ONGCରେ ଏକ୍ସିକ୍ୟୁଟିଭ୍‌ ପଦରେ ବାହାରିଲା ଚାକିରି; ୭ ନଭେମ୍ବର ସୁଦ୍ଧା କରନ୍ତୁ ଆବେଦନ…ଦେଖନ୍ତୁ ବିବରଣୀ

ସରକାରୀ ଚାକିରିର ସ୍ୱପ୍ନ ଦେଖୁଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର। ମହାରତ୍ନ କମ୍ପାନୀ Oil and Natural Gas Corporation (ONGC) ଅନେକ ପଦରେ ନିଯୁକ୍ତି ପାଇଁ ନୋଟିଫିକେସନ ଜାରି କରିଛି। ନୋଟିଫିକେସନ ମୁତାବକ, ୫୬ ପଦରେ ନିଯୁକ୍ତି କରାଯିବ। ଇଚ୍ଛୁକ ପ୍ରାର୍ଥୀ ୭ ନଭେମ୍ବର ୨୦୨୨ ସୁଦ୍ଧା ଅନଲାଇନ ଆବେଦନ କରି ପାରିବେ। ମୋଟ ପଦ ମଧ୍ୟରୁ ୪୮ ପଦ ଫାଇନାନ୍ସ ଆଣ୍ଡ ଆକାଉଣ୍ଟ ଅଫିସର, ୪ ପଦ ମେରାଇନ ଅଫିସର ଏବଂ ୪ ପଦ F&A ଅଫିସରର ରହିଛି।

ଏହି ପଦଗୁଡ଼ିକର ଚୟନ ପାଇଁ ଦେଶର ୬ଟି ସହରରେ ପରୀକ୍ଷା ଆୟୋଜନ ହେବ। ଏହା ଦିଲ୍ଲୀ ଏନ୍‌ସିଆର, କୋଲକାତା, ମୁମ୍ବାଇ, ଚେନ୍ନାଇ, ଅହମ୍ମଦବାଦ ଓ ହାଇଦ୍ରାବାଦରେ କରାଯିବ। ଆବେଦନ ସମୟରେ ଅଣସଂରକ୍ଷିତ ବର୍ଗର ଆଶାୟୀମାନଙ୍କୁ ୩୦୦ ଟଙ୍କା ଶୁଳ୍କ ଦେବାକୁ ହେବ। ଯେତେବେଳେ କି, ସଂରକ୍ଷିତ ବର୍ଗର ଆଶାୟୀମାନଙ୍କୁ କୌଣସି ବି ଶୁଳ୍କ ଦେବାକୁ ପଡ଼ିବ ନାହିଁ।

ଗୁରୁତ୍ୱପୂର୍ଣ୍ଣ ତାରିଖ

ଆବେଦନର ଶେଷ ତାରିଖ: ୭ ନଭେମ୍ବର, ୨୦୨୨

ମୋଟ ପଦ ସଂଖ୍ୟା: ୫୬

ଫାଇନାନ୍ସ ଆଣ୍ଡ ଆକାଉଣ୍ଟ ଅଫିସର: ୪୮ ପଦ

ମେରାଇନ ଅଫିସର: ୪ ପଦ

F&A ଅଫିସର: ୪ ପଦ

ଶିକ୍ଷାଗତ ଯୋଗ୍ୟତା

ଫାଇନାନ୍ସ ଆଣ୍ଡ ଆକାଉଣ୍ଟ ଅଫିସର: ଗ୍ରାଜୁଏସନ ସହିତ ICWA/CA କିମ୍ବା MBA ମଧ୍ୟରୁ କୌଣସି ଗୋଟିଏରେ ଡିଗ୍ରୀ।

ମେରାଇନ ଅଫିସର: ମିନିଷ୍ଟ୍ରୀ ଅଫ୍‌ ଟ୍ରାନ୍ସପୋର୍ଟ ରିଲେଭାଣ୍ଟ ସାର୍ଟିଫିକେଟ୍‌।

F&A ଅଫିସର: କମ୍ପାନୀ ସେକେଟ୍ରାରୀ ଅଫ୍‌ ଇଣ୍ଡିଆ ପରୀକ୍ଷାର ଫାଇନାଲ ସାର୍ଟିଫିକେଟ୍‌ ଥିବା ଜରୁରୀ।

ଆବେଦନ ଶୁଳ୍କ

ଇଚ୍ଛୁକ ଆଶାୟୀମାନଙ୍କୁ ଆବେଦନ ସମୟରେ ଅନଲାଇନ ମାଧ୍ୟମରେ ପରୀକ୍ଷା ଶୁଳ୍କ ଭରିବାକୁ ହେବ। ସାଧାରଣ, ଓବିସି ଏବଂ ଇଡବ୍ଲ୍ୟୁଏସ୍‌ ଆଶାୟୀମାନଙ୍କୁ ୩୦୦ ଟଙ୍କା ଶୁଳ୍କ ଦେବାକୁ ହେବ। ଯେତେବେଳେ କି, ସଂରକ୍ଷିତ ବର୍ଗର ଆଶାୟୀମାନଙ୍କୁ କୌଣସି ବି ପ୍ରକାରର ଶୁଳ୍କ ଦେବାକୁ ପଡ଼ିବ ନାହିଁ।

ଆବେଦନ ପ୍ରକ୍ରିୟା: ପଦଗୁଡ଼ିକରେ ଆବେଦନ କରିବା ପାଇଁ ଇଚ୍ଛୁକ ଆଶାୟୀମାନଙ୍କୁ ଅଫିସିଆଲ େଓ୍ଵବ୍‌ସାଇଟ ଯାଇ ଅନଲାଇନ ଆବେଦନ କରିବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.