ଗ୍ରାହକଙ୍କ ଅସୁବିଧାକୁ ଦୂର କରିବ ଲୋକପାଳ ଯୋଜନା: ରିଜର୍ଭ ବ୍ୟାଙ୍କ

ଭାରତୀୟ ରିଜର୍ଭ ବ୍ୟାଙ୍କ ଆରମ୍ଭ କରିଛି ଇଣ୍ଟିଗ୍ରେଟେଡ ଲୋକପାଳ ଯୋଜନା । ଯେମିତି ଭାରତରେ ଏକ ଦେଶ ଓ ଏକ ଲୋକପାଳ ବ୍ୟବସ୍ଥା ରହିଛି, ଠିକ୍ ସେମିତି ବ୍ୟାଙ୍କିଙ୍ଗ ସିଷ୍ଟମକୁ ସୁଧାରିବା ପାଇଁ ଏହି ଯୋଜନା କରାଯାଇଛି । ଯାହାର ପ୍ରକୃତ ଲକ୍ଷ୍ୟ ହେଉଛି ବ୍ୟାଙ୍କିଙ୍ଗ ଓ ନନ୍ ବ୍ୟାଙ୍କିଙ୍ଗ ଫାଇନାନ୍ସିଆଲ କମ୍ପାନୀ, ପେମେଣ୍ଟ ସର୍ଭିସ୍ ଅପରେଟର୍ସ ବିରୁଦ୍ଧରେ ଉପଭୋକ୍ତାଙ୍କ ଠାରୁ ଆସୁଥିବା ଅଭିଯୋଗର ସମାଧାନ ବ୍ୟବସ୍ଥାକୁ ମଜବୁତ କରିବା ।

ଗ୍ରାହକମାନେ ବର୍ତ୍ତମାନ ଯେକୌଣସି ବ୍ୟାଙ୍କ, ପେମେଣ୍ଟ ସିଷ୍ଟମ ବିରୁଦ୍ଧରେ ଗୋଟେ ସ୍ଥାନରେ ହିଁ ଅଭିଯୋଗ ଦାୟର କରିପାରିବେ । ତାକୁ ଟ୍ରାକ କରିବା ସହ ଏହା ଉପରେ ଫିଡବ୍ୟାକ ମଧ୍ୟ ହାସଲ କରିପାରିବେ । ଯାହା ଦ୍ୱାରା ଗ୍ରାହକଙ୍କର ସମୟ ବଞ୍ଚିବା ସହିତ ଟଙ୍କା ମଧ୍ୟ ହଡପ ହେବାରୁ ବର୍ତ୍ତି ପାରିବେ। ଏବେ ଆସନ୍ତୁ ଜାଣିବା ଲୋକପାଳ ସିଷ୍ଟମରେ କିପରି ନିଜର ଅଭିଯୋଗ ଦାୟର କରିବେ ।

ଆପଣ ଲୋକପାଳଙ୍କ ପାଖରେ ବିଭିନ୍ନ ପ୍ରକାର ଅଭିଯୋଗ ଦାୟର କରିପାରିବେ । ତେବେ ଅନଲାଇନ ଅଭିଯୋଗ ଦାୟର କରିବା ପାଇଁ cms.rbi.org.in େଓ୍ଵବସାଇଟକୁ ଯିବାକୁ ହେବ । କିମ୍ବା [email protected] ରେ ମଧ୍ୟ ଇମେଲ ମାଧ୍ୟମରେ କିମ୍ବା 14448 ଟୋଲ ଫ୍ରି ନମ୍ବରରେ କଲ କରି ଆପଣ ନିଜର ବ୍ୟାଙ୍କ ଓ ଅନଲାଇନ ଟ୍ରାଞ୍ଜାକ୍ସନ ଜନିତ ହେଉଥିବା ଅସୁବିଧା ବିଷୟରେ ଅଭିଯୋଗ କରିପାରିବେ ।  ଆପଣ ଫର୍ମ ଫିଲଅପ କରି ଚଣ୍ଡିଗଡରେ ଥିବା ଆରବିଆଇ ପ୍ରୋସେସିଙ୍ଗ ସେଣ୍ଟରକୁ ମଧ୍ୟ ପଠାଇ ନିଜର ଅସୁବିଧା ଓ ଅଭିଯୋଗ ଜଣାଇ ପାରିବେ ।

