ଭାରତରେ ଲଂଚ୍ ହେଲା Realme 3, ଜାଣନ୍ତୁ କଣ ରହିଛି ମୂଲ୍ୟ ଏବଂ ଫିଚର୍

ଭାରତରେ ଲଂଚ୍ ହେଲା ରିୟଲମି ୩ । ଏହି ଫୋନର ଲଂଚକୁ ନେଇ ଅନେକ ଦିନ ହେବ ଚର୍ଚ୍ଚା ହେଉଥିଲା । ଶେଷରେ ସମସ୍ତ ଅପେକ୍ଷାର ଅନ୍ତ କରି କମ୍ପାନୀ ଲଂଚ୍ ରିୟଲମିର ନୂଆ ସ୍ମାର୍ଟଫୋନ୍ ।

ରିଅଲମି-୩ର ବିଶେଷତ୍ୱ କହିଲେ ଏଥିରେ ରହିଛି ୱାଟରଡ୍ରପ୍ ନୋଟ୍ ଡିସପ୍ଲେ ସହ ଡୁଆଲ୍ ରିୟର୍ କ୍ୟାମେରା । ଏହା ସହ ଫୋନର ଡିସପ୍ଲେ ହେଉଛି ୬.୨ ଇଂଚ । ଯେଉଁଥିରେ ଗୋରିଲ୍ଲା ଗ୍ଲାସ୍ ୩ର ପ୍ରୋଟେକ୍ସନ୍ ରହିଛି । ଏହା ବ୍ୟତୀତ ଫୋନର ରାମ ୩ଜିବି / ୪ ଜିବି ସହ ଷ୍ଟୋରେଜ୍ ୩୨ ଜିବି/୬୪ ଜିବି ରହିଛି ।

କ୍ୟାମେରା କଥା କହିବା ଯଦି, ଏଥିରେ ଡୁଆଲ କ୍ୟାମେରା ଦିଆଯାଇଛି । ଯେଉଁଥିରେ ଗୋଟିଏ କ୍ୟାମେରା ୧୩ ମେଗାପିକ୍ସେଲ୍ ଏବଂ ଦ୍ବିତୀୟ କ୍ୟାମେରାଟି ୨ ମେଗାପିକ୍ସେଲ୍ । ସେହିପରି ଫ୍ରଣ୍ଟ କ୍ୟାମେରା ହେଉଛି ୧୩ ମେଗାପିକ୍ସେଲର । ଫୋନର ବଡି ୩ଡି ଡାଏମଣ୍ଡ କଟ୍ ହୋଇଥିବା ବେଳେ ଫେସ୍ ଅନଲକ୍ ରହିଛି ।

୩ ଜିବି ରାମ ଏବଂ ୩୨ ଜିବି ଷ୍ଟୋରେଜ୍ ଥିବା ମୋବାଇଲର ଦାମ ୮୯୯୯ ହୋଇଥିବା ବେଳେ ୪ ଜିବି ରାମ ଏବଂ ୬୪ର ଦାମ୍ ହେଉଛି ୧୦,୯୯୯ ଟଙ୍କା ।