ଆରବିଆଇର ବଡ଼ ଘୋଷଣା: ଲଗାତାର ଅଷ୍ଟମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ

ନୂଆଦିଲ୍ଲୀ : ସୁଧ ହାର ଅପରିବର୍ତ୍ତିତ ରଖିଲା RBI । ଅଷ୍ଟମ ଥର ପାଇଁ ସୁଧ ହାର ଅପରିବର୍ତ୍ତିତ ରଖିଛନ୍ତି RBI । ୬.୫ ପ୍ରତିଶତରେ ରେପୋ ରେଟ୍ ଅପରିବର୍ତ୍ତିତ ରହିଲା ସୁଧ ହାର। RBI ଆଜି ଏହାର ମୁଦ୍ରା ନୀତି(RBI କ୍ରେଡିଟ୍ ପଲିସି) ଘୋଷଣା କରିଛି। ରେପୋ ରେଟରେ କୌଣସି ପରିବର୍ତ୍ତନ କରାଯାଇନଥିବା ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି । ଏମପିସିର ୬ରୁ ୪ ଜଣ ସଦସ୍ୟ ରେପୋ ରେଟ୍ ସ୍ଥିର ରଖିବାକୁ ନିଷ୍ପତି ନେଇଥିଲେ ।
ଗତ ୨୦୨୩ ଫେବ୍ରୁଆରୀରୁ ରେପୋରେଟ୍ ୬.୫ ପ୍ରତିଶତ ରହିଛି । ଚଳିତ ଆର୍ଥିକ ବର୍ଷରେ ୭.୨% ଅଭିବୃଦ୍ଧି ହାର ରହିବା ଆକଳନ କରିଛନ୍ତି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ପ୍ରଥମ ତ୍ରୟମାସିକରେ ୭.୨%, ଦ୍ବିତୀୟ ତ୍ରୟମାସିକରେ ୭.୩% ଅଭିବୃଦ୍ଧି ଅନୁମାନ କରାଯାଇଛି । ସେହିଭଳି ତୃତୀୟ ତ୍ରୟମାସିକରେ ୭.୩% ଓ ଚତୁର୍ଥ ତ୍ରୟମାସିକରେ ୭.୨% ଅଭିବୃଦ୍ଧି ଅନୁମାନ କରିଛି ଆରବିଆଇ।