SBIରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପାଇଁ ବାହାରିଲା ନିଯୁକ୍ତି; ଏମିତି କରନ୍ତୁ ଆବେଦନ

ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ରେ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଖୁସି ଖବର। ଷ୍ଟେଟ ବ୍ୟାଙ୍କ ସ୍ପେଶାଲିଷ୍ଟ କ୍ୟାଡର ଅଫିସର ଅଧୀନରେ ପଦବୀ ପୂରଣ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀମାନେ ବ୍ୟାଙ୍କର ଅଫିସିଆଲ୍ ୱେବସାଇଟ୍ ଯାଇ ଆବେଦନ କରି ପାରିବେ। SBIର ଚାକିରି ବିଜ୍ଞପ୍ତି ଅନୁସାରେ, ବ୍ୟାଙ୍କ ମୋଟ ୪୮ଟି ପଦବୀ ପାଇଁ ନିଯୁକ୍ତି ସୁଯୋଗ ଆଣିଛି। ଏଥିପାଇଁ ପ୍ରାର୍ଥୀମାନେ ଫେବୃଆରୀ ୨୫ ତାରିଖ ମଧ୍ୟରେ ଆବେଦନ କରି ପାରିବେ। ଅନଲାଇନ୍ ପରୀକ୍ଷାର ସମ୍ଭାବିତ ତାରିଖ ଚଳିତ ବର୍ଷ ମାର୍ଚ୍ଚ ୨୦ରେ ଅନୁଷ୍ଠିତ ହେବ। ପ୍ରାର୍ଥୀମାନଙ୍କ ପାଇଁ କଲ୍ ଲେଟର ୫ ମାର୍ଚ୍ଚ ସୁଦ୍ଧା ଜାରି କରାଯିବ।

ଖାଲି ପଡ଼ିଥିବା ପଦବୀ: ଷ୍ଟେଟ ବ୍ୟାଙ୍କ ସ୍ପେଶାଲିଷ୍ଟ କ୍ୟାଡର ଅଫିସର ଅଧୀନରେ ମୋଟ ୪୮ଟି ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପାଇଁ ନିଯୁକ୍ତି ସୁଯୋଗ ଆଣିଛି।

ଆସିଷ୍ଟାଣ୍ଟ ମ୍ୟାନେଜର (ନେଟୱାର୍କ ସିକ୍ୟୁରିଟି ସ୍ପେଶାଲିଷ୍ଟ)- ୧୫ ପଦ

ଆସିଷ୍ଟାଣ୍ଟ ମ୍ୟାନେଜର (ରୁଟିଙ୍ଗ୍‌ ଏବଂ ସ୍ୱିଚିଙ୍ଗ୍‌)- ୩୩ ପଦ

ଚୟନ ପ୍ରକ୍ରିୟା

SBI କହିଛି ଯେ ପ୍ରାର୍ଥୀମାନଙ୍କର ଚୟନ ଅନଲାଇନ୍ ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ଆଧାରରେ ହେବ। ପ୍ରାର୍ଥୀମାନେ ସବିଶେଷ ବିବରଣୀ ଏବଂ ଯୋଗ୍ୟତା ପାଇଁ ବ୍ୟାଙ୍କର ଅଫିସିଆଲ ଲିଙ୍କରେ କ୍ଲିକ୍ କରି ପାରିବେ।

କିପରି କରିବେ ଆବେଦନ

ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଏହି ପଦବୀରେ ଆବେଦନ କରିବା ପାଇଁ ଷ୍ଟେଟ ବ୍ୟାଙ୍କର ଅଫିସିଆଲ୍ ୱେବସାଇଟ୍ sbi.co.in ରେ କ୍ୟାରିୟର ସେକ୍ସନକୁ ଯିବାକୁ ପଡ଼ିବ। ଏଠାରେ ପ୍ରାର୍ଥୀମାନଙ୍କୁ ନୂତନ ଘୋଷଣା ବିଭାଗରେ ଚାକିରି ସମ୍ବନ୍ଧୀୟ ସୂଚନା ମିଳି ପାରିବ। ଏଠାରୁ ଆପଣ ‘RECRUITMENT OF SPECIALIST CADRE OFFICERS’ ଉପରେ କ୍ଲିକ୍ କରି ଚାକିରି ପାଇଁ ଆବେଦନ କରି ପାରିବେ।

ଆବେଦନ ଶୁଳ୍କ

ଭାରତୀୟ ଷ୍ଟେଟ ବ୍ୟାଙ୍କର ନିଯୁକ୍ତି ବିଜ୍ଞପ୍ତି ଅନୁସାରେ, ସାଧାରଣ, ଓବିସି ଏବଂ ଇଡବ୍ଲ୍ୟୁଏସ୍ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୭୫୦ ଟଙ୍କା ରଖାଯାଇଛି। ଅନୁସୂଚିତ ଜାତି/ଜନଜାତି ଏବଂ ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କୁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡ଼ିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.