ଆଜିଠୁ ରିଲାଏନ୍ସ ଡିଜିଟାଲର ନୂଆ ସେଲ ଆରମ୍ଭ, ସବୁ ଇଲେକଟ୍ରୋନିକ୍ସ ପ୍ରଡକ୍ଟ ଉପରେ ମିଳୁଛି ଭାରି ଛାଡ

ରିଲାଏନ୍ସ ଡିଜିଟାଲ ଆରମ୍ଭ କରଛି ଏକ ନୂଆ ସେଲ। ଯାହାର ନାମ ରହିଛି ଡିଜିଟାଲ ଇଣ୍ଡିଆ ସେଲ। ଏହି ସେଲ ଆଜିଠୁ ଆରମ୍ଭ ହୋଇଛି। ଯାହାକି ଆସନ୍ତା ଅଗଷ୍ଟ ୧୬ ପର୍ଯ୍ୟନ୍ତ ଚାଲିବ। ଏଥିରେ ଆପଣ ଅନେକ ପ୍ରଡକ୍ଟଉପରେ ବମ୍ପର ଡିସକାଉଣ୍ଟ ପାଇବେ। ଏଥିରେ ଟିଭି, ଲାପଟପ ଠୁ ଆରମ୍ଭ କରି ମୋବାଇଲ ଫୋନ ଓ ଏସି ଉପରେ ଭାରି ଛାଡ ଦିଆଯାଇଛି। ଏହା ବ୍ୟତିତ ଅନ୍ୟାନ୍ୟ ପ୍ରଡ୍କଟ ଉପରେ ମଧ୍ୟ ବମ୍ପର ଡିସକାଉଣ୍ଟ ଦିଆଯାଉଛି।

ଅଫଲାଇନ ଓ ଅନଲାଇନ ରିଟେଲ ଷ୍ଟୋର୍ସ ରିଲାଏନ୍ସ ଡିଜିଟାଲ ସ୍ୱାଧୀନତା ଦିବସ ଉପଲକ୍ଷେ ଜବରଦସ୍ତ ସେଲର ଘୋଷଣା କରିଛି। ଏହି ସେଲର ନାମ ଡିଜିଟାଲ ଇଣ୍ଡିଆ ସେଲ ରଖାଯାଇଛି। ଭାରତର ୭୫ ତମ ବର୍ଷ ପୂର୍ତ୍ତି ନିମନ୍ତେ ଏହି ଖାସ ଅଫରକୁ ବାହାର କରାଯାଇଛି। ଏହାକୁ ସେଲିବ୍ରେଟ କରିବା ପାଇଁ କମ୍ପାନୀ ଡିଜିଟାଲ ଇଣ୍ଡିଆ ସେଲ ର ଆୟୋଜନ କରିଛନ୍ତି। ଏଥିରେ ଅନେକ ପ୍ରଡକ୍ଟକୁ ମଧ୍ୟ ଆଡ୍‌ କରାଯାଇଛି।

ଡିଜିଟାଲ ଇଣ୍ଡିଆ ସେଲରେ ଲାପଟପ, ଟିଭି, କିଚେନ ଓ ହୋମ ଆପ୍ଲିଏସାନ୍ସ ବ୍ୟତିତ ଅନ୍ୟ ପ୍ରଡକ୍ଟ ଉପରେ ଭାରି ଛାଡ ମିଳୁଛି। ରିଲାଏନ୍ସ ଡିଜିଟାଲ ନିଜର ଲିଡିଂ ବ୍ୟାଙ୍କ କାର୍ଡସ ଓ ଫାଇନାନ୍ସ ଅପସନରେ ୧୦%ର ଇନଷ୍ଟାଣ୍ଟ ଡିସକାଉଣ୍ଟ ମଧ୍ୟ ଦେଉଛି। ଏହି ବର୍ଷ ୧୬ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଆପଣ www.reliancedigital.in ରେ ଏହାର ଫାଇଦା ଉଠାଇପାରିବେ।

