ବ୍ୟାଙ୍କ ଅଫ୍‌ ବରୋଦାରେ ଖାଲିପଡିଛି ସ୍ପେଶାଲିଷ୍ଟ ଅଫିସର ପଦବୀ, ତୁରନ୍ତ କରନ୍ତୁ ଆବେଦନ

ବ୍ୟାଙ୍କ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବ୍ୟାଙ୍କ ଅଫ ବରୋଦାରେ ଖାଲିପଡିଛି ଅନେକ ପଦବୀ। ବ୍ୟାଙ୍କ ଅଫ ବରୋଦାରେ ଫ୍ରଡ୍‌ ରିସ୍କ ମ୍ୟାନେଜମେଣ୍ଟ, ଏମଏସଏମଇ ଏବଂ କର୍ପୋରେଟ କ୍ରେଡିଟ୍‌ ବିଭାଗରେ ସ୍ପେଶାଲିଷ୍ଟ ଅଫିସର ପଦବୀ ଖାଲିପଡିଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ତୁରନ୍ତ ଆବେଦନ କରିପାରିବେ। ଯଦି ଆପଣ ଏହିଖାଲି ପଡିଥିବା ପଦବୀରେ ଆବେଦନ କରିବାକୁ କରିପାରିବେ। ଅଧିକ ଜାଣିବା ପାଇଁ ବ୍ୟାଙ୍କର ଅଧିକାରକ ୱେବସାଇଟ bankofbaroda.in କୁ ଯାଇ ଅନଲାଇନ ଆବେଦନ କରିପାରିବେ।

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୨୪ ମାର୍ଚ୍ଚ, ୨୦୨୨ ପର୍ଯ୍ୟନ୍ତ ରହିଛି।

ପଦବୀ ବିବରଣୀ: ୧୦୫

କ୍ରେଡିଟ ଅଧିକାରୀ (MSME) MMG/S III : ୨୫
ମ୍ୟାନେଜର/ଡିଜିଟାଲ ଫ୍ରଡ(ଫ୍ରଡ ରିସ୍କ ମ୍ୟାନେଜମେଣ୍ଟ): ୧୫
କ୍ରେଡିଟ୍‌ ଅଫିସର: ୧୫
ଫରେନ ଏକ୍ସଚେଞ୍ଚ/ଆକ୍ୟୁଜେସନ ଆଣ୍ଡ ରିଲେସନସିପ ମ୍ୟାନେଜର: ୧୫
ଫରେନ ଏକ୍ସଚେଞ୍ଚ/ଆକ୍ୟୁଜେସନ ଆଣ୍ଡ ରିଲେସନସିପ ମ୍ୟାନେଜରMMG/S II : ୧୫
କ୍ରେଡିଟ୍‌/ଏକ୍ସପୋର୍ଟ/ଇମପୋର୍ଟ ବିଜନେସ: ୧୨
କ୍ରଡିଟ୍‌/ଏକ୍ସପୋର୍ଟ/ଇମପୋର୍ଟ ବିଜନେସ SMG/SIV: ୮

ବୟସ ସୀମା: ଭିନ୍ନ ଭିନ୍ନ ପଦବୀ ପାଇଁ ଅଲଗା ଅଲଗା ବୟସ ସୀମା ରହିଛି।

ଶିକ୍ଷାଗତ ଯୋଗ୍ୟତା: ସମସ୍ତ ପଦବୀରେ ନିଯୁକ୍ତି ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରିତ କରାଯାଇଛି। ସେହିଭଳି ସମ୍ବନ୍ଧିତ ଟ୍ରେଡ ଡିଗ୍ରୀ ସହିତ ଯୋଗ୍ୟ ପ୍ରାର୍ଥୀଙ୍କ ପାଖରେ ନିର୍ଦ୍ଧାରିତ ଅଭିଜ୍ଞତା ହେବା ଜରୁରୀ। ଏହି ସମସ୍ତ ପଦରେ ଆବେଦନ ପାଇଁ ଅଲଗା ଅଲଗା ବୟସ ସୀମା ମଧ୍ୟ ନିର୍ଦ୍ଧାରିତ କରାଯାଇଛି।

ଆବେଦନ ଶୁଳ୍କ: ଜେନେରାଲ, EWS ଏବଂ ଓବିସି ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୬୦୦ ଟଙ୍କା ରହିଥିବା ଅନୁସୂଚିତ ଜାତି, ଅନୁସୂଚିତ ଜାତି, ମହିଳା, PWD ପାଇଁ ୧୦୦ ଟଙ୍କା ଆବେଦନ ଶୁଳ୍କ ଜମା କରିବାକୁ ହେବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ..

https://ibpsonline.ibps.in/bobsojan22/

https://freeebook.jagranjosh.com/free-pdf-page?file=bank-of-baroda-so-recruitment-2022.pdf