RBI ର ଏହି ପଦବୀରେ ନିଯୁକ୍ତି ଜାରି, ଏମିତି କରନ୍ତୁ ଆବେଦନ

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ସ୍ନାତକ ଉତିର୍ଣ୍ଣ ହୋଇଥିବା ଯୁବପିଢୀଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ସମୁଦାୟ ୯୨୬ଟି ପଦ ଖାଲି ରହିଛି। ଇଛୁକପାର୍ଥୀମାନେ ନିୟମିତ ତାରିଖ ଅନୁଯାୟୀ ଅନଲାଇନ୍‌ ଆବେଦନ କରିପାରିବେ। ସୂଚନା ମୁତାବକ ଅନଲାଇନ ଆବେଦନ ଗତ ୨୩ ଡିସେମ୍ବରରୁ ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖ ୧୬ ଜାନୁଆରୀ ୨୦୧୯ ରହିଛି। ଉକ୍ତ ପଦବୀରେ ଆବେଦନ ପାଇଁ ଆପଣମାନେ ଆରବିଆଇର ଅଧିକାରୀକ େଓ୍ଵବସାଇଡ ମାଧ୍ୟମରେ ଅନଲାଇନ ଆବେଦନ କରିପାରିବେ। ଏହି ପଦ ପାଇଁ ଆୟୋଜିତ ହୋଇଥିବା ପରୀକ୍ଷାର ସମ୍ଭାବିତ ତାରିଖ ମଧ୍ୟ ଘୋଷଣା ହୋଇସାରିଛି। ପ୍ରି ପରୀକ୍ଷାର ଆୟୋଜନ ୧୪ ଏବଂ ୧୫ ଫେବୃଆରୀ ୨୦୨୦ ଘୋଷଣା କରାଯାଇଥିବା ବେଳେ ପରୀକ୍ଷା ତାରିଖରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।

ବୟସ ସୀମା:

ଏହି ପଦବୀରେ ଆବେଦନ ପାଇଁ ପାର୍ଥୀଙ୍କ ବୟସ ୨୮ ବର୍ଷରୁ କମ ହୋଇଥିବା ଆବଶ୍ୟକ।

SC/ST ବର୍ଗଙ୍କ ପାଇଁ ବୟସ ସୀମା ଆହୁରି ୫ ବର୍ଷ ଅଧିକା ବଢିବା ସହ OBC ବର୍ଗଙ୍କ ପାଇଁ ୩ ବର୍ଷ ଅଧିକା ରହିଛି।

rbiଶିକ୍ଷାଗତ ଯୋଗ୍ୟତା:

ଆବେଦନକାରୀଙ୍କ ପାଖରେ ୫୦ ପ୍ରତିଶତ ମାର୍କ ସହ କୌଣସି ବି ଷ୍ଟ୍ରିମ୍‌ରେ ସ୍ନାତମ ଡିଗ୍ରୀ ହାସଲ କରିଥିବେ।

ଆବେଦନ ଶୁଳ୍କ:

-ସାମାନ୍ୟ, ଇଡବ୍ଲ୍ୟୁଏସ ଏବଂ ଓବିସି ବର୍ଗଙ୍କ ପାଇଁ ଆବେଦନ ଶୁଳ୍କ- ୪୫୦ ଟଙ୍କା

-ଏସସି, ଏଭସଟି, ପିଡବ୍ଲ୍ୟୁଡି ଏବଂ ଏକ୍ସ ସର୍ମିସମ୍ୟାନଙ୍କ ପାଇଁ- ୫୦ ଟଙ୍କା

ଚୟନ ପ୍ରକ୍ରିୟା:

ଉକ୍ତ ପଦବୀରେ ନିଯୁକ୍ତି ପାଇଁ ଭାଷା ପ୍ରବିଣତା ପରୀକ୍ଷା (LPT) ପରେ ଦୁଇଟି ପରୀକ୍ଷା ମାଧ୍ୟମରେ ଚୟନ କରାଯିବ।

ଚୟନିତ ପାର୍ଥୀମାନଙ୍କ ଦରମା ମାସକୁ ୩୬, ୦୯୧ ଟଙ୍କା ରହିଛି।

Leave A Reply

Your email address will not be published.