ଆପଣ ଅଷ୍ଟମ ପାସ୍‌ କରିଛନ୍ତି କି ? ଖାଲିପଡିଛି ୨୫୦୦ ସରକାରୀ ପଦବୀ, ଜଲଦି କରନ୍ତୁ ଆବେଦନ

ଯଦି ଆପଣ ଅଷ୍ଟମ ପାସ୍‌ କରିଛନ୍ତି, ତେବେ ଆପଣ ମଧ୍ୟ ସରକାରୀ ଚାକିରୀ କରିପାରିବେ। ଆପଣଙ୍କ ପାଇଁ ରହିଛି ସୁବର୍ଣ୍ଣ ସୁଯୋଗ। ରାଜସ୍ଥାନ ସରକାରରେ ହୋମଗାର୍ଡ ଡିପାର୍ଟମେଣ୍ଟରେ ୨୫୦୦ ପଦବୀ ଖାଲି ପଡିଛି। ଏହି ଖାଲିପଡିଥିବା ପଦବୀଗୁଡିକୁ ଖୁବଶୀଘ୍ର ଭର୍ତ୍ତି ହେବ। ତେଣୁ ଆପଣ ଯଦି ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି ତେବେ, ତୁରନ୍ତ କରନ୍ତୁ ଆବେଦନ। ଏହି ଭର୍ତ୍ତି ଡିଷ୍ଟ୍ରିକ ଟ୍ରେନିଂ ସେଣ୍ଟର ଏବଂ ଗୃହ ରକ୍ଷା ଦଳରେ ହେବାକୁ ଯାଉଛି। ଜାଣନ୍ତୁ ଏହି ଚାକିରି କରିବା ପାଇଁ କିପରି କରିବେ ଆବେଦନ…

ପଦବୀ ନାମ: ସ୍ୱୟଂ ସେବକ (ହୋମଗାର୍ଡ)

ପଦବୀ ସଂଖ୍ୟା : ୨୫୦୦

ଆବେଦନ ତାରିଖ : ଆବେଦନ କରିବାର ପ୍ରକ୍ରିୟା ୭ ଏପ୍ରିଲରୁ ଆରମ୍ଭ ହୋଇ ୬ ମଇ ପର୍ଯ୍ୟନ୍ତ ଚାଲିବ।

jj

ଆବେଦନ ପ୍ରକ୍ରିୟା : ଆବେଦନ କରିବାର ପ୍ରକ୍ରିୟାର ଅନଲାଇନ ମାଧ୍ୟମରେ କରିପାରିବେ। ଏଥିପାଇଁ ରାଜସ୍ଥାନ ସରକାରଙ୍କ ଅଧିକାର ୱେବସାଇଟ sso.rajsthan.gov.in କୁ ଯାଇ ଆବେଦନ କରିପାରିବେ।

ବୟସ ସୀମା : ଏହି ପଦବୀ ପାଇଁ ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।

ଆବେଦନ ଶୁଳ୍କ : ଓବିସି ବର୍ଗ ପାଇଁ ୨୦୦ ଟଙ୍କା ଏବଂ ଏସ୍‌ଟି, ଏସସି ବର୍ଗଙ୍କ ପାଇଁ ୧୭୫ ଟଙ୍କା ଆବେଦନ ଶୁଳ୍କ ରହିଛି।

ଚୟନ ପ୍ରକ୍ରିୟା : ଏହି ପଦବୀରେ ନିଯୁକ୍ତି ପାଇଁ ପିଇଟି ଏବଂ ସ୍ପେଶାଲ ଆବିଲିଟ୍‌ ଯେଷ୍ଟ ଆଧାରରେ କରାଯିବ।

Leave A Reply

Your email address will not be published.