ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ମ୍ୟାନେଜର ପଦବୀ ସହିତ ଖାଲିପଡିଛି ଏହିସବୁ ପଦବୀ

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁଯୋଗ। ଯଦି ଆପଣ ସରକାରୀ ଚାକିରି ପାଇଁ ବାହାରକୁ ଯିବାକୁ ପ୍ରସ୍ତୁତ ଥାନ୍ତି, ତେବେ ଜଲଦି କରନ୍ତୁ ଆବେଦନ। ଉତ୍ତର ପ୍ରଦେଶ ଲୋକ ସେବା ଆୟୋଗ(UPPSC) ରେ ବିଭିନ୍ନ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରାଯାଇଛି। ନୋଟିଫିକେସନ ମୁତାବକ, ଏଠାରେ ପ୍ରୋଗ୍ରାମର ଗ୍ରେଡ, କମ୍ପ୍ୟୁଟର ଅପରେଟର ଗ୍ରେଡ ଏବଂ ମ୍ୟାନେଜର(ସିଷ୍ଟମ) ପଦବୀରେ ଆବେଦନ କରିପାରିବେ। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ୟୁପିଏସସି ଅଧିକାରକ େଓ୍ଵବସାଇଟ୍‌uppsc.up.nic.in କୁ ଯାଇ ଅନଲାଇନ ଆବେଦନ କରିପାରିବେ।

ପଦବୀ ବିବରଣୀ: ୫

ପ୍ରୋଗ୍ରାମର ଗ୍ରେଡ-୧
କମ୍ପ୍ୟୁଟର ଅପରେଟର-୩
ମ୍ୟାନେଜର-୧

ଜରୁରୀ ତାରିଖ: ଆବେଦନ କରିବାର ପ୍ରକ୍ରିୟା ନଭେମ୍ବର ୩ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଶେଷ ନଭେମ୍ବର ୨୯ ତାରିଖରେ ହେବ।
ଅନଲାଇନ ଆବେଦନ ଫର୍ମ ଜମା କରିବାର ଶେଷ ତାରିଖ ୩ ଡିସେମ୍ବର ୨୦୨୧ ରହିଛି।

ବୟସ ସୀମା: ଆବେଦନକାରୀଙ୍କ ବୟସ ସୀମା ସର୍ବନିମ୍ନ ୨୧ ବର୍ଷ ଏବଂ ସର୍ବାଧିକ ୪୦ ବର୍ଷ ହୋଇଥିବା ଜରୁରୀ।

ଦରମା: ପ୍ରୋଗ୍ରାମର ଗ୍ରେଡ ୨ ପାଇଁ ମାସିକ ୯,୩୦୦ରୁ ୩୪,୮୦୦ ଟଙ୍କା ରହିଥିବା ବେଳେ କମ୍ପ୍ୟୁଟର ଅପରେଟର ୫,୨୦୦ ରୁ ୨୦,୨୦୦ ଟଙ୍କା ରହିଛି। ସେହିଭଳି ମ୍ୟାନେଜର ପଦବୀ ପାଇଁ ମାସିକ ୧୫,୬୦୦ ରୁ ୩୯,୧୦୦ ଟଙ୍କା ରହିଛି।

ଶିକ୍ଷାଗତ ଯୋଗ୍ୟତା:

ପ୍ରୋଗ୍ରାମର ଗ୍ରେଡ ୨ ପାଇଁ ପ୍ରାର୍ଥୀଙ୍କ ପାଖରେ ମାନ୍ୟତାପ୍ରାପ୍ତ ୟୁନିଭରସିଟି କିମ୍ବା ସଂସ୍ଥାରୁ ସ୍ନାତକ ଡିଗ୍ରୀ ସହିତ କମ୍ପ୍ୟୁଟର ସାଇନ୍ସରେ ପିଜି ଡିପ୍ଲୋମା କରିଥିବା ଜରୁରୀ।

କମ୍ପ୍ୟୁଟର ଅପରେଟର ଗ୍ରେଡ ବି ପାଇଁ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁDOE ରେ ସାର୍ଟିଫିକେଟ ଜରୁରୀ। ଏହାସହିତ ଡାଟା ଏଣ୍ଟ୍ରିରେ ଜ୍ଞାନ ଏବଂ ହିନ୍ଦୀ ଇଂଲିଶରେ ୨୫ରୁ ୪୦ ପ୍ରତି ମିନିଟକୁ ଶବ୍ଦ ଟାଇପିଂ ସ୍ପିଡ ରହିବା ଜରୁରୀ।

ସେହିଭଳି ମ୍ୟାନେଜର ସିଷ୍ଟମ ପଦବୀ ପାଇଁ ପ୍ରାର୍ଥୀଙ୍କ ପାଖରେ ମାନ୍ୟତାପ୍ରାପ୍ତ ୟୁନିଭରସିଟି କିମ୍ବା ସଂସ୍ଥାରୁ କମ୍ପ୍ୟୁଟର ଆପ୍ଲିକେସନ ଡିଗ୍ରୀ ରହିବା ଜରୁରୀ।

ଆବେଦନ ଶୁଳ୍କ:

ସାଧାରଣ ଏବଂ ଓବିସି/EWS ପ୍ରାର୍ଥୀଙ୍କୁ ୨୨୫ ଟଙ୍କା ଏବଂ ଅନୁସୂଚିତ ଜାତି ଏବଂ ଜନଜାତି ପ୍ରାର୍ଥୀଙ୍କୁ ୧୦୫ ଟଙ୍କା ଶୁଳ୍କ ଦେବାକୁପ ଡିବ। ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ଆବେଦନ ଶୁଳ୍କ ୨୫ ଟଙ୍କା ରହିଛି।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:

https://sarkariresults.info/2021/uppsc-computer-operator.php

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.