ଇଂନିଜିୟରିଂ କରିଥିଲେ ତୁରନ୍ତ କରନ୍ତୁ ଆବେଦନ, BHEL ରେ ଖାଲିପଡିଛି ଟ୍ରେନି ପଦବୀ

ଯଦି ଆପଣଙ୍କ ପାଖରେ ଇଂଜିନିୟରିଂ ଡିଗ୍ରୀ ରହିଛି ଆଉ ଆପଣ କମ୍ପିଟେଟିଭ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର। ଭାରତ ହେଭି ଇଲେକ୍ଟ୍ରିକାଲ ଲିମିଟେଡ୍‌ (BHEL) ରେ ଇଂଜିନିୟରିଂ ଟ୍ରେନି ଏବଂ ଏଗ୍ଜିକ୍ୟୁଟିଭ ଟ୍ରେନି ପଦବୀରେ ଭର୍ତ୍ତି ଅଫିସିଆଲ ନୋଟିଫିକେସନ ଜାରି କରାଯାଇଛି।

ଏହି ପ୍ରକ୍ରିୟାରେ ମୋଟ ୧୫୦ ପଦବୀରେ ଭର୍ତ୍ତି କରାଯିବ। ଯେଉଁମାନେ ଏହି ପଦବୀରେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଅଫିସିଆଲ େଓ୍ଵବସାଇଟ୍‌ www.bhel.com କୁ ଯାଇ ଆବେଦନ କରିପାରିବେ। ଏହି ପଦବୀରେ ଭର୍ତ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ସବିଶେଷ ବିବରଣୀ ଭଲଭାବେ ପଢିନିଅନ୍ତୁ।

ପଦବୀ ବିବରଣୀ: ୧୫୦

ଜରୁରୀ ତାରିଖ : ଏହି ପଦବୀରେ ଆବେଦନ କରିବାର ଶେଷ ତାରିଖ ୪ ଅକ୍ଟୋବର ୨୦୨୨ ରହିଛି। ଆବେଦନ ତାରିଖ ପରେ ଆପ୍ଲିକେସନ ଫର୍ମ ସ୍ୱୀକାର କରାଯିବ ନାହିଁ।

ଇଂଜିନିୟରିଂ ଟ୍ରେନି ପଦବୀରେ ହେବାକୁ ଥିବା ଭର୍ତ୍ତି ସିଭିଲ, ମେକାନିକାଲ, ଆଇଟି ଇଲେକ୍ଟ୍ରିକାଲ/କେମିକାଲ/ ମେଟାଲୋଜିରେ ହେବ। ଏଗ୍ଜିକ୍ୟୁଟିଭ ଟ୍ରେନି ପଦବୀରେ ନିଯୁକ୍ତି ଫାଇନାନ୍ସ ଏବଂ ମାନବ ସମ୍ବଳ ପଦବୀରେ ହେବ।

ଆବେଦନ ଶୁଳ୍କ : ଇଂଜିନିୟରିଂ ଟ୍ରେନି ଏବଂ ଏଗ୍ଜିକ୍ୟୁଟିଭ ପଦବୀରେ ଆବେଦନ କରୁଥିବା ଅଣ ସଂରକ୍ଷିତ, EWS ଏବଂ ଓବିସି ଶ୍ରେଣୀର ପ୍ରାର୍ଥୀ ୫୦୦ ଟଙ୍କା ଆବେଦନ ଶୁଳ୍କ ନିର୍ଦ୍ଧାରିତ କରାଯାଇଛି। ସେହିପରି ଅନୁସୂଚିତ ଜାତି, ଜନଜାତି, PWD ଏବଂ ପୂର୍ବତନ ସୈନିକଙ୍କୁ ଆବେଦନ ଶୁଳ୍କ ଦେବାକୁ ହେବ ନାହିଁ।

କେମିତି ହେବ ଚୟନ :

ଇଂଜିନିୟର ଟ୍ରେନି ଏବଂ ଏଗ୍ଜିକ୍ୟୁଟିଭ ଟ୍ରେନି ପଦବୀରେ ଭର୍ତ୍ତି ପାଇଁ ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଆଧାରରେ କରାଯିବ।

ଏହି ପରୀକ୍ଷାର ଆୟୋଜନ ୩୧ ଅକ୍ଟୋବର କିମ୍ବା ୧, ୨ ନଭେମ୍ବର ୨୦୨୨ରେ ହେବ।

କିପରି କରିବେ ଆବେଦନ :

– ପ୍ରଥମେ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ୍‌ www.bhel.com କୁ ଯାଆନ୍ତୁ।

– ତା’ ପରେ ହୋମ ପେଜର ରିକ୍ର୍ୟୁଟମେଣ୍ଟ ଟାବ୍‌ ଉପରେ କ୍ଲିକ କରନ୍ତୁ।

– ପ୍ରାର୍ଥୀ ନିଜର ଆପ୍ଲିକେସନ ଫର୍ମ ଭରିବାକୁ ହେବ।

– ଏହାପରେ ଅନଲାଇନ ଆବେଦନ ଶୁଳ୍କ ଦେବାକୁ ହେବ।

– ତା’ ପରେ ପ୍ରାର୍ଥୀ ସମସ୍ତ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ।

– ଏବେ ଆପ୍ଲିକେସନ ଫର୍ମ ସବମିଟ୍‌ କରିବା ପରେ ଏହାର ପ୍ରିଣ୍ଟଆଉଟ୍‌ କାଢି ରଖନ୍ତୁ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://careers.bhel.in:8443/et_2022/static/et_2022_ET%202022%20-Detailed%20Online%20Ad.pdf

Also Read : ଷ୍ଟିଲ ଅଥରିଟି ଅଫ ଇଣ୍ଡିଆରେ ୩୩୩ ପଦବୀ ପଡିଛି ଖାଲି, ତୁରନ୍ତ କରନ୍ତୁ ଆବେଦନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.