ହିନ୍ଦୁସ୍ତାନ କପର ଲିମିଟେଡରେ ବମ୍ପର ନିଯୁକ୍ତି, ୪୫ ହଜାର ଟଙ୍କା ମିଳିବ ଦରମା

ଚାକିରି ଖୋଜୁଛନ୍ତି ! ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ହିନ୍ଦୁସ୍ତାନ କପର ଲିମିଟେଡ୍‌ (HCL) ରେ ଚାକିରି ପାଇଁ ନୋଟିଫିକେସନ ଜାରି ହୋଇଛି। ଏହି ନୋଟିଫିକେସନ ଅନୁଯାୟୀ ଏଠାରେ ୫୪ ପଦବୀରେ ନିଯୁକ୍ତି ମିଳିବ। ଏହି ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବେଦନ କରିବା ପାଇଁ ଅଧିକାରକ ୱେବସାଇଟ୍‌ hindustancopper.comକୁ ଯାଇ ଆବେଦନ କରିପାରିବେ।

ଜରୁରୀ ତାରିଖ : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ୩୧ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୫୪

ମାଇନିଂ ମେଟ୍‌: ୨୧
ବ୍ଲାଷ୍ଟର : ୨୨
WED ‘B’ : ୯
WED ‘C’ : ୨

ଶିକ୍ଷାଗତ ଯୋଗ୍ୟତା : ମାଇନିଂ ମେଟ୍‌ ପାଇଁ ଆବେଦନ କରିଥିବା ପ୍ରାର୍ଥୀ ୧୦ମ ପାସ୍‌ ସହିତ ଡିପ୍ଲୋମା କରିଥିବା ଜରୁରୀ। ସେହିପରି ବ୍ଲାଷ୍ଟର ପଦ ପାଇଁ ଡିପ୍ଲୋମା କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ । WED ‘B’ ପଦବୀ ପାଇଁ ପ୍ରାର୍ଥୀଙ୍କ ପାଖରେ ଡିପ୍ଲୋମା ସହିତ ୧ ବର୍ଷର ଅନୁଭବ କିମ୍ବା ୧୦ମ ପାସ୍‌ ସହିତ ୬ ବର୍ଷର ଅଭିଜ୍ଞତା ଥିବା ଜରୁରୀ। ସେହିପରି WED C ପଦବୀ ପାଇଁ ଡିପ୍ଲୋମା କିମ୍ବା ୧୦ମ ପାସ୍‌ ସହିତ ୪ ବର୍ଷର ଅଭିଜ୍ଞତା ଥିବା ଜରୁରୀ ।

ମାସିକ ଦରମା : ମାଇନିଂ ମେଟ୍‌ରେ ଚୟନିତ ପ୍ରାର୍ଥୀଙ୍କୁ ୧୮,୪୮୦ ରୁ ୪୫,୪୦୦ ଟଙ୍କା ଦରମା ମିଳିବ। ସେହିପରି ବ୍ଲାଷ୍ଟର ପଦବୀ ପାଇଁ ୧୮,୧୦୦ରୁ ୩୭,୩୧୦ ଟଙ୍କା, WED B ପଦବୀ ପାଇଁ ୧୮,୧୦୦ ରୁ ୩୭,୩୧୦ ଟଙ୍କା ଏବଂ WED C ପଦବୀ ପାଇଁ ୧୮,୦୮୦ ରୁ ୩୫, ୯୬୦ ଟଙ୍କା ଦରମା ଧାର୍ଯ୍ୟ କରାଯାଇଛି ।

କେମିତି କରିବେ ଆବେଦନ : ଏହି ଭର୍ତ୍ତି ପାଇଁ ଆବେଦନ କରିବା ପାଇଁ ପ୍ରାର୍ଥୀ ହିନ୍ଦୁସ୍ତାନ କପର ଲିମିଟେଡ୍‌ର ଅଫିସିଆଲ ୱେବସାଇଟ୍‌ hindustancopper.com କୁ ଯାଇ ଅନଲାଇନ ଆବେଦନ କରିବାକୁ ହେବ । ଭର୍ତ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ୩୧ ଜାନୁଆରୀ ୨୦୨୩ ରହିଛି । ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ୍‌କୁ ଯାଇ ଦେଖିପାରିବେ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://www.hindustancopper.com/Upload/Notice/0-638076685816311250-NoticeFILE.pdf