ଡାକ ବିଭାଗରେ ଖାଲିପଡିଛି ୧୩୭୧ ପଦବୀ, ଦରମା ୬୯ ହଜାର ଟଙ୍କା : ପଢନ୍ତୁ ସଂପୂର୍ଣ୍ଣ ଖବର

ଆପଣ ଚାକିରି ଖୋଜୁଛନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଡାକ ବିଭାଗରେ ହେଉଛି ବମ୍ପର ଭର୍ତ୍ତି। ଭାରତୀୟ ଡାକ ବିଭାଗରେ ମହାରାଷ୍ଟ୍ର ପୋଷ୍ଟାଲ ସର୍କଲ ପାଇଁ ୧୩୭୧ ପଦବୀରେ ଆବେଦନ ପତ୍ର ଗ୍ରହଣ କରାଯାଉଛି। ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ନିଯୁକ୍ତି ପାଇଁ ଅନଲାଇନ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଇଚ୍ଛୁକ ପ୍ରାର୍ଥୀ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏହି ପଦବୀରେ ରେଜିଷ୍ଟ୍ରେସନ ପାଇଁ ଶେଷ ତାରିଖ ୩ ନଭେମ୍ବର ନିର୍ଦ୍ଧାରିତ କରାଯାଇଥିଲା, ଯାହାକୁ ଏବେ ଆଗକୁ ବଢାଇ ଦିଆଯାଇଛି।

ପଦବୀ ବିବରଣୀ: ୧୩୭୧

ପୋଷ୍ଟମ୍ୟାନ: ୧୦୨୯

ମଲ୍ଟି ଟାକ୍ସିଂ ଷ୍ଟାଫ(ଏମଟିଏସ): ୩୨୭

ମେଲଗାର୍ଡ: ୧୫

ୟସ ସୀମା: ପୋଷ୍ଟମ୍ୟାନ, ମେଲଗାର୍ଡ ଏବଂ ମଲ୍ଟି ଟାକ୍ସିଂ ଷ୍ଟାଫ ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ୨୭ ବର୍ଷ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ।

post office

ଶିକ୍ଷାଗତ ଯୋଗ୍ୟତା: ପୋଷ୍ଟମ୍ୟାନ ଏବଂ ମେଲ ଗାର୍ଡ ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୨ଶ ପାସ୍‌ କରିଥିବା ସାର୍ଟିଫିକେଟ ରହିଥିବା ଆବଶ୍ୟକ। ଏହା ସହିତ ସ୍ଥାନୀୟ ଆଞ୍ଚଳିକ ଭାଷା ଜଣାଥିବା ଜରୁରୀ। ସେହିପରି ମଲ୍ଟି ଟାକ୍ସିଂ ଷ୍ଟାଫ ପଦ ପାଇଁ ଆବେଦନ କରିବା ପାଇଁ ଯେକୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ ପାସ୍‌ର ସାର୍ଟିଫିକେଟ ଏବଂ ମରାଠୀ ଭାଷା ଆସୁଥିବା ଦରକାର।

ଦରମା: ପୋଷ୍ଟମ୍ୟାନ ଏବଂ ମେଲଗାର୍ଡ ପଦବୀରେ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବେତନ ପ୍ରି ମ୍ୟାଟ୍ରିକ୍ସ ଲେବଲ ଅନୁଯାୟୀ ହେବ। ଏହି ଦରମା ୨୧,୭୦୦ରୁ ଆରମ୍ଭ କରି ୬୯,୧୦୦ ଟଙ୍କା ପର୍ଯ୍ୟନ୍ତ ରହିବ। ମଲ୍ଟି ଟାକ୍ସିଂ ଷ୍ଟାଫ ପଦବୀ ପାଇଁ ୧୮,୦୦୦ ଟଙ୍କାରୁ ଆରମ୍ଭ କରି ୫୬,୯୦୦ ଟଙ୍କା ଦରମା ରହିବ।

ଆବେଦନ ଶୁଳ୍କ: ଏହି ପଦବୀ ପାଇଁ ନିଯୁକ୍ତି ପରୀକ୍ଷା ପାଇଁ ଅଣସଂରକ୍ଷିତ, ଓବିସି ବର୍ଗ ପାଇଁ ୫୦୦ ଟଙ୍କା ରହିଥିବା ବେଳେ ଏସସି, ଏସ୍‌ଟି ଏବଂ ପିଡବ୍ଲ୍ୟୁଡି ମହିଳା ବର୍ଗ ପାଇଁ ୧୦୦ ଟଙ୍କା ଆବେଦନ ଶୁଳ୍କ ରହିଛି।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ…

https://www.maharashtrapost.gov.in/300920%20Notification%20PM%20MG%20MTS.pdf

https://dopmah20.onlineapplicationform.org/MHPOST/

https://www.maharashtrapost.gov.in/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.