NIT ରାଉରକେଲାରେ ଆସିଷ୍ଟାଣ୍ଟ ପ୍ରଫେସର ପଦରେ ଚାକିରି ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ

NIT ରାଉରକେଲାରେ ଚାକିରି ସୁଯୋଗ। ଆପଣ ଚାକିରି ଖୋଜୁଥିଲେ ଏଠାରେ କରିପାରିବେ ଆବେଦନ। ଏଠାରେ ଆସିଷ୍ଟାଣ୍ଟ ପ୍ରଫେସର ସମେତ ୧୪୩ ପୋଷ୍ଟ ଖାଲିପଡିଛି । ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍କୁ ଯାଇ ଆବେଦନ କରିପାରିବେ। ଆବେଦନକାରୀ nitrkl.ac.in କୁ ଯାଇ ଆବେଦନ କରିପାରିବେ ।
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୩୦ ଡିସେମ୍ବର ୨୦୨୨ ରହିଛି।
ପଦବୀ ବିବରଣୀ : ୧୪୩
ଇଂଜିନିୟରିଂ, ଆର୍କିଟେକ୍ଚର, ଇଣ୍ଡଷ୍ଟ୍ରିଆଲ ଡିଜାଇନ, ପ୍ଲାନିଂ ଆଣ୍ଡ ଆର୍କିଟେକ୍ଚର, ସାଇନ୍ସ, ହ୍ୟୁମୋନିଟିଜ, ମ୍ୟାନେଜମେଣ୍ଟ ବିଷୟରେ ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ ପ୍ରଫେସର ପଦବୀ ଖାଲିପଡିଛି।
ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳ କିମ୍ବା ସଂସ୍ଥାରୁ BE/B.Tech, BDES,MRC, MBA, PGDBM, PHD କିମ୍ବା ଏହା ସମକକ୍ଷ ଡିଗ୍ରୀ ରଖିଥିବା ଜରୁରୀ। ଯେଉଁମାନଙ୍କର ଅଭିଜ୍ଞତା ରହିଛି, ସେମାନଙ୍କୁ ପ୍ରାଥମିକତା ଦିଆଯିବ।
ବୟସ ସୀମା : ସବୁ ପଦବୀ ପାଇଁ ପ୍ରାର୍ଥୀଙ୍କ ବୟସ ୬୦ ବର୍ଷରୁ ଅଧିକ ହୋଇନଥିବା ଜରୁରୀ।
ଚୟନ ପ୍ରକ୍ରିୟା : ଏହି ପଦବୀରେ ପ୍ରାର୍ଥୀଙ୍କ ଚୟନ ଅଭିଜ୍ଞତା ଏବଂ ଇଣ୍ଟରଭ୍ୟୁ ଆଧାରରେ କରାଯିବ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ :
https://www.nitj.ac.in/assistant_professor_level_10/recruitment/Login