ଓଡିଶାରେ ନର୍ସିଂ ଅଫିସର ପାଇଁ ୭୪୮୩ ପଦବୀ ଖାଲି; ୯୨ ହଜାର ମିଳିବ ଦରମା, ଆସନ୍ତାକାଲିରୁ କରିପାରିବେ ଆବେଦନ
ଓଡିଶା ସବ୍ ଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ ପକ୍ଷରୁ ନିଯୁକ୍ତି ସୁଯୋଗ । ଷ୍ଟାଫ ସିଲେକ୍ସନ କମିଶନରେ ୭ ହଜାରରୁ ଅଧିକ ପଦବୀ ଖାଲି ପଡିଛି। ଯେଉଁମାନେ ଇଚ୍ଛୁକ ସେମାନେ ତୁରନ୍ତ ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟା ଆସନ୍ତାକାଲିରୁ ଆରମ୍ଭ ହେବ। ଆଉ ଆବେଦନ ପତ୍ର ଜମା କରିବାର ଶେଷ ତାରିଖ ୧୭ ଫେବୃଆରୀ ୨୦୨୩ ରହିଛି। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍ www.osssc.gov.in କୁ ଯାଇ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୭୪୮୩
ନର୍ସିଂ ଅଫିସର
ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୨୭ ଜାନୁଆରୀରୁ ଆରମ୍ଭ ହେଉଥିବା ବେଳେ ସମାପ୍ତ ୧୭ ଫେବୃଆରୀ ୨୦୨୩ରେ ହେବ ।
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ୨୧ ବର୍ଷରୁ ୩୮ ବର୍ଷ ହେବା ଜରୁରୀ ।
ଚୟନ ପ୍ରକ୍ରିୟା : ଏଥିପାଇଁ ଚୟନ ଲଖିତ ପରୀକ୍ଷା ଆଧାରରେ ହେବ । ପରୀକ୍ଷାରେ ୧୦୦ଟି ପ୍ରଶ୍ନ ରହିବ । ପରୀକ୍ଷାର ସମୟ ୨ ଘଣ୍ଟା ରହିବ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୨୯,୨୦୦ ଟଙ୍କାରୁ ଆରମ୍ଭ କରି ୯୨,୩୦୦ ପର୍ଯ୍ୟନ୍ତ ବେତନ ମିଳିବ ।
କେମିତି କରିବେ ଆବେଦନ :
ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍ www.osssc.gov.in କୁ ଯାଇ୨୭ ଜାନୁଆରୀରୁ ୧୭ ଫେବୃଆରୀ ପର୍ଯ୍ୟନ୍ତ ଆବେଦନ କରିପାରିବେ ।