ସାଓମି ରେଡମି ନୋଟ ୭ ଭାରତରେ ଆଜି ହେବ ଲଞ୍ଚ, ଜାଣନ୍ତୁ ଏହାର ମୂଲ୍ୟ ଏବଂ ଫିଚର

ନୂଆଦିଲ୍ଲୀ : ଚାଇନା ସ୍ମାର୍ଟଫୋନ କମ୍ପାନି ସାଓମିର ନୂଆ ରେଡମି ନୋଟ ୭ ଫୋନ ଆଜି ଭାରତରେ ଲଞ୍ଚ ହେବାକୁ ଯାଉଛିା ନୂଆଦିଲ୍ଲୀରେ ଏହାର ଲଞ୍ଚ ଇଭେଣ୍ଟ ଆୟୋଜିତ ହେବା ତେବେ ଏହି ଇଭେଣ୍ଟରେ କମ୍ପାନି ରେଡମି ନୋଟ ୭ ପ୍ରୋ ମଧ୍ୟ ଲଞ୍ଚ କରିବାର ସୂଚନା ରହିଛିା
ଆପଣଙ୍କୁ ଜଣାଇବାକୁ ଚାହିଁବୁ ରେଡମି ନୋଟ ୭ ଗତ ମାସରେ ଚାଇନାରେ ଲଞ୍ଚ ହୋଇଥିଲାା ସେଠାରେ ଏହାର ମୂଲ୍ୟ ୯୯୯ୟୁଆନ ଅର୍ଥାତ୍ ପାଖାପାଖି ୧୦,୫୦୦ଟଙ୍କା ରହିଛିା ତେବେ ଭାରତରେ ମଧ୍ୟ ଏହାର ପ୍ରାରମ୍ଭିକ ମୂଲ୍ୟ ପାଖାପାଖି ୧୦,୦୦୦ଟଙ୍କା ରହିବ ବୋଲି କୁହାଯାଉଛିା ମୋବାଇଲର ମୂଲ୍ୟ କେତେ ରହିବ ସେନେଇ କୌଣସି ଆଧିକାରୀକ ଘୋଷଣା ଏଯାଏଁ କରାଯାଇନାହିା
ଚାଇନାରେ ରେଡମି ନୋଟ ୭ର ଦୁଇଟି ବେରିଏଣ୍ଟ ଲଞ୍ଚ କରାଯାଇଛିା ସେଥିମଧ୍ୟରେ ୩/୩୨ ଜିବି ବେରିଏଣ୍ଟର ମୂଲ୍ୟ ୧୦୦୦୦ ରହିଥିବା ବେଳେ ୪/୬୪ଜିବିର ମୂଲ୍ୟ ପାଖାପାଖି ୧୪,୫୦୦ ଟଙ୍କା ରହିଛିା ଏହାଛଡ଼ା ଫୋନକୁ ଚାରିଟି କଲରରେ ଲଞ୍ଚ କରାଯାଇଛିା ଏଥିମଧ୍ୟରେ ପିଙ୍କ, ବ୍ଳୁ, ରେଡ ଏବଂ ବ୍ଳାକ୍ ରହିଛିା
ନିଶ୍ଚିତ ପଢ଼ନ୍ତୁ: Oppo F9 Pro ଦାମ ହେଲା କମ୍ , ୫ ମିନିଟ୍ ଚାର୍ଜିଂରେ ମିଳିବ ୨ ଘଣ୍ଟାର ବ୍ୟାକଅପ୍
ରେଡମି ନୋଟ ୭ ବଜେଟ ଫୋନରେ ସବୁଠାରୁ ଖାସ ଏହାର କ୍ୟାମେରା ରହିଛିା ଏଥିରେ ୪୮ ମେଗାପିକ୍ସଲର ଦମଦାର କ୍ୟାମେରା ଦିଆଯାଇଛିା ଏଥିରେ ଡୁଆଲ ରିୟର କ୍ୟାମେରା ରହିଛିା ଫୋନର ପ୍ରାଇମେରୀ କ୍ୟାମେରା ୪୮ ମେଗାପିକ୍ସଲ ଏବଂ ସେକେଣ୍ଡାରୀ କ୍ୟାମେରା ୫ ମେଗାପିକ୍ସଲ ରହିଛିା ସେହିପରି ସେଲଫି ପାଇଁ ଫୋନରେ ୧୩ ମେଗାପିକ୍ସଲ କ୍ୟାମେରା ଦିଆଯାଇଛିା ଏହାର ଡିସପ୍ଳେ ୬.୩ଇଞ୍ଚ ରହିଛିା ସେହିପରି ଏଥିରେ କନିଂ ଗୋରିଲା ଗ୍ଲାସ ୫ ମଧ୍ୟ ଦିଆଯାଇଛିା ମୋବାଇଲରେ ସ୍ନାପଡ୍ରାଗନ୍ ୬୬୦ ଅକ୍ଟାକୋର ପ୍ରୋସେସର ଦିଆଯାଇଛିା ସାଓମି ନୋଟ ୭ର ବ୍ୟାଟେରୀ ୪,୦୦୦ଏମଏଏଚ୍ ରହିଛିା