RTGS ଓ NEFT ହୋଇଗଲା ପୁରୁଣା ! ଏବେ RBI ଆଣୁଛି ନୂଆ ପେମେଣ୍ଟ ସିଷ୍ଟମ

ଏବେ ବହୁତ ଜଲଦି ଆରବିଆଇ ଏକ ନୂଆ ପେମେଣ୍ଟ ସିଷ୍ଟମ ଲାଗୁ କରିବାକୁ ଯାଉଛି । କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଲାଇଟ୍ ୱେଟ ଆଣ୍ଡ ପୋର୍ଟେବଲ ପେମେଣ୍ଟ ସିଷ୍ଟମ ବା ଏଲପିଏସଏସ ଉପରେ ପ୍ରସ୍ତୁତି ଚାଲିଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ଦେଶର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଅନେକ ସମୟରେ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଥାଏ । ଆଉ ଏବେ ବହୁତ ଜଲଦି ଆରବିଆଇ ଏକ ନୂଆ ପେମେଣ୍ଟ ସିଷ୍ଟମ ଲାଗୁ କରିବାକୁ ଯାଉଛି । କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଲାଇଟ୍ ୱେଟ ଆଣ୍ଡ ପୋର୍ଟେବଲ ପେମେଣ୍ଟ ସିଷ୍ଟମ ବା ଏଲପିଏସଏସ ଉପରେ ପ୍ରସ୍ତୁତି ଚାଲିଛି । ଏହି ସିଷ୍ଟମକୁ କିଛି ସ୍ୱତନ୍ତ୍ର କର୍ମଚାରୀ କେଉଁଠି ବି ଅପରେଟ୍‌ କରିପାରିବେ ।

ଏଲପିଏସଏସ ପେମେଣ୍ଟ ସିଷ୍ଟମ ପ୍ରାକୃତିକ ବିପର୍ଯ୍ୟୟ ଓ ଯୁଦ୍ଧକାଳୀନ ପରିସ୍ଥିତି ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ବିପଦ ସମୟରେ ଏହା ଅର୍ଥ ନେଣଦେଣ କ୍ଷେତ୍ରରେ ସହାୟତା ପ୍ରଦାନ କରିବ । ପାରମ୍ପରିକ ଟେକନିକ ଠାରୁ ଏହି ନୂଆ ଟେକନିକ ବହୁତ ସ୍ୱତନ୍ତ୍ର ହେବ । ତେବେ ସବୁଠାରୁ ବଡ଼କଥା ହେଉଛି କିଛି ସ୍ୱତନ୍ତ୍ର କର୍ମଚାରୀ ଏହି ଟେକନିକକୁ ଅପରେଟ୍ କରିପାରିବେ ।

ପେମେଣ୍ଟ ନେଣଦେଣ ପାଇଁ ବର୍ତ୍ତମାନ ସମୟରେ ରିଅଲ ଟାଇମ୍ ଗ୍ରସ ସେଟଲମେଣ୍ଟ (ଆରଟିଜିଏସ), ନ୍ୟାସନାଲ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର (ନିଫ୍ଟ) ଓ ୟୁନିଫାଏଡ୍ ପେମେଣ୍ଟସ ଇଣ୍ଟରଫେସ (ୟୁପିଆଇ)ର ବହୁଳ ବ୍ୟବହାର କରାଯାଉଛି । ତେଣୁ ଏହିସବୁ ପେମେଣ୍ଟ ସିଷ୍ଟମକୁ କିପରି ବଡ଼ ଧରଣର ପେମେଣ୍ଟ କରାଯାଇ ପାରିବ ସେନେଇ ଏଲପିଏସଏସକୁ ବିକଶିତ କରାଯାଉଛି । ଯେ କୌଣସି ପରିସ୍ଥିତିକୁ ସାମ୍ନା କରିବା ପାଇଁ ଏଲପିଏସଏସକୁ ଡିଜାଇନ କରାଯାଇଛି । ଆରବିଆଇ କହିଛି ଯେ ଆବଶ୍ୟକ ପଡ଼ିଲେ ଏହାକୁ ଆକ୍ଟିଭ କରାଯିବ । ସରକାର ଓ ବଜାର ସମ୍ବନ୍ଧିତ ନେଣଦେଣ ଓ ଅର୍ଥବ୍ୟବସ୍ଥାର ସ୍ଥିରତାକୁ ସୁନିଶ୍ଚିତ କରିବା କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.