ଷ୍ଟାଫ୍‌ ନର୍ସ ପଦରେ ନିଯୁକ୍ତି! ୧ ଲକ୍ଷରୁ ଅଧିକ ମିଳିବ ଦରମା; ୧୭ ଅଗଷ୍ଟରୁ ଆବେଦନ ପ୍ରକ୍ରିୟା ଆରମ୍ଭ

ଇଣ୍ଡୋ-ତିବ୍ଦତ ସୀମା ପୋଲିସ (ITBP) ଗ୍ରୁପ୍‌ ବି ପଦରେ ନିଯୁକ୍ତି ସୁଯୋଗ ଆଣିଛି। ଯେଉଁମାନେ ଏହି ପଦରେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଅଫିସିଆଲ େଓ୍ଵବ୍‌ସାଇଟ recruitment.itbpolice.nic.inକୁ ଯାଇ ଆବେଦନ କରି ପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୧୮ ଷ୍ଟାଫ୍‌ ନର୍ସ ପଦ ପୂରଣ କରାଯିବ। ଆବେଦନ ପ୍ରକ୍ରିୟା ୧୭ ଅଗଷ୍ଟ ୨୦୨୨ରୁ ଆରମ୍ଭ ହେବ ଏବଂ ଆବେଦନ କରିବାର ଶେଷ ତାରିଖ ୧୫ ସେପ୍ଟେମ୍ବର ରହିଛି।

ପଦର ବିବରଣୀ

ଅଣସଂରକ୍ଷିତ ବର୍ଗ: ୧୧ ପଦ

ଏସ୍‌ସି: ୧ ପଦ

ଏସ୍‌ଟି: ୨ ପଦ

ଓବିସି: ୨ ପଦ

ଇଡବ୍ଲ୍ୟୁଏସ୍‌: ୨ ପଦ

ବୟସ ସୀମା

ଏହି ପଦଗୁଡ଼ିକରେ ଆବେଦନ କରୁଥିବା ଆଶୟୀମାନଙ୍କର ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ସର୍ବାଧିକ ବୟସ ୩୦ ବର୍ଷ ହେବା ଉଚିତ୍‌। ଏଠି ଅଣସଂରକ୍ଷିତ ବର୍ଗର ଲୋକଙ୍କୁ ଆୟୁ ସୀମାରେ ରିହାତି ଦିଆଯିବ।

ବେତନ

ଏହି ପଦଗୁଡ଼ିକ ପାଇଁ ମନୋନୀତ ପ୍ରାର୍ଥୀଙ୍କୁ ପ୍ରତି ମାସ ୩୫,୪୦୦ ଟଙ୍କାରୁ ନେଇ ୧,୧୨,୪୦୦ ଟଙ୍କା ଦରମା ପ୍ରଦାନ କରାଯିବ।

Leave A Reply

Your email address will not be published.