କଣ ମାର୍ଚ୍ଚ ୩୧ ତାରିଖ ପରେ BS- 4 ଗାଡିକୁ ବିକ୍ରି କରି ପାରିବେ ଡିଲର? ଜାଣନ୍ତୁ ଏହାକୁ ନେଇ ଉଠୁଥିବା ପ୍ରଶ୍ନର ଉତ୍ତର
ନୂଆ ଇନ୍ଧନ ମାନକ ଅନୁଯାୟୀ ଆସନ୍ତା ଏପ୍ରିଲ ୧ ତାରିଖ ପରେ ଆଉ BS- 4 ଗାଡି ଗୁଡିକର ବିକ୍ରି ବନ୍ଦ ହୋଇଯିବ । ଏହି କଥା ଅନିଶ୍ଚିତତା ଥିଲେ ମଧ୍ୟ ପରେ ଶୁକ୍ରବାର ଦିନ ଏବାବଦରେ ନିଶ୍ଚିତ ହୋଇଯାଇଛି । ଆସନ୍ତା ଏପ୍ରିଲ ମାସରୁ ଆଉ BS-6 ମାନକର ଗାଡି ଗୁଡିକର ବିକ୍ରି ଆରମ୍ଭ ହୋଇଯିବ । ଅନ୍ୟ ପକ୍ଷରେ ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ BS- 4 ଗାଡି ଗୁଡିକର ବିକ୍ରି ସମ୍ପୂର୍ଣ ରୂପେ ବନ୍ଦ ହୋଇଯିବ ।
ଦେଶ ବ୍ୟାପି ଅଧିକାଂଶ ଅଟୋମୋବାଇଲ କମ୍ପାନୀ ଡିଲରଙ୍କ ସହ ମିଶି ନିଜ ପୁରୁଣା BS- 4 ଷ୍ଟକ ଗୁଡିକୁ ଅତି ଶୀଘ୍ର ଶେଷ କରିବା ନେଇ ଚେଷ୍ଟା ଚଳାଇଛନ୍ତି । ଏହା ସହ କମ୍ପାନୀ ଗୁଡିକ ନିଜ BS-6 ମାନକ ଥିବା ଗାଡି ଗୁଡିକର ଉତ୍ପାଦନ ବଢ଼ାଇ ଦେଇଛନ୍ତି । ସରକାରଙ୍କ ତରଫରୁ ଜାରି କରାଯାଇଥିବା ଏହି ନୂଆ ନିୟମକୁ ନେଇ ଅଧିକାଂଶ ଦେଶ ବାସୀଙ୍କ ମନରେ କାର କିଣାକୁ ନେଇ ସନ୍ଦେହ ଉପୁଜିଛି । ଏମିତି ଉଠୁଥିବା କେତେକ ପ୍ରଶ୍ନ ଗୁଡିକର ଉତ୍ତର ଆମେ ଆପଣଙ୍କୁ ଦେଉଛୁ ।
– ସୁପ୍ରିମ କୋର୍ଟଙ୍କ ଆଦେଶ ଅନୁଯାୟୀ କୌଣସି ନିର୍ମାତା କିମ୍ବା ଡିଲର ୨୦୨୦ ମସିହା ଏପ୍ରିଲ ୧ ତାରିଖ ପରେ ବିଏସ ୪ ମାନଦଣ୍ଡର ଗାଡିର ବିକ୍ରି କିମ୍ବା ପଂଜିକୃତ କରାଯାଇପାରିବ ନାହିଁ ।
– ଯଦି ଧାର୍ଯ୍ୟ ତାରିଖ ପୂର୍ବରୁ ବିଏସ ୪ ଗାଡିର ବିକ୍ରି ନହୁଏ ତେବେ ବିକ୍ରେତା ମାନେ ନିଜ ପୂର୍ବ ଷ୍ଟକ ଗୁଡିକୁ ନିର୍ମାତା ମାନଙ୍କୁ ଫେରେଇ ଦେଇ ପାରିବେ । ନଚେତ ସେହି ଷ୍ଟକ ଗୁଡିକୁ ନଷ୍ଟ କରିବେ ।
-ଅଥବା ଯେଉଁ ମାନଙ୍କ ପାଖରେ ଏହି ଗାଡିର ଷ୍ଟକ ଅଛି ତେବେ ସେମାନେ ନିଜ କମ୍ପାନୀ ବା କର୍ମଚାରୀଙ୍କ ନାଁରେ ଏହି ଗାଡି ଗୁଡିକୁ ପଞ୍ଜିକରଣ କରିପାରିବେ । ପରେ ସେକେଣ୍ଡ ହ୍ୟାଣ୍ଡ ଭାବେ ଏହାର ବିକ୍ରି କରାଇ ପାରିବେ ।
– ଆଉ ସବୁଠୁ ଗୁରୁତ୍ୱପୁର୍ଣ ହେଉଛି କୋର୍ଟ ତରଫରୁ ଆଉ କୌଣସି ଅତିରିକ୍ତ ସମୟ ମିଳିବ ନାହିଁ ।
– ଏହା ବ୍ୟତୀତ ଡିଲର ମାନଙ୍କୁ ବି ଅପିଲ କରାଯାଉଛିକି ଯେଉଁ ଗାଡି ଗୁଡିକର ବିକ୍ରି ହୋଇଯାଇଛି କିମ୍ବା ରେଜିଷ୍ଟ୍ରେସନ ହୋଇନାହିଁ ସେହି ସେହି ବହନ ମାନଙ୍କର ଏକ ତାଲିକା ପ୍ରସ୍ତୁତ କରନ୍ତୁ ।
– ଯଦି ଡିଲର ମାନେ ପଞ୍ଜିକରଣ ପରେ ବି ଡେଲିଭରି ଆରମ୍ଭ କରନ୍ତି, ତେବେ ଏକ ନିର୍ଦ୍ଦିଷ୍ଟ ପ୍ରଣାଳୀରେ ଏହି ସମସ୍ୟାକୁ ଦୂର କରିପାରିବେ ।
– ନିଶ୍ଚିତ ଭାବେ ଫାଇନାନ୍ସରଙ୍କ ପାଖରେ ଅପଞ୍ଜୀକୃତ ବାହନ ଗୁଡିକୁ ଫେରେଇବା ବା ଅସ୍ବୀକାର କରିବାର ସମ୍ପୂର୍ଣ ଅଧିକାର ଅଛି ।
– ଡିଲର ମାନଙ୍କ କର୍ତ୍ତବ୍ୟ କି ବାହନ ଗୁଡିକର ପ୍ରଥମେ ପଞ୍ଜିକରଣ କରନ୍ତୁ ଓ ପରେ ସେଗୁଡିକର ଡେଲିଭରି କରନ୍ତୁ । ଯଦି କୌଣସି ଗ୍ରାହକ ଏହାକୁ ନେଇ ଅଦାଲତର ଦ୍ୱାରସ୍ଥ ହୁଅନ୍ତି ତେବେ କୋର୍ଟଙ୍କ ରାୟ ନିଶ୍ଚିତ ଭାବେ ଗ୍ରାହକଙ୍କ ସପକ୍ଷରେ ହିଁ ହେବ ।