ଆରବିଆଇ ବଦଳାଇଲା ଏଟିଏମ୍‌ରୁ ଟଙ୍କା କାଢ଼ିବାର ନିୟମ, ଏବେ ଦେବାକୁ ହେବ ଅଧିକ ଚାର୍ଜ

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଗୁରୁବାର ଏଟିଏମ୍‌ ଟ୍ରାଞ୍ଜାକ୍‌ସନ ନିୟମ ବଦଳାଇଛି । ଏହି ନିୟମ ଅନୁଯାୟୀ ଯଦି ଆପଣ ଲିମିଟ୍‌ ଠାରୁ ଅଧିକ ଥର ପଇସା କାଢ଼ିବେ ତେବେ ଆପଣଙ୍କୁ ଅଧିକ ଚାର୍ଜ ପଡ଼ିବ ।

ଏହି ନିୟମ ୨୦୨୨ ଜାନୁଆରୀ ୧ ତାରିଖରୁ ଲାଗୁହେବ । ଯଦି ଆପଣ ଲିମିଟେଡ ଉଠାଣ ଠାରୁ ଅଧିକ ଥର ଏଟିଏମରୁ ଟଙ୍କା ଉଠାଇବେ । ତେବେ ଆପଣଙ୍କୁ ପ୍ରତି ଉଠାଣ ପିଛା ୨୧ ଟଙ୍କା ଦେବାକୁ ପଡ଼ିବ । ପୂର୍ବରୁ ଏଥିପାଇଁ ୨୦ ଟଙ୍କା ଦେବାକୁ ପଡ଼ୁଥିଲା ।

ଆର୍‌ବିଆଇ କହିଛି ଯେ ପ୍ରତି ମାସରେ ଗ୍ରାହକ ନିଜ ବ୍ୟାଙ୍କର ଏଟିଏମ୍‌ରୁ ୫ ଟି ଟ୍ରାଞ୍ଜାକ୍‌ସନ୍‌ (ବିତ୍ତୀୟ ଓ ଅଣ ବିତ୍ତୀୟ) କରିପାରିବେ । ଏମାନେ ମେଟ୍ରୋ ସିଟିର ଅନ୍ୟ ବ୍ୟାଙ୍କ ଏଟିଏମରୁ ୩ ଓ ଅଣ-ମେଟ୍ରୋ ସିଟି ବ୍ୟାଙ୍କ ଏଟିଏମ୍‌ରୁ ୫ ଟ୍ରାଞ୍ଜାକ୍‌ସନ ମଧ୍ୟ କରିପାରିବେ ।

ଏହାଛଡ଼ା ଅଧିକ ଟ୍ରାଞ୍ଜାକସନ୍‌ ହେଲେ ବ୍ୟାଙ୍କ ବିତ୍ତୀୟ ଟ୍ରାଞ୍ଜାକସନ୍‌ ଉପରେ ୧୫ ଟଙ୍କାରୁ ବୃଦ୍ଧି ପାଇ ୧୭ ଟଙ୍କା ଓ ଅଣ-ବିତ୍ତୀୟ ଟ୍ରାଞ୍ଜାକସନ୍‌ ଉପରେ ୫ ଟଙ୍କାରୁ ବୃଦ୍ଧି ପାଇ ୬ ଟଙ୍କା ଚାର୍ଜ ନେବ ବୋଲି ଆରବିଆଇ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.