ରିଲାଏନ୍ସ ଡିଜିଟାଲର ୬୫ ଇଞ୍ଚ ର 4k UHD Andriod TV ସେଲରେ ୪୯,୯୯୦ ଟଙ୍କାରେ ବିକାଯାଉଛି। ଏଥିରେ ୨ବର୍ଷର ଗ୍ୟାରେଣ୍ଟି ମଧ୍ୟ ଦିଆଯାଉଛି। କମ୍ପାନୀ ୪୩ ଇଞ୍ଚର ସ୍ମାର୍ଟ ଟିଭି ରେ ୧୯,୯୦୦ଟଙ୍କା ପ୍ରାରମ୍ଭିକ ଦାମ ରେ ବିକାଯାଉଛି। ୬୫ ଇଞ୍ଚର ଆଣ୍ଡ୍ରଏଡ ଟିଭି କିଣିବା ପାଇଁ ଗ୍ରାହକଙ୍କୁ 2nd ଜେନ apple air pods ମିଳିବ। ଯାହାର ଦାମ ରହିଛି ୮୪୯୦ ଟଙ୍କା।

ଏହି ଲାପଟପ ଉପରେ ମଧ୍ୟ ଡିସକାଉଣ୍ଟ ଦେଉଛି। HP smart slim ଲାପଟପ କୁ କମ୍ପାନୀ ସେଲରେ ୪୩,୯୯୯ ଟଙ୍କାରେ ବିକୁଛି। ଏଥିରେ Intel core i3, 8GB Ram , 512SSD ଷ୍ଟୋରେଜ ଦିଆଯାଇଛି। ଏଥିରେ ଆପଣ ୧୨୯୫ ଟଙ୍କାର ଇଏମଆଇ ସର୍ତ୍ତ ମଧ୍ୟ ପାଇପାରିବେ। ଏହାସହିତ ୟୁଜର୍ସଙ୍କୁ ୧୦୦ଜିବି ର ୪ଜି ଡାଟା ମିଳିବ।

Asus ର ଗେମିଂ ଲାପଟପ ରେ ମଧ୍ୟ ଭାରି ଡିସକାଉଣ୍ଟ ଦିଆଯାଉଛି। 16Gb Ram , 51 2GB SSD ଷ୍ଟୋରେଜ ର ଆସସ୍‌ ର ଗେମିଂ ଲାପଟପ କୁ ୫୫,୯୯୦ ଟଙ୍କାରେ କିଣିପାରିବେ। ଏଥିରେ ୪୬୬୬ ଟଙ୍କାର ଇଏମଆଇ ଅପସନ ମଧ୍ୟ ଦିଆଯାଇଛି। ଏଥିରେ ଗ୍ରାହକଙ୍କୁ ଗିଫ୍ଟ ମଧ୍ୟ ମିଳ ିବ। କିଛି ଲକି ୟୁଇନର୍ସ ଙ୍କୁ କାର, ବାଇକ, ଟିଭି, ଫୋନ ଜିତିବାର ମଉକା ମଧ୍ୟ ମିଳିବ।

ରିଟେଲ ଷ୍ଟୋରରେ iphone 12 128 Gb ରେ ଭାରି ଡିସକାଉଣ୍ଟ ଦିଆଯାଉଛି। ସେଲରେ ଏହାକୁ ଆପଣ ୬୫,୫୦୦ ଟଙ୍କାରେ କିଣିପାରିବେ। ଏହାବ୍ୟତିତ ଆପଣ ଏହାର iphone 12 64 GB କୁ ୫୩,୦୦୦ ଓ iphone 11 128 GB କୁ ୪୭,୯୦୦ ଟଙ୍କାରେ କିଣିପାରିବେ। ଏମିତିରେ ଅଫ ସିଜିନ ଡିସକାଉଣ୍ଟରେ ୬୦% ପର୍ଯ୍ୟନ୍ତ ଏସିରେ ଆପଣଙ୍କୁ ଭାରି ଛାଡ ମିଳିବ।

Leave A Reply

Your email address will not be published.