ସାଧାରଣ ଜନତାଙ୍କୁ ମିଳିଲା ଆଶ୍ବସ୍ତି ! ୫.୩୦ ପ୍ରତିଶତକୁ ଖସିଲା ଖୁଚୁରା ମୁଦ୍ରାସ୍ଫୀତି ହାର

ଗୋଟେ ପରେ କରୋନା ମହାମାରୀ ଦେଶ ବ୍ୟାପୀ ନିଜ କାୟା ବିସ୍ତାର କରିଥିବା ବେଳେ ଅନ୍ୟପକ୍ଷରେ ଦେଶର ଜନତା ଏବଂ ସରକାରଙ୍କୁ ମୁଦ୍ରାସ୍ଫୀତି ଦୃଷ୍ଟିରୁ କିଛିଟା ଆଶ୍ଵସ୍ତି ମିଳିଛି । ରାଷ୍ଟ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ବା NSO ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଖୁଚୁରା ମୁଦ୍ରାସ୍ଫୀତି ହାର ପୁଣିଥରେ ହ୍ରାସପାଇଛି । ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୩୦ ପ୍ରତିଶତ ଥିବା ନେଇ ରେକର୍ଡ ହୋଇଛି । ଯେବେକି ଜୁଲାଇରେ ଏହି ହାର ୫.୫୯ ପ୍ରତିଶତକୁ ଖସିଥିଲା । ଯାହାକି ତିନି ମାସରେ ସର୍ବନିମ୍ନ ଥିବା ନେଇ ରେକର୍ଡ ହୋଇଥିଲା । କହିରଖିବା ଉଚିତ ହେବକି, ୨୦୨୦ ଅଗଷ୍ଟ ମାସରେ ସାମଗ୍ରୀ ଯୋଗାଣରେ କିଛିଟା ବାଧା ଆସିଥିବାରୁ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ହାର ୬.୬୯ ପ୍ରତିଶତରେ ପହଞ୍ଚିଥିଲା । ଚଳିତ ବର୍ଷ ଅଗଷ୍ଟରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ହ୍ରାସ ହୋଇଥଇଥିବାରୁ ରିଟେଲ ବା ଖୁଚୁରା ମୁଦ୍ରାସ୍ଫୀତି କ୍ରମାଗତ ଦ୍ୱିତୀୟ ମାସ ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଲକ୍ଷର ପରିସୀମା ଭିତରେ ରହିଛି ।

ଏହାକୁ ୨ ପ୍ରତିଶତ ପରିସରରେ ରଖିବାକୁ ଆରବିଆଇ ଲକ୍ଷ୍ୟ ରଖିଛି । NSO ଦ୍ୱାରା ଜାରି ହୋଇଥିବା ତଥ୍ୟ ମୁତାବକ ଚଳିତ ବର୍ଷ ଅଗଷ୍ଟ ରେ ପନିପରିବା ମୂଲ୍ୟରେ ୧୧.୭ ପ୍ରତିଶତ ହ୍ରାସ ଘଟିଛି । ଏହି କାରଣରୁ, ଖାଦ୍ୟ ସାମଗ୍ରୀର ମୂଲ୍ୟ ଜୁଲାଇରେ ୩.୧୧ ପ୍ରତିଶତ ବୃଦ୍ଧି ପାଇ ୩.୯୬ ପ୍ରତିଶତରୁ କିଛିଟା ବଢିଛି । ଏହା ମଧ୍ୟରେ ଖାଇବା ତେଲର ଅତ୍ୟଧିକ ମୂଲ୍ୟ ବୃଦ୍ଧି ନେଇ ଚିନ୍ତା ବଢ଼ାଇଛି । ଚଳିତ ବର୍ଷ ଖାଇବା ତେଲ ଦର ୩୩ ପ୍ରତିଶତ ବୃଦ୍ଧି ପାଇଛି । ଏଥି ସହିତ ଇନ୍ଧନ ଏବଂ ହାଲୁକା ମୁଦ୍ରାସ୍ଫୀତି ହାର ୧୨.୯୫ ପ୍ରତିଶତକୁ ବୃଦ୍ଧି ପାଇଛି । ଅଗଷ୍ଟରେ ଅନ୍ୟାନ ଜିନିଷ ସମେତ ସେବା କ୍ଷେତ୍ରରେ ମୁଦ୍ରାସ୍ପିତି ବି ଉଚ୍ଚସ୍ତର ଛୁଇଁଥିଲା । ସେବାକ୍ଷେତ୍ରର ମୁଦ୍ରାସ୍ଫୀତି ହାର ମଧ୍ୟ ୬.୪ ପ୍ରତିଶତ ପହଞ୍ଚିଥିବା ନେଇ ରେକର୍ଡ ହୋଇଛି ।

ନିକଟରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଖୁଚୁରା ମୁଦ୍ରାସ୍ଫୀତିରେ ଧୀରେ ଧୀରେ ଉନ୍ନତି ଘଟିବ । ଖୁବଶୀଘ୍ର ଖୁଚୁରା ମୁଦ୍ରାସ୍ଫୀତି ୬ ପ୍ରତିଶତ ସୀମା ମଧ୍ୟରେ ପହଞ୍ଚିବ ବୋଲି ଆଶା ରଖାଯାଇଥିବା ମଧ୍ୟ ସେ କହିଛନ୍ତି । ଜୁଲାଇରେ ଅନୁଷ୍ଠିତ ହୋଇଥିବା ମନିଟରି ପଲିସୀ କମିଟି ମିଟିଂରେ ଏହା ମଧ୍ୟ କହିଛନ୍ତିଯେ, କରୋନା ମହାମାରୀ ସମୟରେ ଦେଶର ଅର୍ଥନେତିକ ଅଭିବୃଦ୍ଧି ଉପରେ ନଜର ରଖିଛି ଆବିଆଇ । ଏହା ସହ ଖୁଚୁରା ମୁଦ୍ରାସ୍ପିତି ୨ ରୁ ୬ ପ୍ରତିଶତ ମଧ୍ୟରେ ବୃଦ୍ଧି ରଖାଯିବା ନେଇ ଲକ୍ଷ ରଖାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.