FSSAIରେ ଖାଲିପଡିଛି ପଦବୀ, ଦରମା ମାସକୁ ୬୦ ହଜାର ଟଙ୍କା

ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ (FSSAI) ରେ ଖାଲିପଡିଛି ଅନେକ ପଦବୀ।ଏଥିରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ତୁରନ୍ତ ଆବେଦନ କରିପାରିବେ। ଆବେଦନ କରିବା ପାଇଁ ଅଫିସିଆଲ େଓ୍ଵବସାଇଟ୍ fssai.gov.in କୁ ଯାଇ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୧୦ ମାର୍ଚ୍ଚ ପର୍ଯ୍ୟନ୍ତ ରହିଛି।
ପଦବୀ ବିବରଣୀ: ୨
ଶିକ୍ଷାଗତ ଯୋଗ୍ୟତା: ଯେଉଁ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ରସାୟନ ବିଜ୍ଞାନ, ଜୈବ ବିଜ୍ଞାନ, ଡାଏରୀ, ଅଏଲ ଇଣ୍ଡଷ୍ଟ୍ରୀରେ ଗ୍ରାଜୁଏଟ ଡିଗ୍ରୀ ରହିଥିବା ଜରୁରୀ। କୌଣସି ବିଶ୍ୱବିଦ୍ୟାଳୟରୁ ପଶୁ ଚିକିତ୍ସା ବିଜ୍ଞାନରେ ଡିଗ୍ରୀ କରିଥିବା ଜରୁରୀ।
ଅଭିଜ୍ଞତା: ଆବେଦନକାରୀଙ୍କ ପାଖରେ ଅତିକମରେ ତିନି ବର୍ଷର ଅଭିଜ୍ଞତା ଥିବା ଜରୁରୀ।
ବୟସ ସୀମା: ଆବେଦନକାରୀଙ୍କ ବୟସ ପାଖାପାଖି ୫୦ ବର୍ଷ ହେବା ଜରୁରୀ।
ଦରମା: ଆବେଦନକାରୀଙ୍କୁ ଅତି କମରେ ମାସକୁ ୬୦ ହଜାର ଦରମା ମିଳିବ।
ଚୟନ ପ୍ରକ୍ରିୟା: ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ ହେବ।
ଆବେଦନ ଶୁଳ୍କ: ପ୍ରାର୍ଥୀଙ୍କୁ ଏଥିପାଇଁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:
https://fssai.gov.in/fssairecruitmentfa/login.php
https://fssai.gov.in/upload/uploadfiles/files/Advt_Notice_Food_Analyst_23_02_2022.pdf
Also Read : ଇଂଜିନିୟରିଂ କରିଥିଲେ ତୁରନ୍ତ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ରେ କରନ୍ତୁ ଆବେଦନ, ଜାଣନ୍ତୁ କେମିତି