୧୦ମ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ, ରେଲୱେରେ ୨୫୦୦ରୁ ଅଧିକ ପଦବୀ ଖାଲି

ରେଲୱେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର। ୧୦ମ ପାସ୍‌ କରିଥିବା ଯୁବପିଢିଙ୍କ ପାଇଁ ରେଲୱେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ୱେଷ୍ଟ ସେଣ୍ଟ୍ରାଲ ରେଲୱେରେ ବମ୍ପର ଭର୍ତ୍ତି। ଏହି ଭର୍ତ୍ତି ଅଭିଯାନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ iroams.com କୁ ଯାଇ ଆବେଦନ କରିପାରିବେ। ଏଥିରେ ଆବେଦନ କରିବାର ଶେଷ ତାରିଖ ୧୫ ଡିସେମ୍ବର ୨୦୨୨ ରହିଛି।

ପଦବୀ ବିବରଣୀ : ୨୫୨୧

କାରପେଣ୍ଟର

କମ୍ପ୍ୟୁଟର ଅପରେଟର ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ

ଡ୍ରାଫ୍ଟସମ୍ୟାନ(ସିଭିଲ)

ଇଲେକ୍ଟିସିଆନ

ଫିଟର

ପେଣ୍ଟର

ବ୍ଲାକ ସ୍ମିଥ

ୱେଲଡର

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ ପାସ୍‌ ସହିତ ଇଣ୍ଟରମିଡିଏଟ କୋର୍ସରେ ଅତିକମରେ ୫୫ ପ୍ରତିଶତ ମାର୍କ ରଖିଥିବା ଜରୁରୀ।

ବୟସ ସୀମା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ୧୫ ରୁ ୨୪ ବର୍ଷ ହେବା ଜରୁରୀ। ସଂରକ୍ଷିତ ବର୍ଗଙ୍କ ପାଇଁ ବୟସ ସୀମାରେ ଛୁଟ୍‌ ଦିଆଯିବ।

କେଉଁ ଡିଭିଜନରେ ମିଳିବ ନିଯୁକ୍ତି :

ଜବଲପୁର ଡିଭିଜନ : ୮୮୪

ଭୋପାଳ ଡିଭିଜନ: ୬୧୪

କୋଟା ଡିଭିଜନ : ୬୮୫

କୋଟା ଓ୍ଵାର୍କସପ୍‌ ଡିଭିଜନ : ୧୬୦

CRWS BPL ଡିଭିଜନ : ୧୫୮

ଜବଲପୁର ଡିଭିଜନ : ୨୦

ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ସାମାନ୍ୟ ବର୍ଗ ପ୍ରାର୍ଥୀ ୧୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ। ସେହିପରି ଅନୁସୂଚିତ ଜାତି ଏବଂ ଜନଜାତି/PWD/ ମହିଳା ନିଶୁକ୍ଳ ଆବେଦନ କରିପାରିବେ।

କେମିତି ହେବ ଚୟନ : ଆବେଦନ କରିବା ପରେ ଶେଷ ଚୟନ ସର୍ଟଲିଷ୍ଟିଂ, ଏକାଡେମୀ ଯୋଗ୍ୟ ଆଧାରରେ କରାଯିବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://www.placementstore.com/category/notification.php?id=1BQJ_6WPxTGS2csvFqXqz4EP0t0rU7y-L&name=RRC%20WCR%20Trade%20Apprentice%20Notification%202022%20Apply%20Online%202521%20Post

 

Leave A Reply

Your email address will not be published.