୯ଟି ବ୍ୟାଙ୍କ ବନ୍ଦ ହେବା ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲା ରିଜର୍ଭ ବ୍ୟାଙ୍କ, କହିଲା ଏମିତି
ମୁମ୍ବାଇ : ଦେଶରେ ୯ଟି ବ୍ୟବସାୟିକ ବ୍ୟାଙ୍କ ବନ୍ଦ ହେଉଥିବା ନେଇ ଚର୍ଚ୍ଚାରେ ଆଜି ପୂର୍ଣ୍ଣଚ୍ଛେଦ ପକାଇଛି ରିଜର୍ଭ ବ୍ୟାଙ୍କ। ସୋସିଆଲ ମିଡିଆରେ ଏ ନେଇ ଭାଇରାଲ ହୋଇଥିବା ଏକ ଖବରକୁ ଖଣ୍ଡନ କରିଛନ୍ତି ଉଭୟ କେନ୍ଦ୍ର ଅର୍ଥମନ୍ତ୍ରାଳୟ ଓ ଭାରତୀୟ ରିଜର୍ଭ ବ୍ୟାଙ୍କ।
ଏହାସହ ପଢନ୍ତୁ: ଜଲଦି କରନ୍ତୁ, କିଣାମୂଲ୍ୟ ଠାରୁ ୨୬,୯୯୦ ଟଙ୍କା କମ୍ରେ ମିଳୁଛି ଏହି ସ୍କୁଟର
କେନ୍ଦ୍ର ଅର୍ଥ ସଚିବ ରାଜୀବ କୁମାର ଏକ ଟ୍ବିଟ୍ କରି କହିଛନ୍ତି ଯେ ସୋସିଆଲ ମିଡିଆରେ ପ୍ରଚାର ହେଉଥିବା ଏଭଳି ଖବରର କୌଣସି ସତ୍ୟତା ନାହିଁ। ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ସୁଦୃଢ କରିବା ପାଇଁ ଉଦ୍ୟମ କରୁଛନ୍ତି। ତେଣୁ ସେଗୁଡ଼ିକରେ ଅତିରିକ୍ତ ପୁଞ୍ଜି ବିନିଯୋଗ କରାଯାଉଛି।
There are mischievous rumours on Social Media (picture below) about @RBI closing some banks. No question of closing any #PSB, which are articles of faith. Rather Govt is strengthening PSBs with reforms and infusion of capital to better serve its customers @FinMinIndia @PIB_India pic.twitter.com/43XoZGoOa0
— Rajeev kumar (@rajeevkumr) September 25, 2019
ରିଜର୍ଭ ବ୍ୟାଙ୍କ ପକ୍ଷରୁ ମଧ୍ୟ ଟ୍ବିଟ କରି ଏହି ଖବରର ସତ୍ୟତା ନାହିଁ ବୋଲି କୁହାଯାଇଛି।
Reports appearing in some sections of social media about RBI closing down certain commercial banks are false.
— ReserveBankOfIndia (@RBI) September 25, 2019
ସୂଚନାଯୋଗ୍ୟ ଯେ, ଦେଶର ୯ଟି ପ୍ରମୁଖ ବ୍ୟବସାୟିକ ବ୍ୟାଙ୍କ ବନ୍ଦ ହୋଇଯିବ ବୋଲି ସୋସିଆଲ ମିଡିଆରେ ପ୍ରଚାରିତ ହୋଇଥିଲା। ଏଣୁ ଲୋକମାନେ ସମୟ ପୂର୍ବରୁ ବ୍ୟାଙ୍କରୁ ନିଜ ଜମା ପ୍ରତ୍ୟାହାର କରିବାକୁ କୁହାଯାଇଥିଲା।