ବ୍ଯାଙ୍କ ଅଫ ବରୋଦାରେ ଖାଲିପଡିଛି ସୁପରଭାଇଜର ପଦବୀ, ଆଜି ହିଁ କରିନିଅନ୍ତୁ ଆପ୍ଲାଏ

ବ୍ଯାଙ୍କ ଅଫ ବରୋଦାରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ବଡ ଖବର। ଏହି ବ୍ଯାଙ୍କରେ ବିଜନେସ କରେନ୍ସପଣ୍ଡେଣ୍ଟ ସୁପରଭାଇଜର ଅର୍ଥାତ୍ BC Supevisor ପଦବୀ ପାଇଁ ନିଯୁକ୍ତି କରାଯାଉଛି। ଯଦି ଆପଣ ଆବେଦନ କରିବାକୁ ଚାହୁଁଚନ୍ତି, ତେବେ ଅଫିସିଆଲ ୱେବସାଇଟ bankofbaroda.in କୁ ଯାଇ ଆବେଦନ କରିପାରିବେ। ଏହି ନିଯୁକ୍ତି ଜମସେଦପୁର, ପୂର୍ଣ୍ଣିଆ ଏବଂ ଜଳନ୍ଧର ରିଜଅନରେ କରାଯିବ।
ତେଣୁକରି ଜଳନ୍ଧର ରିଜିଅନ ପାଇଁ ଆବେଦନ କରିବାର ଶେଷ ତାରିଖ ୨୫ ସେପ୍ଟେମ୍ବର, ପୂର୍ଣ୍ଣିଆ ପାଇଁ ୫ ଅକ୍ଟୋବର ଏବଂ ଜମସେଦପୁର ପାଇଁ ୧୧ ଅକ୍ଟୋବର ୨୦୨୧ ଶେଷ ତାରିଖ ରହିଛି।
ଶିକ୍ଷାଗତ ଯୋଗ୍ଯତା: ବ୍ଯାଙ୍କ ଅଫ ବରୋଦାର ଏହି ପଦବୀରେ ଆବେଦନ ପାଇଁ ପ୍ରାର୍ଥୀ ସ୍ନାତକ କରିବା ସହିତ କମ୍ପ୍ଯୁଟର(MS Office, Email, Internet) ଇତ୍ଯାଦିରେ ଜ୍ଞାନ ଥିବା ଜରୁରୀ।
ବୟସ ସୀମା: ଆବେଦନ କରୁଥିବା ଅଭ୍ଯାର୍ଥୀଙ୍କ ବୟସ ୨୧ ବର୍ଷରୁ ୪୫ ବର୍ଷ ମଧ୍ୟରେ ରହିଥିବା ଜରୁରୀ। ଅଧିକ ବିବରଣୀ ପାଇଁ ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ।
ଚୟନ ପ୍ରକ୍ରିୟା: ପ୍ରାର୍ଥୀଙ୍କ ଆବେଦନ ଆଧାରରେ ବ୍ଯାଙ୍କ ସମ୍ବନ୍ଧୀୟ କ୍ଷେତ୍ର କାର୍ଯ୍ଯାଳୟ ଦ୍ବାରା ଇଣ୍ଟରଭ୍ଯୁ ପାଇଁ ସର୍ଟଲିଷ୍ଟ କରାଯିବ। ଇଣ୍ଟରଭ୍ଯୁ ୧୫ ଦିନ ପରେ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ।
ଆବେଦନ ପାଇଁ ପ୍ରାର୍ଥୀ ସମ୍ବନ୍ଧୀୟ ରିଜିଅନ ପାଇଁ ନୋଟିଫିକେସନ ଏବଂ ଆପ୍ଲିକେସନ ଫର୍ମକୁ ବ୍ଯାଙ୍କରୁ ଡାଉନଲୋଡ କରି ଭଲଭାବେ ନିର୍ଦ୍ଧାରିତ ସମୟ ଅନୁସାରେ ରିଜିଅନାଲ ଅଫିସରେ ଜମା କରାନ୍ତୁ।