ପାଞ୍ଚ ଶହ ଟଙ୍କିଆ ନୋଟକୁ ନେଇ ଶକ୍ତ ହେଲା ଆରବିଆଇ, ସମସ୍ତ ବ୍ୟାଙ୍କକୁ ଦେଲା ଏଭଳି ନିର୍ଦ୍ଦେଶ

ଦେଶରେ ନୋଟବନ୍ଦୀ ପରେ ଫେକ୍‌ କରେନ୍ସୀକୁ ନେଇ ଅନେକ ପ୍ରକାର ଖବର ସାମ୍ନାକୁ ଆସୁଛି। ଖାସ କରି ୫୦୦ ଟଙ୍କିଆ ନୋଟକୁ ନେଇ ଅନେକ ଥର ଲୋକଙ୍କୁ ସମସ୍ୟାକୁ ସାମ୍ନା କରିବାକୁ ମଧ୍ୟ ପଡିଛି। ଏହାରି ଭିତରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବ୍ୟାଙ୍କଗୁଡିକୁ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରୀ ଜାରି କରିଛି।

ସାରା ଦେଶରେ ୨୦୧୬ରେ ହୋଇଥିବା ନୋଟବନ୍ଦୀ ପରେ ନକଲୀ ନୋଟକୁ ନେଇ ଅନେକ ପ୍ରକାର ଖବର ସାମ୍ନାକୁ ଆସିବାରେ ଲାଗିଛି। ୧୦ ଟଙ୍କିଆ ମୁଦ୍ରାକୁ ନେଇ ବଡ ନୋଟ ପର୍ଯ୍ୟନ୍ତ ବଜାରରେ ନକଲୀ ନୋଟକୁ ନେଇ କାରବାର ଚାଲୁଛି। ଯଦିଓ ଏହି ମାମଲାକୁ ନେଇ ଅନେକ ଥର ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଗୁରୁତତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି। ଏହି ପରିପ୍ରେକ୍ଷୀରେ ପୁର୍ନବାର ୫୦୦ ଟଙ୍କିଆ ନୋଟକୁ ନେଇ ଅସଲୀ ନକଲୀ କାରବାରକୁ ନେଇ ଆରବିଆଇ ଦେଶର ସମସ୍ତ ବ୍ୟାଙ୍କକୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରୀ କରିଛି। ଆରବିଆଇ ୫୦୦ ଟଙ୍କିଆ ନୋଟକୁ ନେଇ ଏକ ବୟାନ ମଧ୍ୟ ଜାରୀ କରିଛି।

୫୦୦ ଟଙ୍କିଆ ନୋଟକୁ ପ୍ରାୟ ଲୋକ ଅଧିକ ବ୍ୟବହାର କରନ୍ତି। ରାଶି ଅଧିକ ହେବା କାରଣରୁ ଏହାର ନକଲୀ ପ୍ରଚଳନ ହେବା ଦ୍ୱାରା କ୍ଷତି ବି ବଡ ହୋଇଥାଏ। ତେଣୁ ଏତେ ବଡ ରାଶି ଅସଲୀ ହେବା ବହୁତ ଜରୁରୀ। ଏହି କାରଣରୁ କରେନ୍ସୀକୁ ନେଇ ଆରବିଆଇ ମଧ୍ୟ ବହୁତ କଠୋର ହୋଇଯାଇଛି। ଅନେକ ଥର ନୋଟର ଅନଫିଟ୍‌ ହେବା କାରଣରୁ ମଧ୍ୟ ଲୋକଙ୍କୁ ବ୍ୟାକିଙ୍ଗ୍‌ ଆଦି କାମରେ ସମସ୍ୟା ହୋଇଥାଏ।

ବ୍ୟାଙ୍କ ଗୁଡିକୁ କଣ ନିର୍ଦ୍ଦେଶ ଦେଇଛି ଆରବିଆଇ?

