ସ୍ବପ୍ନକୁ କରନ୍ତୁ ପୂରା : ବିଏସଏଫରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ

ଦେଶ ସେବା କରିବାକୁ ଚାହୁଁଛନ୍ତି । ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ସୀମା ସୁରକ୍ଷା ବଳ (ବିଏସଏଫ୍) ରେ କନେଷ୍ଟବଳ ଏବଂ ସବ୍-ଇନ୍ସପେକ୍ଟର ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି । ଏହି ବିଜ୍ଞପ୍ତି ମାଧ୍ୟମରେ ୧୬୮ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ । ଯଦି ଆପଣ ବି ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ତୁରନ୍ତ କରନ୍ତୁ । ଅନ୍ତିମ ତାରିଖ ପୂର୍ବରୁ କରନ୍ତୁ ଆବେଦନ । କେମିତି କରିବେ ଅବେଦନ ସେନେଇ ସମ୍ପୂର୍ଣ୍ଣ ବିବରଣୀ ନିମ୍ନରେ ଦିଆଯାଇଛି ।

କନେଷ୍ଟବଳ :
ବିଏସଏଫ୍ ତରଫରୁ ୬୫ ଟି କନେଷ୍ଟବଳ ପଦବୀ ପାଇଁ ବିଜ୍ଞପ୍ତି ବାହାରିଛି । ଯେଉଁଥିରେ ରହିଛି ୩୦ ଜେନେରେଟର ଅପରେଟର,୧୨ ଜେନେରେଟର ମେକାନିକ୍ ଏବଂ ୨୩ ଲାଇନମେନ୍ ପଦବୀ ।

ଦରମା :
ଚୟନ ପ୍ରାର୍ଥୀଙ୍କର ପେ-ସ୍କେଲ୍ ୨୧,୭୦୦ ରୁ ୬୯,୧୦୦ ଟଙ୍କା ରହିବ ।

ଯୋଗ୍ୟତା :
ଆବେଦନ କରିବା ପାଇଁ ହେଲେ ପ୍ରାର୍ଥୀଙ୍କୁ ଆଇଟିଆଇ କରିଥିବା ଆବଶ୍ୟକ । ଏବଂ ଏହା ସମ୍ବନ୍ଧିତ କାମର ଜାଣିଥିବା ମଧ୍ୟ ଜରୁରୀ ଅଟେ ।

ଫିସ୍ :
ଜେନେରାଲ୍ ଏବଂ ଓବିସି ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ୧୦୦ ଟଙ୍କାର ଫିସ୍ ଜମା କରିବାକୁ ହେବ । ଅନ୍ୟ ପ୍ରାର୍ଥୀମାନେ ବିନା ଫିସରେ ଆବେଦନ କରିପାରିବେ ।

ଅନ୍ତିମ ତାରିଖ :
ଆବେଦନ କରିବାର ଅନ୍ତିମ ତାରିଖ ହେଉଛି ଅକ୍ଟୋବର ୧ ।

ବିଏସଏଫ୍ ସବ୍-ଇନ୍ସପେକ୍ଟର
ବିଏସଏଫ୍ ସବ୍-ଇନ୍ସପେକ୍ଟର ପଦବୀ ପାଇଁ ୧୦୩ ପ୍ରାର୍ଥୀଙ୍କୁ ଚୟନ କରାଯିବ । ପ୍ରାର୍ଥୀଙ୍କ ପେ-ସ୍କେଲ୍ ୩୫,୪୦୦ ରୁ ୧,୧୨,୪୦୦ ଟଙ୍କା ହେବ । ଆବେଦନ କରିବା ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ସିଭିଲ୍ ଇଂଜିନିୟରିଂରେ ଡିପ୍ଲୋମା କରିବା ଆବଶ୍ୟକ । ଏହି ପଦବୀ ପାଇଁ ପ୍ରାର୍ଥୀଙ୍କ ବୟସ ସୀମା ୩୦ ବର୍ଷ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.