ଆରବିଆଇର ସିଏମଏସ େଓ୍ଵବସାଇଟରେ ଅଭିଯୋଗ ଦାୟର କରିବା ପାଇଁ ଆପଣଙ୍କୁ ନିଜର ମୋବାଇଲ ନମ୍ବରକୁ ଓଟିପି ସହିତ ଭେରିଫିକେସନ କରିବା ପାଇଁ ପଡିବ । ଏହା ପରେ ଅନଲାଇନ ଫର୍ମରେ ବ୍ୟକ୍ତିଗତ ଡାଟା ଦିଅନ୍ତୁ । ଯାହା ବୁରୁଦ୍ଧରେ ଅଭିଯୋଗ କରିବେ ସେହି ସଂସ୍ଥାର ନାମକୁ ଚୟନ କରନ୍ତୁ । ଏହା ପରେ ଯେଉଁ ତାରିଖରେ ପ୍ରଥମ ଥର ଆପଣ ସଂପୃକ୍ତ ସଂସ୍ଥା ବିରୁଦ୍ଧରେ ଅଭିଯୋଗ କରିଥିଲେ, ସେହି ତାରିଖକୁ ଦର୍ଶାଇ ଅଭିଯୋଗ ବିଷୟରେ ସବୁ ଟିପ୍ପଣି ଦେଇ ଅପଲୋଡ କରନ୍ତୁ ।

ତେବେ ଏହା ସହିତ ଆପଣଙ୍କୁ ଆଉ କିଛି ତଥ୍ୟ ମଧ୍ୟ ଦେବାକୁ ପଡିବ । ଅଭିଯୋଗ ଦାୟର କରିବା ପାଇଁ କାର୍ଡ ନମ୍ବର/ଲୋନ/ବ୍ୟାଙ୍କ ଆକାଉଣ୍ଟ ବିବରଣୀ ପ୍ରଦାନ କରନ୍ତୁ | ତା’ପରେ ଅଭିଯୋଗର କ୍ୟାଟେଗୋରି ଚୟନ କରନ୍ତୁ | ଉଦାହରଣ ସ୍ୱରୂପ, ଲୋନ କିମ୍ବା ମୋବାଇଲ୍ ବ୍ୟାଙ୍କିଙ୍ଗ୍ | ଡ୍ରପ୍ ଡାଉନ୍ ମେନୁରୁ ଆପଣ ଗୋଟିଏ ଅପ୍ସନ୍ ଚୟନ କରି ପାରିବେ | ପରେ ଏକ ଉପଯୁକ୍ତ ସବ୍ କ୍ୟାଟେଗୋରି ଚୟନ କରନ୍ତୁ | ଉଦାହରଣ ସ୍ୱରୂପ, ଯଦି ଆପଣ ସବ୍ କ୍ୟାଟେଗୋରିରେ ନିଆଯାଇଥିବା ଟଙ୍କା ବାବଦରେ ଏକ ଅଭିଯୋଗ ଚୟନ କରୁଛନ୍ତି ଓ ପୁଣି ଡ୍ରପ ଡାଉନରେ ମେନୁ ସିଲେକ୍ଟ କରୁଛନ୍ତି ତେବେ ଆପଣଙ୍କୁ ଅଭିଯୋଗର ମଧ୍ୟ କାରଣ ଜଣାଇବାକୁ ପଡ଼ିବ । ଯେପରିକି କ୍ରେଡିଟ୍ କାର୍ଡ କି ଅନ୍ୟ ଇସୁ ଇତ୍ୟାଦି |

ଅଭିଯୋଗର ପ୍ରକୃତ ବିବରଣୀ ବା ଫାଇଲ ପ୍ରଦାନ କରନ୍ତୁ | ତେବେ ବିବାଦୀୟ ଟଙ୍କା ଏବଂ କ୍ଷତିପୂରଣର ପରିମାଣ ବିଷୟରେ ଉଲ୍ଲେଖ କରନ୍ତୁ | ଅଭିଯୋଗ କରିଥିବା ସମରିକୁ ଭଲ ଭାବେ ଦେଖନ୍ତୁ ଏବଂ ତାପରେ ଏହାକୁ ଦାଖଲ କରନ୍ତୁ | ଆପଣଙ୍କ ପାଖରେ ରେକର୍ଡ ରଖିବା ପାଇଁ ଅଭିଯୋଗ ଦାୟର ହୋଇଥିବା ଫାଇଲର PDF କପି ଡାଉନଲୋଡ୍ ଏବଂ ସେଭ୍ କରନ୍ତୁ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.