାରିବ । ଏନେଇ ନୀତି ଆୟୋଗ ଅଧ୍ୟକ୍ଷ ଅମିତାଭ କାନ୍ତ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.