ପୋଲିସ ଚାକିରି କରିବା ପାଇଁ ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସଯୋଗ, ଖାଲିପଡିଛି ୧୨,୫୩୮ ପଦବୀ

ସରକାରୀ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ମହାରାଷ୍ଟ୍ର ସରକାର ବେକାରୀ ଯୁବକଙ୍କ ପାଇଁ ଆଣିଦେଇଛନ୍ତି ସୁବର୍ଣ୍ଣ ସୁଯୋଗ। ମହାରାଷ୍ଟ୍ର ରାଜ୍ୟ ସରକାର ପୋଲିସ ବିଭାଗରେ ୧୨,୫୩୮ ପଦ ପାଇଁ ନିଯୁକ୍ତି କରୁଛନ୍ତି। ପଦବୀ ଖାଲି ପଡିଥିବା ରାଜ୍ୟ ଗୃହମନ୍ତ୍ରୀ ଅନିଲ ଦେଖମୁଖ ନିଜେ ଟ୍ଵିଟରରେ ସେୟାର କରିଛନ୍ତି। ଖାଲି ପଡିଥିବା ପଦବୀରେ ଡିସେମ୍ବର ଶେଷ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ରାଜ୍ୟରେ ଖାଲିପଡିଥିବା ପୋଲିସ ପଦବୀ ଭର୍ତ୍ତି ପାଇଁ ମନ୍ତ୍ରଣାଳୟରେ ଗୃହ ମନ୍ତ୍ରୀ ଉଚ୍ଚପଦସ୍ଥ ଅଫିସରଙ୍କ ସହିତ ବୈଠକ କରିଛନ୍ତି। ଏହି ବୈଠକରେ ଖୁବଶୀଘ୍ର ଖାଲି ପଡିଥିବା ପଦବୀ ଭର୍ତ୍ତି ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ପୋଲିସ ବିଭାଗରେ ଭର୍ତ୍ତି ହେବାକୁ ଚାହୁଁଚନ୍ତି, ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି।

ପଦବୀ : ପୋଲିସ ବିଭାଗ

ପଦବୀ ସଂଖ୍ୟା : ୧୨,୫୩୮

ଶେଷ ତାରିଖ : ଡିସେମ୍ବର, ୨୦୨୦

 

Leave A Reply

Your email address will not be published.