ଭାରତୀୟ ନୌସେନାରେ ୩୦୦ ସେଲର ପଦବୀ ପାଇଁ ବାହାରିଲା ନିଯୁକ୍ତି, ୧୦ମ ପାସ୍‌ ଆଶାୟୀ କରି ପାରିବେ ଆବେଦନ

ଦେଶର ସେବା କରିବାକୁ ସ୍ୱପ୍ନ ଦେଖୁଥିବା ଯୁବଗୋଷ୍ଠୀଙ୍କ ପାଇଁ ଭାରତୀୟ ନୌସେନା (Indian Navy) ତରଫରୁ ସୁବର୍ଣ୍ଣ ସୁଯୋଗ ଜାରି କରାଯାଇଛି। ଭାରତୀୟ ନୌସେନା ଖାଲି ପଡ଼ିଥିବା ୩୦୦ ସେଲର ପଦବୀରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ନୌସେନା ଦ୍ୱାରା ଏହି ନୋଟିଫିକେଶନ କିଛି ଦିନ ପୂର୍ବରୁ ହିଁ ଜାରି କରାଯାଇଛି। ବର୍ତ୍ତମାନ ଏଥିପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ୨୯ ଅକ୍ଟୋବର ୨୦୨୧ରୁ ଆରମ୍ଭ କରି ଦିଆଯିବ। ଆବେଦନ କରିବାର ଶେଷ ତାରିଖ ୨ ନଭେମ୍ବର ରହିଛି। ଅର୍ଥାତ୍‌ ଆଶାୟୀମାନଙ୍କୁ ଆବେଦନ କରିବା ପାଇଁ ମାତ୍ର ୫ ଦିନର ସମୟ ମିଳିବ। ସେପଟେ ଚୟନ ପ୍ରକ୍ରିୟା ଦେଖିଲେ, ଆଶାୟୀମାନଙ୍କର ଚୟନ ଅନଲାଇନ ପରୀକ୍ଷା ଏବଂ ଶାରୀରିକ ପରୀକ୍ଷା ଆଧାରରେ ହେବ।

ଭାରତୀୟ ନୌସେନାରେ ସେଲର ପଦବୀରେ ଭର୍ତ୍ତି ପାଇଁ ଯୋଗ୍ୟତା

ଭାରତୀୟ ନୌସେନାରେ ସେଲର ପଦବୀରେ ଭର୍ତ୍ତି ପାଇଁ ଆଶାୟୀମାନେ ଦେଶର କୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥା କିମ୍ବା ବୋର୍ଡରୁ ଦଶମ ପରୀକ୍ଷା ପାସ୍‌ କରିଥିବା ଦରକାର। ଭର୍ତ୍ତି ପାଇଁ ଆଶାୟୀମାନଙ୍କର ବୟସ ସୀମା ଅର୍ଥାତ୍‌ ସେମାନଙ୍କ ଜନ୍ମ ୧ ଏପ୍ରିଲ ୨୦୦୨ରୁ ୩୧ ମାର୍ଚ୍ଚ ୨୦୦୫ ଭିତରେ ହୋଇଥିବା ଦରକାର। ଏହି ପଦବୀ ନିମନ୍ତେ ସମସ୍ତ ବର୍ଗଙ୍କ ପାଇଁ ଆବେଦନକୁ ନିଃଶୁଳ୍କ ରଖାଯାଇଛି। ଅର୍ଥାତ୍‌ ଆଶାୟୀମାନଙ୍କୁ କୌଣସି ବି ଆବେଦନ ଶୁଳ୍କ ଦେବାକୁ ପଡ଼ିବ ନାହିଁ।

ଆଶାୟୀମାନେ କେମିତି କରିବେ ଆବେଦନ

ଇଚ୍ଛୁକ ତଥା ଯୋଗ୍ୟ ଆଶାୟୀ ଭାରତୀୟ ନୌସେନାର ସେଲର ପଦବୀରେ ଭର୍ତ୍ତି ପାଇଁ ଅଫିସିଆଲ େଓ୍ଵବସାଇଟ www.joinindiannavy.gov.inକୁ ଯାଇ ଆବେଦନ କରି ପାରିବେ।

ଭର୍ତ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ

୧. ଅନଲାଇନ ଆବେଦନର ଆରମ୍ଭ ତାରିଖ: ୨୯ ଅକ୍ଟୋବର, ୨୦୨୧

୨. ଅନଲାଇନ ଆବେଦନର ଶେଷ ତାରିଖ: ୨ ନଭେମ୍ବର, ୨୦୨୧

୩. ଭର୍ତ୍ତି ପାଇଁ ପରୀକ୍ଷା ତାରିଖ: ଏ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇ ନାହିଁ।

୪. ଚୟନ ହୋଇଥିବା ଆଶାୟୀମାନଙ୍କର ଟ୍ରେନିଂ ଆରମ୍ଭ: ଏପ୍ରିଲ ୨୦୨୨

ଏହା ବ୍ୟତୀତ ଆଶାୟୀମାନଙ୍କୁ ଯଦି ଆହୁରି କିଛି ଜାଣିବାର ଅଛି, ତା’ହେଲେ ଭାରତୀୟ ନୌସେନାର ଅଫିସିଆଲ େଓ୍ଵବ୍‌ସାଇଟ www.joinindiannavy.gov.inକୁ ଭିଜିଟ୍‌ କରି ପାରିବେ। ସେମାନଙ୍କୁ ଏଠାରେ ନିଯୁକ୍ତିର ନୋଟିଫିକେଶନ ସମେତ ସମସ୍ତ ଜରୁରୀ ସୂଚନା ସହଜରେ ଉପଲବ୍ଧ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.