ସାଉଥ ସେଣ୍ଟ୍ରାଲ ରେଲୱେରେ ଖାଲିପଡିଛି ୪୦୦୦ରୁ ଅଧିକ ପଦବୀ, ୧୦ମ୍‌ ପାସ୍‌ କରିପାରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର। ସାଉଥ ସେଣ୍ଟ୍ରାଲ ରେଲୱେ (SCR) ତରଫରୁ ୪୧୦୩ ଆପରଣ୍ଟିସ ପଦବୀରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏହି ଭର୍ତ୍ତି ଅଧିନରେ ବିଭିନ୍ନ ୟୁନିଟ ଏସି ମେକାନିକ, କାରପେଣ୍ଟର, ଡିଜେଲ ମେକାନିକ, ଇଲେକ୍ଟ୍ରିସିଆନ ସହିତ ଅନ୍ୟ ଟ୍ରେଡର୍ସରେ ନିଯୁକ୍ତି ମିଳିବ। ଏମିତିରେ ଯେଉଁ ପ୍ରାର୍ଥୀ ଏହିସବୁ ପଦବୀରେ ନିଯୁକ୍ତି ପାଇବା ପାଇଁ ଇଚ୍ଛୁକ ରହିଛନ୍ତି, ସେମାନେ ୩ ନଭେମ୍ବର ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆବେଦନ ଷ୍ଟାଟସ ଦେଖିବା ପାଇଁ ଅଫିସିଆଲ ୱେବସାଇଟ scr.indianrailways.gov.in କୁଯାଇ ଚେକ୍‌ କରିପାରିବେ।

ପଦ ବବରଣୀ: ୪୧୦୩

ଏସି ମେକାନିକ: ୨୫୦

କାରପେଣ୍ଟର: ୧୮

ଡିଜେଲ ମେକାନିକ: ୫୩୧

ଇଲେକ୍ଟ୍ରିସିଆନ: ୧୦୧୯

ଫିଟର: ୧୪୬୦

ଇଲେକ୍ଟ୍ରିକ ମେକାନିକ: ୯୨

ମଶିନିଷ୍ଟ: ୭୧

ଏମଏମଟିଏମ: ୫

ଏମଏମ ଡବ୍ଲ୍ୟୁ: ୨୪

ପେଣ୍ଟର; ୮୦

ୱେଲଡର: ୫୫୩

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୩ ନଭେମ୍ବର ୨୦୨୧ ରହିଛି।

ଶିକ୍ଷାଗତ ଯୋଗ୍ୟତା : ଆବେଦନକାରୀ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ସର୍ବନିମ୍ନ ୫୦ ପ୍ରତିଶତ ମାର୍କ ସହିତ ୧୦ମ ପରୀକ୍ଷାରେ ପାସ୍‌ ହୋଇଥିବା ଜରୁରୀ। ଏହା ସହିତ ସମ୍ବନ୍ଧୀୟ ଟ୍ରେଡରେ ଆଇଟିଆଇ ସାର୍ଟିଫିକେଟ ରହିଥିବା ଜରୁରୀ।

ବୟସ ସୀମା: ଏହି ପଦବୀରେ ଭର୍ତ୍ତି ପାଇଁ ସର୍ବନିମ୍ନ ୧୫ ବର୍ଷ ଏବଂ ସର୍ବାଧିକ ୨୪ ବର୍ଷ ହେବା ଜରୁରୀ।

ଚୟନ ପ୍ରକ୍ରିୟା: ପ୍ରାର୍ଥୀଙ୍କ ଚୟନ ୧୦ମ ଏବଂ ଆଇଟିଆଇରେ ମିଳିଥିବା ମାର୍କ ଆଧାରରେ ମେରିଟ ଲିଷ୍ଟ ପ୍ରସ୍ତୁତ କରାଯିବ। ଏହା ପରେ ସିଲେକ୍ଟ ହୋଇଥିବା ପ୍ରାର୍ଥୀଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯିବ।

ଏମିତି କରନ୍ତୁ ଆବେଦନ: ଇଚ୍ଛୁକ ପ୍ରାର୍ଥୀ scr.indianrailways.gov.in ଯାଇ ଅନଲାଇନ ଆବେଦନ କରିପାରିବେ। ଅଧିକ ଜାଣିବା ପାଇଁ ଅଫିସିଆଲ େଓ୍ଵବସାଇଟ୍‌ ଚେକ୍‌ କରନ୍ତୁ।

http://20.198.104.232/Act_App_Notification-04102021.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.