ସାଉଥ ଇଷ୍ଟ ସେଣ୍ଟ୍ରାଲ ରେଲୱେରେ ଖାଲିପଡିଛି ୪୩୨ ପଦବୀ, ୧୦ମ୍ ପାସ୍ କରିପାରିବେ ଆବେଦନ
![serc](https://knewsodisha.com/wp-content/uploads/2021/09/serc.jpg)
ରେଲୱେରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଯଦି ଆପଣ ରେଲୱେ ଚାକିରି ପାଇଁ ଇଚ୍ଛା ରଖିଥାନ୍ତି, ତେବେ ଜଲଦି କରନ୍ତୁ। ସାଉଥ ଇଷ୍ଟ ସେଣ୍ଟ୍ରାଲ ରେଲୱେ(SECR) ପକ୍ଷରୁ ଖାଲିପଡିଛି ୪୩୨ ଆପାରଣ୍ଟିସ ପଦବୀ। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏମିତିରେ ଯେଉଁ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଆୟୋଗର ଅଫସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ।
ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୧୦ ଅକ୍ଟୋବର ରହିଛି।
ଶିକ୍ଷାଗତ ଯୋଗ୍ଯତା: ଆପାରଣ୍ଟିସ ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ୧୦ମ ପାସ୍ କରିଥିବା ଉଚିତ। ଏହାଛଡା ଆଇଟିଆଇ ସାର୍ଟିଫିକେଟ ମଧ୍ୟ ରଖିଥିବା ଜରୁରୀ।
ବୟସ ସୀମା: ଆବେଦନ କରିଥିବା ପ୍ରାର୍ଥୀଙ୍କ ବୟସ ୧୫ ବର୍ଷରୁ ୨୪ ବର୍ଷ ହେବା ଜରୁରୀ।
ଏମିତି କରନ୍ତୁ ଆବେଦନ: ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀ ସାଉଥ ଇଷ୍ଟ ସେଣ୍ଟ୍ରାଲ ରେଲୱେର ଅଫିସିଆଲ ୱେବସାଇଟ https//serc.indianrailways.gov.in କୁ ଯାଇ ନୋଟିଫିକେସନ ଚେକ୍ କରିପାରିବେ।