ପଶୁଧନ ବିଭାଗରେ ଖାଲିପଡିଛି ଅନେକ ପଦବୀ, ଏମିତି କରନ୍ତୁ ଆବେଦନ

ଆପଣ ଯଦି ପଶୁପକ୍ଷୀ ପ୍ରେମୀ ହୋଇଥାନ୍ତି, ତେବେ ଆପଣଙ୍କ ସୁବର୍ଣ୍ଣ ସୁଯୋଗ। ଉତ୍ତରାଖଣ୍ଡ ପଶୁ ପାଳନ ବିଭାଗରେ ପଶୁଧନ ପ୍ରସାର ଅଧିକାରୀ, ଓଭରସିୟର, ଇନ୍ସପେକ୍ଟର, ଏକ୍ସିବିଟର ଇତ୍ୟାଦି ୧୪୯ ପଦବୀରେ ନିଯୁକ୍ତି ପାଇଁ ଆବେଦନ ପତ୍ର ଗ୍ରହଣ କରାଯାଉଛି। ଏଥିପାଇଁ ନୋଟିଫିକେସନ ଜାରି କରାଯାଇଛି। ଯେଉଁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିବା ପାଇଁ ଚାହୁଁଛନ୍ତି, ସେମାନେ ବିଭାଗ ଅଫିସିଆଲ େଓ୍ଵବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୨୭ ଜୁନ ରହିଛି।

ପଦବୀ :

ପଶୁଧନ ପ୍ରସାର ଅଧିକାରୀ : ୧୨୦

ଓଭରସିୟର : ୨୬

ଇନ୍ସପେକ୍ଟର: ୩

ଅନଲାଇନ ଆବେଦନ କରିବାର ଶେଷ ତାରିଖ : ୨୭ ଜୁନ୍‌

job

ଶିକ୍ଷାଗତ ଯୋଗ୍ୟତା :

ପଶୁଧନ ପ୍ରସାର ଅଧିକାରୀ ପାଇଁ ଭାରତର କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱ ବିଦ୍ୟାଳୟରୁ ଜୀବ ବିଜ୍ଞାନ/ କୃଷି/ ପଶୁପାଳନ ଭଳି କୌଣସି ବିଷୟରେ ସ୍ନାତକ କରିଥିବା ଆବଶ୍ୟକ। ସେହିପରି ଓଭରସିୟର ଏବଂ ଇନ୍ସପେକ୍ଟର ପାଇଁ ଉତ୍ତରାଖଣ୍ଡ ବିଦ୍ୟାଳୟୀ ଶିକ୍ଷା ପରିଷଦ କିମ୍ବା ଉତ୍ତର ପ୍ରଦେଶ ମାଧ୍ୟମିକ ଶିକ୍ଷା ପରିଷଦରୁ ଜୀବ ବିଜ୍ଞାନ କିମ୍ବା କୃଷି ବିଷୟ ସହିତ ଇଣ୍ଟରମିଡିଏଡ୍‌ ପରୀକ୍ଷା ପାସ୍‌ କରିଥିବା ଆବଶ୍ୟକ।

ବୟସ :

ପଶୁଧନ ପ୍ରସାର ଅଧିକାରୀ, ଓଭରସିୟର : ୨୧ରୁ ୪୨ ବର୍ଷ

ଇନ୍ସପେକ୍ଟର :୧୮ରୁ ୪୨ ବର୍ଷ

ଆବେଦନ ଶୁଳ୍କ : ସାଧାରଣ ବର୍ଗ ଏବଂ ଓବିସିଙ୍କ ପାଇଁ ୩୦୦ ଟଙ୍କା ରହିଥିବା ବେଳେ ଉତ୍ତରାଖଣ୍ଡ ଏସି/ଏସଟିଙ୍କ ପାଇଁ ୧୫୦ ଟଙ୍କା ରାଶି ରହିଛି। ଆପଣ ଅନଲାଇନ ମାଧ୍ୟମରେ ଆବେଦନ ଶୁଳ୍କ ପ୍ରଦାନ କରିପାରିବେ।

ଚୟନ ପ୍ରକ୍ରିୟା : ଏହି ସବୁ ପଦବୀରେ ଚୟନ ପାଇଁ ଏକ ଲିଖିତ ପରୀକ୍ଷାର ଆୟୋଜନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.