ଓଡିଶାରେ ୧୦୦୦ ଲ୍ୟାବ୍‌ ଟେକ୍ନସିଆନ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଓଡିଶା ଯୁବପିଢିଙ୍କ ପାଇଁ ଚାକିରି ସୁଯୋଗ ତାହା ପୁଣି ଓଡିଶାରେ। ଓଡିଶା ଅଧସ୍ଥନ କର୍ମଚାରୀ ଚୟନ ଆୟୋଗ(OSSSC) ଦ୍ୱାରା ରାଜ୍ୟର ବିଭିନ୍ନ ଜିଲ୍ଲା ହସପିଟାଲ ଏବଂ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲିପଡିଥିବା ଲ୍ୟାବ୍‌ ଟେକ୍ନିସିଆନ୍‌ ପାଇଁ ନୋଟିଫିକେସନ ଜାରି ହୋଇଛି। ଜାରି ହୋଇଥିବା ନୋଟିଫିକେସନ ଅନୁଯାୟୀ, ଏହି ପଦବୀରେ ଅନଲାଇନ ଆବେଦନ କରିପାରିବେ।

ଲ୍ୟାବ୍‌ ଟେକ୍ନସିଆନ ପଦବୀରେ ଭର୍ତ୍ତି ପାଇଁ ଆବେଦନ କରିବା ଇଚ୍ଛୁକ ଥିବା ପ୍ରାର୍ଥୀOSSSC ର ଅଫିସିଆଲ ୱେବସାଇଟକୁ ଯାଇ ଅନଲାଇନ ଆପ୍ଲିକେସନ ଫର୍ମ ଭରିବାକୁ ହେବ। ପ୍ରାର୍ଥୀ ୧ ଡିସେମ୍ବର ୨୦୨୧ରୁ ଆପ୍ଲାଏ କରିପାରିବେ। ୨୧ ଡିସେମ୍ବର ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ପ୍ରୋସେସ କରି ପ୍ରାର୍ଥୀ ୨୫ ଡିସେମ୍ବର ସୁଦ୍ଧା ନିଜର ଫର୍ମ ଅପଡେଟ୍‌ କରିପାରିବେ।

OSSSC ଦ୍ୱାରା ଜାରି ହୋଇଥିବା ନୋଟିଫିକେସନରେ ଏହି ପଦବୀ ପାଇଁ ଯୋଗ୍ୟତା ଏବଂ ବୟସ ସୀମା ସହିତ ଜଡିତ କୌଣସି ବିବରଣୀ ଦିଆଯାଇନାହିଁ। ଜିଲ୍ଲା ଅନୁଯାୟୀ, ଖାଲିପଡିଥିବା ପଦବୀ, ଦରମା ବିଷୟରେ ଆପ୍ଲିକେସନ ପ୍ରୋସେସ ଆରମ୍ଭ ହେବା ପୂର୍ବରୁ ଆୟୋଗ ପକ୍ଷରୁ ଅଫିସିଆଲ ୱେବସାଇଟରେ ଦିଆଯିବ।

ପ୍ରାର୍ଥୀ ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ https://www.osssc.gov.in/Public/OSSSC/Default.aspx କୁ ଯାଇ ଅନଲାଇନ ଆପ୍ଲାଏ କରିପାରିବେ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://www.osssc.gov.in/Docs/OSSSC_LT_1121-24-11-2021-Short-Advt.PDF

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.