ଇ-କମର୍ସ ପ୍ଳାଟଫର୍ମ ଫ୍ଲିପକାର୍ଟରେ ଶସ୍ତାରେ କିଣନ୍ତୁ ରିୟଲମିର ପ୍ରଥମ AC, ରହିଛି ଅନେକ ସ୍ମାର୍ଟ ଫିଚର୍ସ

ଲୋକପ୍ରିୟ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ରିୟଲମି ପ୍ରଥମ ଥର ଭାରତରେ ଏୟାର କଣ୍ଡିସନର ଲଞ୍ଚ କରିଛି। ଯାହାର ମାଧ୍ୟମ ସାଜିଛି ଫ୍ଲିପକାର୍ଟ। ମାନେ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟରେ ଏବେ ରିୟୟଲମି ନିଜର ପ୍ରଥମ ଏସି ଡିଭାଇସ୍‌ କୁ ବିକ୍ରି କରିଛି। ଏହାର ଦାମ ମଧ୍ୟ ରହିଛି ଖୁବ ଶସ୍ତା।

ଇ-କମର୍ସ େଓ୍ଵବସାଇଟ ଫ୍ଲିପକାର୍ଟ ଏକ ଏଭଳି ପ୍ଲାଟଫର୍ମ ଯେଉଁଠି ଆପଣଙ୍କୁ ସବୁ ପ୍ରକାର ପ୍ରଡକ୍ଟ ଶସ୍ତା ଦାମରେ ମିଳିଯାଏ। ଏହା ଉପରେ ଏବେ ସମସ୍ତେ ନିର୍ଭର କରୁଛନ୍ତି। affordable priceରେ ଯଦି ଆପଣ କିଛି ଜିନିଷ କିଣିବାକୁ ଚାହୁଁଛନ୍ତି ତେବେ ଏହି ପ୍ଲାଟଫର୍ମ ସବୁଠୁ ଭଲ ଅପସନ। ପ୍ରତ୍ୟେକ ଏଠି ଡ୍ରେସ ଠୁ ଆରମ୍ଭ କରି ଫୋନ ପର୍ଯ୍ୟନ୍ତ କିମ୍ବା ଘରର ଯେକୋଣସି ଜିନିଷ ହେଉ କିଣିବାକୁ ପସନ୍ଦ କରନ୍ତି।

ଚାଇନା ସ୍ମାର୍ଟଫୋନ ବ୍ରାଣ୍ଡ ରିୟଲମି ଏବେ ସ୍ମାର୍ଟଫୋନ ଏବଂ ଲାପଟପ ସହିତ ଏସି ତିଆରି କରିବା ମଧ୍ୟ ଆରମ୍ଭ କରିଛି। ଗତ ୧୩ ଅପ୍ରେଲରେ ଟେକଲାଇଫ ନାମରେ ରିୟଲମି କମ୍ପାନୀ ଭାରତରେ convertible Air Conditioners ର ନୂଆ ରେଞ୍ଜ ଲଞ୍ଚ କରିଛି। ଶାନଦାର ଫିଚର୍ସ ଥିବା ଏସିର ପ୍ରାରମ୍ଭିକ ଦାମ ରହିଛି ୩୦ ହଜାର ଟଙ୍କାରୁ ବି କମ।

ରିୟଲମିର ଟେକଲାଇଫ ରେଞ୍ଜର ତିନୋଟି ଏସି ମଡେଲ ବାହାରିଛି। ଏକ ଟନ୍‌ ଏସି ର ଦାମ ୨୭,୭୯୦ ଟଙ୍କା ରହିଥିବା ବେଳେ ୧.୫ ଟନ ଏସିର ମୂଲ୍ୟ ରହିଛି ୩୦,୯୯୯ ଟଙ୍କା। ଏମାନେ ୪ଷ୍ଟାର ହୋଇଥିବା ବେଳେ ୫ ଷ୍ଟାର ମଡେଲ ଥିବା ୧.୫ ଟନ କାପାସିଟି ଥିବା ଏସିର ଦାମ ରହ ିଛି ୩୩,୪୯୦ ଟଙ୍କା।

ରିୟଲିମର ଏହି ନୂଆ ଏସିରେ ଶାନଦାର ୪ ଇନ ୧ କୁଲିଂ ଫିଚର ରହିଛି। ଏଥିରେ ବିଜୁଳି ଖର୍ଚ୍ଚ ମଧ୍ୟ ବହୁତ କମ ହେବ। କମ୍ପାନୀର କହିବା କଥା ଅନୁଯାୟୀ ଏସିର କୁଲିଂ କାପାସିଟି ସମୟ କ୍ରମେ ୪୦%, ୬୦%, ୮୦% ଏବଂ ୧୧୦% ହିସାବରେ ପରିବର୍ତ୍ତନ ହୁଏ। ଏମିତିରେ ଆପଣ ଏସିକୁ ଆଡଜେଷ୍ଟ କରି ମଧ୍ୟ କୁଲିଂ କାପାସିଟିକୁ କଣ୍ଟ୍ରୋଲ କରିପାରିବେ। ଏହା ଯୋଗୁଁ ବିଜୁଳି ଖର୍ଚ୍ଚ ମଧ୍ୟ କମ ହେବ।

ରିୟଲମିର ଏହି ନୂଆ ଟେକଲାଇଫ ଏସିରେ ଖାସ ବ୍ଲୁ ଫିନ ଟେକନିକ ଆଡ କରାଯାଇଛି ଯାହା ଏସିର କଏଲକୁ ପାଣି ତଥା ମଇଳାରୁ ସୁରକ୍ଷିତ ରଖେ। ଏହାସହ ଏସିରେ ଆପଣଙ୍କୁ ଅଟୋ କ୍ଲିନିଂ ଫିଚର ମଧ୍ୟ ମିଳିବ। ଯାହା ଏସିକୁ ୩୦ ସେକେଣ୍ଡରେ ସଫା କରିଦେବ। ଯେତେବେଳେ ଏସି ଅଫ୍‌ ଥିବ। ତେବେ ଆପଣ କେବଳ ଏହି ଏସିକୁ ଫ୍ଲିପକାର୍ଟରେ ହିଁ କିଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.