ନିୟମ ଅବମାନନା ପାଇଁ Mastercardର ଡେବିଟ-କ୍ରେଡିଟ କାର୍ଡ ଉପରେ ଲାଗିଲା ରୋକ

Mastercard ଉପରେ RBI ର କଡ଼ା ଚେତାବନୀ । ଭାରତୀୟ ରିଜର୍ଭ ବ୍ୟାଙ୍କ Mastercard ଉପରେ ଲାଗୁ କରିଛି ନୂଆ ନିୟମ । RBI ର ଏହି ନିୟମ ଅନୁଯାୟୀ କୌଣସି ବ୍ୟାଙ୍କ Mastercard ର ଡେବିଟ କିମ୍ବା କ୍ରେଡିଟ କାର୍ଡ ଜାରୀ କରିପାରିବେ ନାହିଁ ।

RBI ଲଗାତାର ଭାବେ ବିଦେଶୀ ଫିନଟେକ ଏବଂ ଫାଇନାନ୍ସ କମ୍ପାନୀ ଉପରେ ଅନେକ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ର୍ରହଣ କରିାଯାଇଛି । ଡାଟା ଷ୍ଟୋରେଜ ସହ ଜଡ଼ିତ ଥିବା ନିୟମ ଏଥିରେ ପ୍ରମୁଖ । ଏବେ ଏଥିରେ ଖାମଖିଆଲି ମନୋଭାବ Mastercardକୁ ଭୋଗିବାକୁ ପଡୁଛି । RBIର କହିବା ଅନୁଯାୟୀ, ଅନେକ ସମୟ ଏବଂ ଆଦେଶ ଦେଲା ସତ୍ତ୍ୱେ ମଧ୍ୟ Mastercard ଡାଟା ଷ୍ଟୋରେଜର ନିୟମକୁ ପାଳନ କରିନଥିଲା ।

ଏହା ପେମେଣ୍ଟ ପ୍ରୋଭାଇଡର କମ୍ପାନୀ ବିଶେଷକରୀ ଗ୍ଲୋବାଲ କମ୍ପାନୀର ଡାଟାକୁ ଭାରତରେ ଷ୍ଟୋର କରିନଥିଲା । ଏହା ବଦଳରେ ସେ ବିଦେଶରେ ଥିବା ନିଜ ସେଣ୍ଟ୍ରାଲାଇଜଡ୍ ଡାଟା ଷ୍ଟୋରେଜ ସିଷ୍ଟମରେ ଏହାକୁ ରଖୁଥିଲା । ଡାଟା ସହିତ ଲିଙ୍କ ଥିବା କଷ୍ଟମରଙ୍କ ପ୍ରାଇଭେସୀକୁ ଦୃଷ୍ଟିରେ ରଖି RBI ଏଭଳି କମ୍ପାନୀକୁ ଭାରତରେ ହିଁ ଡାଟା ଷ୍ଟୋର କରିବାର ଅନୁମତି ପ୍ରଦାନ କରିଛି ।

ନିୟମ ଅନୁଯାୟୀ ପେମେଣ୍ଟ ସର୍ଭିସ ପ୍ରୋଭାଇଡର କମ୍ପାନୀର ପେମେଣ୍ଟ ଟ୍ରାଞ୍ଜେକସନର ଏଣ୍ଡ-ଟୁ-ଏଣ୍ଡ ଡିଟେଲ୍ସ, ସମସ୍ତ ସୂଚନା, କଷ୍ଟମରଙ୍କ ଡାଟା ଆଦିର ଷ୍ଟୋରେଜ ଭାରତରେ କରିବାକୁ କୁହାଯାଇଥିଲା । ଏହି ଲିଷ୍ଟରେ Mastercard, American Express ଏବଂ ଭିଜା କାର୍ଡ଼ କମ୍ପାନୀ ପାଇଁ GPay, Amazon Pay, Phone-Pe ଭଳି ଫିନଟେକ କମ୍ପାନୀର ନାମ ଥିଲା । ଏଥିପାଇଁ ୬ ମାସ ସମୟ ଦିଆଯାଇଥିଲା । ଏହାର ଅବମାନନା କରିବା କାରଣରୁ Mastercard ଉପରେ RBI ରୋକ ଲଗାଇଛି ।

Mastercard ଉପରେ RBI ର ଏହି ରୋକ ୨୨ ଜୁଲାଇରୁ ଆରମ୍ଭ ହେବ । ଏହାପରଠୁ କମ୍ପାନୀ ଭାରତୀୟ ଗ୍ରାହକଙ୍କ ନିଜସ୍ୱ ଡେବିଟ, କ୍ରେଡିଟ କିମ୍ବା ପ୍ରିପେଡ କାର୍ଡ ଜାରୀ କରିପାରିବେ ନାହିଁ । କିନ୍ତୁ ଏହାର ପ୍ରଭାବ Mastercard ଥିବା ଗ୍ରହାକଙ୍କ ଉପରେ ପଡ଼ିବ ନାହିଁ । ଏହାର ପ୍ରଭାବ ଭାରତର ବ୍ୟବସାୟ ଉପରେ ପଡିବାର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.