ଫିଚର ଫୋନ ରଖୁଥିବା ୫୫ କୋଟି ଗ୍ରାହକ କରିପାରିବେ ୟୁପିଆଇ ପେମେଣ୍ଟ, ଆରବିଆଇ କଲା ଘୋଷଣା

ଦେଶରେ ୫୫ କୋଟି ଫିଚର ଫୋନ ରଖୁଥିବା ମୋବାଇଲ ଗ୍ରାହକଙ୍କ ପାଇଁ ଖୁସି ଖବର। ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବଶୀଘ୍ର ଫିଚର ଫୋନ ପାଇଁ UPI-based payment products ଲଞ୍ଚ କରିବାକୁ ଯାଉଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହା ଘୋଷଣା କହିଛନ୍ତି। ଛୋଟ ଭାଲ୍ୟୁର ୟୁପିଆଇ ଟ୍ରାଞ୍ଜାକ୍ସନ ପାଇଁ ‘on-device’ ଓ୍ଵାଲେଟ୍‌ ଲଞ୍ଚ କରାଯିବ।

ଏବେ ଦେଶରେ ଫିଚର ଫୋନ ପାଇଁ କୌଣସି ୟୁପିଆଇ ବ୍ୟବସ୍ଥା ନାହିଁ। ଆଉ ଏଥିପାଇଁ ଫିଚର ଫୋନ ରଖୁଥିବା ୫୫ କୋଟି ଗ୍ରାହକ ନିଜ ମୋବାଇଲ ଫୋନରୁ ୟୁପିଆଇ ଟ୍ରାଞ୍ଜାକ୍ସନ କରିପାରୁନାହାନ୍ତି। ଏବେ ବିନା ଇଣ୍ଟରନେଟ ଥିବା ମୋବାଇଲ ଫୋନରରେ ୟୁଜରNUUP ( National Unified USSD Platform) ଜରିଆରେ ୟୁପିଆଇ ଟ୍ରାଞ୍ଜାକ୍ସନ କରିପାରିବେ। ଏହି ସିଷ୍ଟମକୁ ଆକ୍ସେସ କରିବା ପାଇଁ ୟୁଜର *99# ଡାଏଲ କରି ଇଣ୍ଟରାକ୍ଟିଭ ମେନ୍ୟୁ ଜରିଆରେ ଟ୍ରାଞ୍ଜାକ୍ସନ କରିପାରିବେ।

ଏବେ ସମସ୍ତେ ସ୍ମାର୍ଟଫୋନ ରଖି ୟୁପିଆଇ ପେମେଣ୍ଟ କରିପାରୁଛନ୍ତି। କିନ୍ତୁ ଯେଉଁ ମାନଙ୍କର ଫିଚର ଫୋନ ରହିଛି, ସେମାନେ ଏହି ସୁବିଧାର ଲାଭ ଉଠାଇପାରୁନାହାନ୍ତି। ଯାହା ପାଇଁ ଆରବିଆଇ ଫିଚର ଫୋନ ପାଇଁ ନୂଆUPI-based payment productsକୁ ଲଞ୍ଚ କରିବାକୁ ଯାଉଛି। ଫଳରେ ଫିଚର ଫୋନ ରଖୁଥିବା ଗ୍ରାହକ ଅତି ସହଜରେ ୟୁପିଆଇ ଟ୍ରାଞ୍ଜାକ୍ସନ କରିପାରିବେ। ଆଉ ଏପରି ହେଲେ ଡିଜିଟାଲ ପେମେଣ୍ଟକୁ ପ୍ରତି ସେମାନଙ୍କର ଆଗ୍ରହ ବଢିବ।

ଛୋଟ ଭାଲ୍ୟୁର ୟୁପିଆଇ ପେମେଣ୍ଟକୁ ସହଜ କରିବା ପାଇଁ ଆରବିଆଇ on device wallet ନେଇ ଆସିଛି। ଆରବିଆଇ ମୁତାବକ, ଦେଶରେ ୫୦ ପ୍ରତିଶତରୁ ଅଧିକ ୟୁପିଆଇ ପେମେଣ୍ଟ ୨୦୦ ଟଙ୍କାରୁ କମ୍‌ ହୋଇଥାଏ। ଏହି ପେମେଣ୍ଟ କରିବା ପାଇଁ ଅନେକ ପ୍ରକାର ଚେଷ୍ଟା କରାଯାଏ। ଆଉ ବେଳେ ବେଳେ ଏହି ଟ୍ରାଞ୍ଜାକ୍ସନ ସଫଳ ହୋଇପାରେ ନାହିଁ। ଏପରି ୟୁପିଆଇ ପେମେଣ୍ଟକୁ ସରଳ କରିବା ପାଇଁ on device wallet ଆସିବ। କିନ୍ତୁ ଏହା କେବେ ଲଞ୍ଚ କରିବ ତାହା କୁହାଯାଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.