ଇଂଜିନିୟରିଂ କରିଥିଲେ Oil India ରେ ଚାକିରି ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ

ଚାକିରି ଖୋଜୁଛନ୍ତି କି ? ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ବଡ ଖବର। ଅଏଲ ଇଣ୍ଡିଆ ଲିମିଡେଟ୍ ପକ୍ଷରୁ ଡିବ୍ରୁଗଡ, ତିନସୁକିୟା, ଆସାମ, ଅରୁଣାଚଳପ୍ରଦେଶ ଜିଲାରେ ଥିବା ଅଏଲ ଫିଲ୍ଡ ହେଡକ୍ୱାର୍ଟରରେ ଗ୍ରେଡ ୭ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଏଥିପାଇଁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଧିକାରଣ ୱେବସାଇଟ oil-india.comକୁ ଯାଇ ଆବେଦନ କରିପାରିବ। ଆବେଦନ କରିବାର ତାରିଖ ନଭେମ୍ବର ୯ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆବେଦନ କରିବାର ଶେଷ ତାରିଖ ଡିସେମ୍ବର ୯, ୨୦୨୧ ରହିଛି।

ପଦବୀ ବିବରଣୀ: ୧୪୬

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ଡିସେମ୍ବର ୯ ରହିଛି।

ଶିକ୍ଷାଗତ ଯୋଗ୍ୟତା: ଆବେଦନକାରୀ ଇଂଜିନିୟରିଂ ଫିଲ୍ଡ ଯେପରିକି କେମିକାଲ, ସିଭିଲ, କମ୍ପ୍ୟୁଟର ଇଂଜିନିୟରିଂ, ଇଲେକ୍ଟ୍ରିକାଲ, ଇଲେକ୍ଟ୍ରାନିକ୍ସ ଆଣ୍ଡ ଟେଲି କମ୍ୟୁନିକେସନ, ଇଷ୍ଟମେଣ୍ଟେସନ ଟେକ୍ନୋଲୋଜି ଏବଂ ମେକାନିକାଲରେ ଡିପ୍ଲୋମା କିମ୍ବା ଡିଗ୍ରୀ ରହିଥିବା ଜରୁରୀ।

ବୟସ ସୀମା: ଆବେଦନକାରୀଙ୍କ ବୟସ ସର୍ବନିମ୍ନ ୧୮ ବର୍ଷ ଏବଂ ସର୍ବାଧିକ ୩୦ ବର୍ଷ ହେବା ଜରୁରୀ।

ଆବେଦନ ଶୁଳ୍କ: ଆବେଦନ କରିବା ପାଇଁ ନୂଆ ଫଟୋ ନିତାନ୍ତ ଜରୁରୀ। ଅଧିକ ପୁରୁଣା ଫଟୋ ସ୍ୱୀକାର କରାଯିବ ନାହିଁ। ସାଧାରଣ ବର୍ଗ ଏବଂ ଓବିସି ଶ୍ରେଣୀ ପାଇଁ ୨୦୦ ଟଙ୍କା ଆବେଦନ ଶୁଳ୍କ ରହିଥିବା ବେଳେ ଅନୁସୂଚିତ ଜାତି, ଜନଜାତି, ଭିନ୍ନକ୍ଷମଙ୍କ ପାଇଁ ନିଶୁଳ୍କ ରହିଛି।

ଚୟନ ପ୍ରକ୍ରିୟା: ଆବେଦନ କରିବା ପରେ ଅନଲାଇନ ପରୀକ୍ଷା ହେବ। ପରୀକ୍ଷାରେ ପାସ୍‌ ହେବା ପରେ ନିଯୁକ୍ତି ମିଳିବ।

ଧ୍ୟାନ ରଖନ୍ତୁ… ନୋଟିଫିକେସନକୁ ଭଲ ଭାବେ ପଢନ୍ତୁ, ନଚେତ ଆବେଦନ ପ୍ରକ୍ରିୟାରେ କୌଣସି ପ୍ରକାର ଭୁଲ ହେଲେ ଆବେଦନକୁ ରିଜେକ୍ଟ କରାଯିବ। ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ ମେଲରେ ଯୋଗେ ଦିଆଯିବ। ପରୀକ୍ଷା ଦିନ ପ୍ରାର୍ଥୀ ସାଙ୍ଗରେ ଆଇଡି କାର୍ଡ ଯେପରିକି ପ୍ୟାନ, ଆଧାର, ଡ୍ରାଇଭିଂ ଲାଇସେନ୍ସ କିମ୍ବା ଭୋଟର କାର୍ଡ ନେଇ ଆସିବା ଆବଶ୍ୟକ।

ନୋଟିଫିକେସନ ଦେଖିବା ପାଇଁ ଏଠାରେ କ୍ଲିକ କରନ୍ତୁ:

https://oil-india.com/Document/Career/Online_Advertisement.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.