ସେୟାର ବଜାରରେ ଉତ୍ସାହ : କାରବାର ଆରମ୍ଭରୁ ରେକର୍ଡ ସ୍ତର ଛୁଇଁଲା ସେନସେକ୍ସ

ନୁଆଦିଲ୍ଲୀ: ସେୟାର ବଜାରରେ ଉତ୍ସାହର ମାହୋଲ। ଆଜି କାରବାର ଆରମ୍ଭରେ ରେକର୍ଡ ସ୍ତର ଛୁଇଁଲା ସେନସେକ୍ସ। ପ୍ରଥମ ଥର ପାଇଁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ୩୬ ହଜାର ୫ ଶହ ପାର କରିଛି। ଆଜି ୩୬ ହଜାର ୪୨୪ ପଏଣ୍ଟରୁ ସେନସେକ୍ସ ଆରମ୍ଭ ହୋଇ କାରବାର ବେଳକୁ ଛୁଇଁଥିଲା ୩୬ ହଜାର ୫୪୦ ଦଶମିକ ୩୯ରେ। ସେହିପରି ନିଫ୍ଟି ସୂଚକାଙ୍କ ବି ୧୧ ହଜାର ସୂଚକାଙ୍କ ଉପରକୁ ଯାଇଛି।

ଅନ୍ତର୍ଜାତୀୟ ବଜାରରେ ଅଶୋଧିକ ତୈଳ ଦରରେ ଲଗାତାର ହ୍ରାସ ଓ ବିଦେଶୀ ପୁଞ୍ଜି ନିବେଶ ନେଇ ସଙ୍କେତ ମିଳିବା ପରେ ସେୟାର ବଜାରରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଥିଲା। ପୂର୍ବରୁ ଗତ ଜାନୁଆରୀ ମାସରେ ସେନସେକ୍ସ ସୂଚକାଙ୍କ ୩୬ ହଜାର ୪୪୩ ଦଶମିକ ୯୮ ପଏଣ୍ଟ ଛୁଇଁଥିଲା। ସେହିପରି ଫେବ୍ରୁଆରୀ ମାସ ପରେ ପ୍ରଥମ ଥର ପାଇଁ ଉଚ୍ଚସ୍ତର ଛୁଇଁଛି ନିଫ୍ଟି ସୂଚକାଙ୍କ।

Leave A Reply

Your email address will not be published.