NMDC ରେ ଖାଲିପଡିଛି ଫିଲ୍ଡ ଆସିଷ୍ଟାଣ୍ଟ ସହିତ ଆହୁରି ଅନେକ ପଦବୀ, ଜଲଦି କରନ୍ତୁ ଆବେଦନ

ମାଇନିଂ ସେକ୍ଟରରେ ସରକାରୀ ଚାକିରି ଅପେକ୍ଷାରେ ଅଛନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। କେନ୍ଦ୍ରୀୟ ଇସ୍ପାତ ମନ୍ତ୍ରଣାଳୟ ଏବଂ ଭାରତ ସରକାରଙ୍କ ଅଧିନରେ ଥିବା ନବରତ୍ନ କମ୍ପାନୀ NMDC ଲିମିଟେଡ ଛତିଶଗଡରେ କିରାଣ୍ଡୁଳ କାମ୍ପଲେକ୍ସ ସ୍ଥିତ ବେଲାଡିଲା ଲୁହା ଖାଦାନ ଏବଂ ବେଚଲୀ କାମ୍ପକୋଲ୍ସ ସ୍ଥିତ ବେଲାଡିଲା ଲୁହା ଖାଦାନରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ହେଉଛି। ଏଥିପାଇଁ ନୋଟିଫିକେସନ ଜାରି ହୋଇଛି। କମ୍ପାନୀ ଦ୍ବାରା ଜାରି ହୋଇଥିବା ପଦବୀ ଅନୁଯାୟୀ ଫିଲ୍ମ ଆସିଷ୍ଟାଣ୍ଟ, ମେଣ୍ଟେନାନ୍ସ ଆସିଷ୍ଟାଣ୍ଟ,ବ୍ଲୋଷ୍ଟର ଗ୍ରେଡ ୨(ଟ୍ରେନି) ଏବଂ ଏମସିଓ ଗ୍ରେଡ-୩(ଟ୍ରେନି)ରେ ୩୦୪ ପଦବୀ ଖାଲି ପଡିଛି।

ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀ NMDCର ଅଫିସିଆଲ ୱେବସାଇଟ nmdc.co.in କୁ ଯାଇ ଆପ୍ଲିକେସନ ଫର୍ମ ମାଧ୍ୟମରେ ଅନଲାଇନ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୧୧, ୨୦୨୧ ସକାଳ ୧୦ରୁ ଆରମ୍ଭ ହେବ ଏବଂ ଶେଷ ତାରିଖ ୩୧ ମାର୍ଚ୍ଚ ରହିଛି। କେବଳ ଅନଲାଇନନୁହେଁ, ଅଫଲାଇନ ମାଧ୍ୟମରେ ମଧ୍ୟ ଫର୍ମ ପୂରଣ ହୋଇପାରିବ। ଆପ୍ଲିକେସନ ଫର୍ମ ପୂରଣ କରିବା ପରେ ଡକ୍ଯୁମେଣ୍ଟ ସହିତ ପୋଷ୍ଟ ବକ୍ସ ନଂ : ୧୩୮୩, ପୋଷ୍ଟ ଅଫିସ, ହୁମାୟୁ ନଗର, ହାଇଦ୍ରାବାଦ-୫୦୦୦୨୮, ତେଲେଙ୍ଗାନା, ଠିକଣାରେ ପଠାଇବେ। ଅଫଲାଇନରେ ଆବେଦନ ପତ୍ର ଜମା କରିବାର ଶେଷ ତାରିଖ ୧୫ ଏପ୍ରିଲ ରହିଛି।

job

ପଦବୀ ବିବରଣୀ: ୩୦୪

ଫିଲ୍ମ ଆସିଷ୍ଟାଣ୍ଟ: ୬୫
ମେଣ୍ଟେନାନ୍ସ ଆସିଷ୍ଟାଣ୍ଟ(ମେକାନିକାଲ): ୧୪୮
ମେଣ୍ଟେନାନ୍ସ ଆସିଷ୍ଟାଣ୍ଟ(ଇଲେକ୍ଟ୍ରିକାଲ): ୮୧
ବ୍ଲାଷ୍ଟର ଗ୍ରେଡ:୧
ଏମସିଓ ଗ୍ରେଡ: ୯

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.