ରେପୋ ରେଟ୍ ଅପରିବର୍ତ୍ତିତ; ୬.୫ ପ୍ରତିଶତରେ ସ୍ଥିର ରହିଲା

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ । ୬.୫ ପ୍ରତିଶତରେ ସ୍ଥିର ରହିଲା ରେପୋ ରେଟ୍ ।  ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏନେଇ ସୂଚନା ଦେଇଛନ୍ତି । ଲଗାତାର ୧୧ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ଫଳରେ EMI ବଢିବ ନାହଁ । ୨୦୨୩ ମସିହା ଫେବୃଆରୀରେ ଶେଷ ଥର ପାଇଁ ରେପୋ ରେଟ୍ ଶୂନ ଦଶମିକ ୨୫ ପ୍ରତିଶତ ବଢିଥିଲା ।  ଦରଦାମ ବୃଦ୍ଧିରେ ନିୟନ୍ତ୍ରଣ ଆମର ପ୍ରାଥମିକତା ବୋଲି ମନିଟାରୀ ପଲିସି କମିଟି ବୈଠକ ପରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି ।

୨୦୨୩ ଫେବୃଆରୀରୁ ରେପୋ ରେଟ ଅପରିବର୍ତ୍ତିତ ରହିଛି । ଫଳରେ ଇଏମଆଇରେ ବୃଦ୍ଧି ଘଟିବନି ।  ଇଏମଆଇ ବଢିବ ନାହିଁ କି ହ୍ରାସ ଘଟିବ ନାହିଁ । ଏହାଫଳରେ ଗ୍ରାହକଙ୍କ ଉପରେ ଋଣ ବୋଝ ପଡିବିନି । ଲୋନ ନେଇ ଇଏମଆଇରେ ଦେଉଥିଲେ ଏହା ବୃଦ୍ଧି ପାଇବନି । ରେପୋ ରେଟ୍‌କୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ନେଇ ଏମପିସି ବୈଠକରେ କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।