RBI ଲଞ୍ଚ୍‌ କରିବ କଏନ୍‌ ଭେଣ୍ଡିଂ ମେସିନ୍‌, QR କୋଡ୍ ସ୍କାନ୍‌ କରି ନେଇପାରିବେ ଆବଶ୍ୟକ ମୁଦ୍ରା

ଆରବିଆଇ ଦେଶର ୧୨ଟି ସହରରେ ଏକ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛି, ଯେଉଁଥିରେ ଲୋକମାନେ କଏନ୍‌ ଭେଣ୍ଡିଂ ମେସିନ୍‌ରୁ ଆବଶ୍ୟକ ମୁଦ୍ରା ବାହାର କରିପାରିବେ। ଏଥିପାଇଁ QR କୋଡ୍ ସ୍କାନ୍‌ କରିବାକୁ ପଡ଼ିବ।

ଦେଶରେ ମୁଦ୍ରାର ଅଭାବ ଦୂର କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି। ଆରବିଆଇ ୧୨ ସହରରେ QR କୋଡ୍ କଏନ୍‌ ଭେଣ୍ଡିଂ ମେସିନ୍ ପାଇଁ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛି। କୌଣସି ବି ବ୍ୟକ୍ତି ଏକ QR କୋଡ୍ ସ୍କାନ୍ କରି ଏବଂ UPI ମାଧ୍ୟମରେ ପେମେଣ୍ଟ କରି କଏନ୍‌ ଭେଣ୍ଡିଂ ମେସିନରୁ ମୁଦ୍ରା ବାହାର କରିପାରିବେ।

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ନୂଆ ମୁଦ୍ରା ନୀତି ଘୋଷଣା କରି କହିଛନ୍ତି ଯେ ଖୁବ୍ ଜଲ୍‌ଦି ଆରବିଆଇ ଏଥିପାଇଁ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିବ। ଯଦି ଏହି ପାଇଲଟ୍ ପ୍ରୋଜେକ୍ଟ ସଫଳ ରୁହେ, ତା’ ହେଲେ ବ୍ୟାଙ୍କଗୁଡିକୁ ଏହି ପ୍ରକାରର ମେସିନ୍ ଲଗାଇବା ପାଇଁ ପ୍ରୋତ୍ସାହିତ କରାଯିବ।

QR କୋଡ୍ ଆଧାରିତ କଏନ୍‌ ଭେଣ୍ଡିଂ ୧୨ ସହରରେ ଆରମ୍ଭ କରାଯିବ। ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଏହାଦ୍ୱାରା ମୁଦ୍ରା ପହଞ୍ଚିବାରେ ସହଜ ହେବ। କଏନ୍‌ ଭେଣ୍ଡିଂ ମେସିନ୍ ହେଉଛି ସ୍ୱୟଂଚାଳିତ ମେସିନ୍, ଯାହା ବ୍ୟାଙ୍କ କରେନ୍ସି ନୋଟ୍ ବଦଳରେ ମୁଦ୍ରା ବାଣ୍ଟିଥାଏ।

ଆରବିଆଇ ଗଭର୍ଣ୍ଣରଙ୍କ ଅନୁସାରେ, ଏହି ଭେଣ୍ଡିଂ ମେସିନ୍‌ଗୁଡ଼ିକ ବ୍ୟାଙ୍କ ନୋଟ୍‌ ବଦଳରେ UPI ବ୍ୟବହାର କରି ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା ନେବ ଏବଂ ସେମାନଙ୍କୁ ସେହି ମୂଲ୍ୟର ମୁଦ୍ରା ବିତରଣ କରିବ।

Leave A Reply

Your email address will not be published.