ଗ୍ରାଜୁଏସନ କରିଥିଲେ ତୁରନ୍ତ କରନ୍ତୁ ଆବେଦନ, ନ୍ୟାସନାଲ ହାଉସିଂ ବ୍ୟାଙ୍କରେ ଖାଲିପଡିଛି ପଦବୀ

ବ୍ୟାଙ୍କ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ନ୍ୟାସନାଲ ହାଉସିଂ ବ୍ୟାଙ୍କରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ନ୍ୟାସନାଲ ହାଉସିଂ ବ୍ୟାଙ୍କରେ ଅନେକ ପଦବୀ ଖାଲିପଡିଛି। ତେଣୁ ଏଥିପାଇଁ ନୋଟିଫିକେସନ ଜାରି କରାଯାଇଛି। ଏଥିପାଇଁ ଯୋଗ୍ୟ ପ୍ରାର୍ଥୀ ନିଶ୍ଚିତ ଭାବେ ଆବେଦନ କରିପାରିବେ।
ନ୍ୟାସନାଲ ହାଉସିଂ ବ୍ୟାଙ୍କରେ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ୍ ibpsonline.ibps.in କୁ ଯାଇ ଅନଲାଇନ ଆବେଦନ କରିପାରିବେ। ଏହି ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ୨୯ ଅକ୍ଟୋବରରୁ ଆରମ୍ଭ ହୋଇଛି।
ଜରୁରୀ ତାରିଖ : ଏହିସବୁ ପଦବୀରେ ଆବେଦନ କରିବାର ଶେଷ ତାରିଖ ୧୮ ନଭେମ୍ବର ୨୦୨୨ ରହିଛି।
ପଦବୀ ବିବରଣୀ : ୨୭
ଆସିଷ୍ଟାଣ୍ଟ ମ୍ୟାନେଜର : ୧୬
ଚିଫ୍ ଇକୋନୋମିଷ୍ଟ : ୧
ପ୍ରୋଟୋକଲ ଅଫିସର : ୨
ଡେପୁଟି ଜେନେରାଲ ମ୍ୟାନେଜର : ୧
ରିଜିଓନାଲ ମ୍ୟାନେଜର :୧
ଅଫିସର ଫର ସୁପରଭିଜନ : ୬
ଶିକ୍ଷାଗତ ଯୋଗ୍ୟତା :
ନ୍ୟାସନାଲ ହାଉସିଂ ବ୍ୟାଙ୍କରେ ବିଭିନ୍ନ ପଦବୀରେ ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଯେକୌଣସି ବିଷୟରେ ଗ୍ରାଜୁଏସନ କରିଥିବା ସହିତ ପୋଟେ ଗ୍ରାଜୁଏସନ ଡିଗ୍ରୀ ମଧ୍ୟ କରିଥିବା ଜରୁରୀ। ଏହାଛଡା କିଛି ବର୍ଷର ଅଭିଜ୍ଞତା ଥିବା ଜରୁରୀ । ଅଧିକ ଜାଣିବା ପାଇଁ ନୋଟିଫିକେସନ ଚେକ୍ କରିପାରିବେ ।
ବୟସ ସୀମା : ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀଙ୍କ ଭିନ୍ନ ଭିନ୍ନ ବୟସ ନିର୍ଦ୍ଧାରଣ କରାଯାଇଛି। ତେବେ ଏହିସବୁ ପଦବୀ ପାଇଁ ସର୍ବନିମ୍ନ ୨୧ ବର୍ଷ ଏବଂ ସର୍ବାଧିକ ୬୨ ବର୍ଷ ନିର୍ଦ୍ଧାରିତ କରାଯାଇଛି।
ଚୟନ ପ୍ରକ୍ରିୟା :
ଏହି ଭର୍ତ୍ତି ପାଇଁ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା ଦେବାକୁ ହେବ।
ଲିଖିତ ପରୀକ୍ଷାର ଆୟୋଜନ ଡିସେମ୍ବର ୨୦୨୨ରୁ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଆୟୋଜିତ ହେବ।
ପରୀକ୍ଷା ଫଳ ଜାନୁଆରୀ କିମ୍ବା ଫେବୃଆରୀରେ ପ୍ରକାଶିତ ହେବ।
ଫାଇନାଲ ରାଉଣ୍ଡରେ ଇଣ୍ଟରଭ୍ୟୁ ମାର୍ଚ୍ଚ କିମ୍ବା ଏପ୍ରିଲ ୨୦୨୩ରେ ଆୟୋଜିତ ହେବ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :
https://nhb.org.in/wp-content/uploads/2022/10/NHB-Recruitment-Advertisement-2022.pdf