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବ୍ୟାଙ୍କଗୁଡିକୁ କହିଛି ଯେ ପ୍ରତି ତିନି ମାସରେ ସଠିକତା ଏବଂ ସ୍ଥିରତା ପାଇଁ ନିଜର ନୋଟକୁ ମେସିନରେ ପରୀକ୍ଷଣ କରନ୍ତୁ। କେବଳ ଏତିକି ନୁର୍ହେ ଏହାସହିତ ଆରବିଆଇ ଏହା ମଧ୍ୟ ସୁନିଶ୍ଚିତ କରିବା ପାଇଁ କହିଛି ଯେ ପ୍ରିଟେଣ୍ଡ ନୋଟ ଏକ ନିର୍ଦ୍ଧିଷ୍ଟ ମାପଦଣ୍ଡ ଅନୁସାରେ ରହିବା ଆବଶ୍ୟକ ନଚେତ ଏହାର ମଧ୍ୟ ସମୟ ଅନ୍ତରାଳରେ ଯାଞ୍ଚ କରାଯିବ ଏବଂ ଏହାର ରିପୋର୍ଟ ମଧ୍ୟ ଆରବିଆଇକୁ ସମୟ ସମୟରେ ପଠାଯିବ। ଆରବିଆଇ ପକ୍ଷରୁ ନୋଟର ସଠିକ କଣ୍ଡିସନ ପାଇର୍ ୧୧ ମାନକ ନିର୍ଦ୍ଧାରିତ କରାଯାଇଛି। ଏହାସହିତ ବ୍ୟାଙ୍କକୁ ନୋଟ ସର୍ଟିଙ୍ଗ ମେସିନ୍‌ ବଦଳରେ ନୋଟ୍‌ ଫିଟ ସର୍ଟିଙ୍ଗ ମେସିନର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛି।

କଣ ଏହି ଫିଟ୍‌ ଓ ଅନଫିଟ୍‌ ନୋଟ?

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ମୁତାବକ ନୋଟକୁ ଦୁଇଟି ଶ୍ରେଣୀରେ ରଖାଯାଇଛି। ଗୋଟେ ହେଉଛି ଫିଟ୍‌ ନୋଟ ଏବଂ ଅନ୍ୟଟି ହେଉଛି ଅନଫିଟ୍‌ ନୋଟ।

ଫିଟ୍‌ ନୋଟ କଣ ?

  • ଆରବିଆଇର ସର୍କୁଲାର ମୁତାବକ ଫିଟ୍‌ ନୋଟ ତାହା ହୋଇଥାଏ ଯାହା ଜେନୁଇନ୍‌ ହୋଇଥିବ।
  • କ୍ଲିନ ବା ସଫା ସୁତୁରା ହୋଇଥିବ ଯାହାଦ୍ୱାରା ଏହାର ଭେଲ୍ୟୁକୁ ସହଜରେ ପତ୍ତା ଲଗାଇ ହେବ।
  • ଏବଂ ଯାହା ରିସାଇକେଲିଙ୍ଗ ପାଇଁ ଉପଯୁକ୍ତ ହୋଇଥିବ।

ଅନଫିଟ୍‌ ନୋଟ କଣ?

  • ଅନଫିଟ୍‌ ନୋଟ ସେଇଟା ଯାହା ନିଜର ଫିଜିକାଲ କଣ୍ଡିସନ୍‌ କାରଣରୁ ରସାଇକେଲିଙ୍ଗ ପାଇଁ ଉପଯୁକ୍ତ ନୁହେଁ।
  • ଅନେକ ଅନଫିଟ୍‌ ନୋଟ ଚେନ୍‌ ଏପରି ଥାଏ ଯାହା ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଫେଜଓ୍ଵାଇଜ୍‌ ସମାପ୍ତ କରିଦିଆଯାଏ।

ଆପଣଙ୍କୁ କେଉଁ କଥା ଉପରେ ଧ୍ୟାନ ଦେବା ଉଚିତ ଜାଣନ୍ତୁ 

  • ନୋଟ ପ୍ରୋସେସିଙ୍ଗ ମେସିନ୍‌/ନୋଟ ସର୍ଟିଙ୍ଗ ମେସିନ୍‌ ସମୟ ସମୟରେ ପ୍ରାମାଣିକତା ଯାଞ୍ଚ୍‌ କରିବ।
  • ଏମିତି କିଛି ନୋଟ ଅଛି ଯେଉଁଥିରେ ଅସଲୀ ନୋଟର ସମସ୍ତ ବିଶେଷତା ମିଳିନଥାଏ ସେଥିପାଇଁ ତାକୁ ମେସିନ୍‌ ସାହାଯ୍ୟରେ ସନ୍ଦିଗ୍ଧ କିମ୍ବା ଅସ୍ୱିକାର ଭାବରେ କ୍ଲାସିଫାଏଡ କରାଯିବ।
  • ବ୍ୟାଙ୍କୁ ପ୍ରତି ଦିନ ମାସରେ କରେନ୍ସୀ ନୋଟର ଫିଟନେସ ରିପୋର୍ଟ ଆରବିଆଇକୁ ପଠାଇବାକୁୁ ହେବ।
  • ବ୍ୟାଙ୍କ ଅନୁପଯୁକ୍ତ ନୋଟର ସଂଖ୍ୟା ଏବଂ ଉଚିତ ମେଣ୍ଟେନାନ୍ସ ପରେ ପୁର୍ନବାର ଜାରି କରାଯାଉଥିବା ନୋଟ ବିଷୟରେ ଆରବିଆଇକୁ ସୂଚନା ଦେବାକୁ ହେବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.