RBI ରେ ଖାଲିପଡିଛି BMC ପଦବୀ, ଦରମା ପ୍ରତି ଘଣ୍ଟାକୁ ୧୦୦୦ ଟଙ୍କା

ଭାରତୀୟ ରିଜର୍ଭ ବ୍ଯାଙ୍କ ପକ୍ଷରୁ ନାଗପୁରର ବିଭିନ୍ନ ମେଡିକାଲ ସେଣ୍ଟର୍ସ ପାଇଁ ବ୍ଯାଙ୍କ ମେଡିକାଲ କନସଲଟାଣ୍ଟ ପଦ ପାଇଁ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ୮ ଅଗଷ୍ଟ ୨୦୨୧ ପର୍ଯ୍ଯନ୍ତ ଆବେଦନ କରିପାରିବେ।  ରିଜର୍ଭ ବ୍ଯାଙ୍କ ଭର୍ତ୍ତି ପାଇଁ ଆବେଦନ କରିବା ପୂର୍ବରୁ ଆରବିଆଇର ଅଧିକାରକ ୱେବସାଇଟ opportunities.rbi.org.in କୁ ଯାଇ ଅଧିକ ବିବରଣୀ ପାଇପାରିବେ।

ପଦବୀ ବିବରଣୀ: ୪

ଦରମା: ଯୋଗ୍ଯ ପ୍ରାର୍ଥୀଙ୍କୁ ଦିନରେ ପ୍ରତି ଘଣ୍ଟାକୁ ୧ ହଜାର ଟଙ୍କାର ଦରମା ମିଳିବ।

ଶିକ୍ଷାଗତ ଯୋଗ୍ଯତା: ଯେଉଁ ପ୍ରାର୍ଥୀଙ୍କ ପାଖରେ ମେଡିକାଲ ଏଲୋପାଥିକ ମେଡିସିନରେ ମେଡିକାଲ କାଉନସିଲ ଅଫ ଇଣ୍ଡିଆ ଦ୍ବାରା ମାନ୍ଯତାପ୍ରାପ୍ତ କୌଣସି ୟୁନିଭରସିଟିରୁ ଅତିକମରେ MBBS ଡିଗ୍ରୀ ରହିଥିବା ଜରୁରୀ।

ଚୟନ ପ୍ରକ୍ରିୟା: ସର୍ଟଲିଷ୍ଟ କରାଯାଇଥିବା ପ୍ରାର୍ଥୀଙ୍କୁ ବ୍ଯାଙ୍କ ଇଣ୍ଟରଭ୍ଯୁ ପାଇଁ ଡକାଯିବ। ଇଣ୍ଟରଭ୍ଯୁ ପରେ ବ୍ଯାଙ୍କର ମେଡିକାଲ କନସଲଟାଣ୍ଟ ଭାବେ ନିଯୁକ୍ତି କରିବା ପୂର୍ବରୁ ଭେରିଫିକେସନ ପ୍ରୋସେସକୁ ପୁରା କରିବାକୁ ହେବ।

ଆବେଦନ ଏମିତି କରନ୍ତୁ: ପ୍ରାର୍ଥୀ ଆପ୍ଲିକେସନ ଫର୍ମ ସହିତ ଜରୁରୀ ଡକ୍ଯୁମେଣ୍ଟ ଏବଂ ଫଟୋକପି ଜମା କରିବାକୁ ହେବ। ୮ ଅଗଷ୍ଟ ୨୦୨୧ ପର୍ଯ୍ଯନ୍ତ Regional Director, Human Resource Management Department, RBI, Main Office Building, Dr. Raghavendra Rao Road, Civil Lines, PB No.15, Nagpur-440001।

ଅଧିକ ଜାଣିବା ପାଇଁ କ୍ଲିକ କରନ୍ତୁ 

https://opportunities.rbi.org.in/Scripts/bs_viewcontent.aspx?Id=4013

https://rbidocs.rbi.org.in/rdocs/content/pdfs/EPTN16072021_A3.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.