FCI ରେ ଖାଲିପଡିଛି ୮୬୦ ପଦବୀ, ଜାଣନ୍ତୁ କେମିତି କରିବେ ଆବେଦନ ଏବଂ କ’ଣ ରହିଛି ଯୋଗ୍ଯତା

ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର। ଫୁଡ କର୍ପୋରେସନ ଅଫ ଇଣ୍ଡିଆ(FCI) ଅଧିନରେ ଖାଲିପଡିଛି ଅନେକ ପଦବୀ। ଯଦି ଆପଣ ଇଚ୍ଛୁକ ତେବେ ଜଲଦି କରନ୍ତୁ ଆବେଦନ। ଆବେଦନ କରିବାର ଶେଷ ତାରିଖ ନଭେମ୍ବର ୧୦, ୨୦୨୧ ରହିଛି। ଏଫସିଆଇରେ ଖାଲିପଡିଛି ୮୬୦ ୱାଚମ୍ଯାନ ପଦବୀ। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ୧୦ ନଭେମ୍ବର ପର୍ଯ୍ଯନ୍ତ ବିଭାଗୀୟ ଅଧିକାରକ ୱେବସାଇଟ fci.gov.in କୁ ଯାଇ ନୋଟିଫିକେସନ ଦେଖି ଆବେଦନ କରିପାରିବେ।

ଅନଲାଇନ ଆବେଦନ କରିବାର ଶେଷ ତାରିଖ ୧୦ ନଭେମ୍ବର ୨୦୨୧ ରହିଛି।

ପଦବୀ ବିବରଣୀ: ୮୬୦

ଅଣ ସଂରକ୍ଷିତ: ୩୪୫
ଅନୁସୂଚିତ ଜାତି: ୨୪୯
ଓବିସି: ୧୮୦
EWS : ୮୬

ଶିକ୍ଷାଗତ ଯୋଗ୍ଯତା: ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ୮ମ ପାସ୍ କରିଥିବା ଜରୁରୀ।

ବୟସ ସୀମା: ଆବେଦନ କରିଥିବା ପ୍ରାର୍ଥୀଙ୍କ ବୟସ ୧୮ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ। କିନ୍ତୁ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ପାଇଁ ବୟସ ସୀମାରେ ରିହାତି ମିଳିବ।

ଦରମା: ୨୩,୦୦୦ ରୁ ୬୪,୦୦୦ ଟଙ୍କା ମାସିକ ରହିଛି।

ଚୟନ ପ୍ରକ୍ରିୟା: ଯୋଗ୍ଯ ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଆଧାରରେ କରାଯିବ। ଯେଉଁମାନେ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ସେମାନଙ୍କୁ ଫିଜିକାଲ ଟେଷ୍ଟ ଦେବାକୁ ପଡିବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:

https://fci-punjab-watch-ward.in/login

https://testchampion.jagranjosh.com/free-pdf-page?file=fci-watchman-recruitment-2021.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.